କେରଳ ବିମାନ ଦୁର୍ଘଟଣା : ଜଣଙ୍କର କରୋନା ପଜିଟିଭି ଚିହ୍ନଟ ପରେ ଏବେ ସମସ୍ତଙ୍କର ହେବ କରୋନା ଟେଷ୍ଟ

କେରଳର କୋଝିକୋଡିରେ ହୋଇଥିବା ବିମାନ ଦୁର୍ଘଟଣାରେ ୧୮ ଲୋକ ମୃତ୍ୟୁବରଣ କରିଛନ୍ତି। ଏହି ବିମାନରେ ପାଇଲଟ ଏବଂ କ୍ରୁ ମେମ୍ବରଙ୍କୁ ମିଶାଇ ୧୯୧ ଯାତ୍ରୀ ଯାତ୍ରୀ ରହିଥିଲେ। ମୃତ ହୋଇଥିବା ଜଣେ ଯାତ୍ରୀ କରୋନା ପଜିଟିଭି ଥିବା ଚିହ୍ନଟ ହୋଇଛନ୍ତି। ତେଣୁ ବିମାନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ଭାଗ ନେଇଥିବା ସମସ୍ତ ଲୋକଙ୍କୁ କେରଳ ସରକାର ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମୃତ ଯାତ୍ରୀଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କ କରୋନା ପରୀକ୍ଷା କରାଯାଉଥିବା

ଅଧିକାରୀମାନେ କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ଭାଗ ନେଇଥିବା ପ୍ରାୟ ୫୦୦ ଜଣଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିବ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ବିମାନ ଦୁର୍ଘଟଣା ହେବା ପରେ ସ୍ଥାନୀୟ ବାସିନ୍ଦା, ବିମାନବନ୍ଦର କର୍ମଚାରୀ, ସ୍ୱେଚ୍ଛାସେବୀ, ସ୍ୱାସ୍ଥ୍ୟକର୍ମୀ, ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ, ଆମ୍ବୁଲାନ୍ସ କର୍ମଚାରୀ, ଡ୍ରାଇଭର ଏବଂ ମିଡିଆ କର୍ମଚାରୀମାନେ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଏକାଠି କାମ କରିଥିଲେ।

ସର୍ବାଧିକ ସଂଖ୍ୟକ ଯାତ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବାରୁ ସେମାନେ କୋଭିଡ ପ୍ରୋଟୋକଲ୍ ଅନୁସରଣ କରିପାରିଲେ ନାହିଁ | ବିମାନ ବନ୍ଦର ଏକ କଣ୍ଟେଣ୍ଟମେଣ୍ଟ ଜୋନରେ ପଡେ, ସେଥିପାଇଁ ସମସ୍ତ ଉଦ୍ଧାର କର୍ମଚାରୀ ସେମାନଙ୍କର ବ୍ୟକ୍ତିଗତ ସୁରକ୍ଷା ତଥା ସମାଜର ସୁରକ୍ଷା ପାଇଁ ସଜାଗ ରହିବା ଉଚିତ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା କହିଛନ୍ତି । ଏହାଛଡା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତଙ୍କ ପରିଜନଙ୍କୁ ୧୦ ଲକ୍ଷ ଏବଂ ଗୁରୁତର ଭାବେ ଆହତଙ୍କୁ ୨ ଲକ୍ଷ ଟଙ୍କା, ସ୍ୱଳ୍ପ ଭାବେ ଆହତଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.