Below header

ଗୁଜୁରାଟର ଏକ କେମିକାଲ୍‌ ଫ୍ୟାକ୍ଟୋରିରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ୮ ଦମକଳ ନିୟୋଜିତ

ଅହମ୍ମଦାବାଦ : ଗୁଜୁରାଟ ଭଲ୍‌ସାଦ୍‌ ଜିଲ୍ଲା ଭାପି ସହରରେ ଥିବା ଏକ କେମିକାଲ୍‌ ଫ୍ୟାକ୍ଟୋରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁର ବେଗ ଏତେ ପ୍ରଖର ଅଛି ଯେ ଏହାକୁ ଲିଭାଇବା ପାଇଁ ଦୁର୍ଘଟଣାସ୍ଥଳରେ ୮ରୁ ଅଧିକ ଦମକଳ ନିୟୋଜିତ ହୋଇଛି ।

ଖବର ଲେଖା ହେବା ଯାଏ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ଖବର ମିଳିଛି । ତେବେ ଫ୍ୟାକ୍ଟୋରିରେ କିପରି ନିଆଁ ଲାଗିଲା ସେ ବିଷୟରେ କିଛି ଖବର ମିଳିନାହିଁ । ନିଆଁରେ କୋଟି କୋଟି ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଫ୍ୟାକ୍ଟୋରିରୁ ପ୍ରବଳ ବେଗରେ ଧୂଆଁ ବାହାରୁଥିବା ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ବୁଲୁଥିବା ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.