Below header

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତକୁ ବିରୋଧ କଲେ ମହାରାଷ୍ଟ୍ର ସରକାର, ବିହାର ପୋଲିସ ଉପରେ ଉଠାଇଲେ ଏହି ପ୍ରଶ୍ନ

ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଯାଞ୍ଚକୁ ନେଇ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ନିକଟରେ କେନ୍ଦ୍ର ସରକାର ତାଙ୍କ ମୃତ୍ୟୁର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ବହୁ ଲୋକ ସ୍ୱାଗତ ମଧ୍ୟ କରିଛନ୍ତି। କିନ୍ତୁ ଏବେ ମହାରାଷ୍ଟ୍ର ସରକାର ଏହି ମାମଲାରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଏଥିସହ ସୁପ୍ରିମ୍‌କୋର୍ଟରେ ମଧ୍ୟ ନିଜ ଜବାବ ଦାଖଲ କରିଛନ୍ତି।

sushant3

ରିପୋର୍ଟ ମୁତାବକ ଶନିବାର ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି। ଏଥିରେ ସେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇକୁ ଦେବାକୁ ବିରୋଧ କରିଛନ୍ତି। ରିପୋର୍ଟ ଦାଖଲ କରିବା ବେଳେ ସେ ବିହାର ସରକାରଙ୍କ ଉପରେ ମଧ୍ୟ କେତେକ ଆରୋପ ଲଗାଇଛନ୍ତି। ବିହାର ସରକାରଙ୍କ ଉପରେ ଅଭିଯୋଗ କରି ମହାରାଷ୍ଟ୍ର ସରକାର କହିଛନ୍ତି ଏହି ମାମଲାରେ ବିହାର ସରକାର ନିୟମ ବିରୋଧରେ ଯାଇ କାମ କରିଛନ୍ତି। ବିହାର ସରକାରଙ୍କ ନିକଟରେ କେବଳ ଜିରୋ ଏଫ୍‌ଆଇଆର ରୁଜୁ କରିବା ଅଧିକାର ଥିଲା। ସେ ମାମଲା ରୁଜୁ କରି ଆମ ପାଖକୁ ଟ୍ରାନ୍ସଫର କରିବା କଥା। କିନ୍ତୁ ବିହାର ପୋଲିସ ସିଧାସଳଖ ମାମଲାର ଯାଞ୍ଚ ପାଇଁ ମୁମ୍ବାଇ ଆସିଥିଲା। ଯାହା କି ନିୟମ ବିରୁଦ୍ଧ।

Don t attend meetings of Oppn leaders Maha govt to officials -ANI ...

ଯେହେତୁ ଯାଞ୍ଚ ହିଁ ବେଆଇନ୍‌ ତେଣୁ ବିହାର ସରକାରଙ୍କ ସିବିଆଇ ଯାଞ୍ଚ ନିର୍ଦ୍ଦେଶ ପାଇଁ ଦାବି କେମିତି କରିପାରିବେ। କେନ୍ଦ୍ର ସରକାର ମଧ୍ୟ ସିବିଆଇ ଯାଞ୍ଚ ପାଇଁ ଅନୁମତି ଦେଇ ଭୁଲ କରିଛନ୍ତି। ବିହାରର ଅନଧିକୃତ ସୁପାରିଶକୁ କେନ୍ଦ୍ର ସରକାର ମାନିବା ସମ୍ବିଧାନର ମର୍ଯ୍ୟାଦା ଉଲ୍ଲଂଘନ ବୋଲି କହିଛନ୍ତିି ମହାରାଷ୍ଟ୍ର ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.