Below header

ଅଭିଷେକ ବଚ୍ଚନ କରୋନାକୁ ଦେଲେ ମାତ୍‌, ଟ୍ଵିଟ୍‌ କରି କହିଲେ ‘ମୁଁ କହିଥିଲି ନା ଏହାକୁ ମୁଁ ହରାଇଦେବି’

ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ଗତ ଅନେକ ଦିନ ହେଲା କରୋନା ସହ ଲଢୁଥିଲେ। ଏବେ ଅଭିଷେକ କରୋନାକୁ ମାତ୍‌ ଦେଇ ଘରକୁ ଫେରିଛନ୍ତି। ପୂର୍ବରୁ ଐଶ୍ୱର୍ଯ୍ୟା, ଆରାଧ୍ୟା ଏବଂ ଅମିତାଭ ବଚ୍ଚନ ଏହି ଯୁଦ୍ଧ ଜିତି ଘରକୁ ଫେରିଥିବା ବେଳେ ଜୁନିୟର ବଚ୍ଚନ ଏବେ ସୁସ୍ଥ ହୋଇଛନ୍ତି। କରୋନାକୁ ହରାଇ ଅଭିଷେକ କହିଛନ୍ତି, ମୁଁ କହିଥିଲି ନା ଏହାକୁ ମୁଁ ହରାଇଦେବି।

ସୋସିଆଲ ମିଡିଆରେ ଲଗାତାର ଅଭିଷେକ ନିଜ ହାଲଚାଲ ସେୟାର କରୁଥିଲେ। ଅଭିଷେକ କରୋନା ଟେଷ୍ଟ କରିବା ପରେ ଆଜି ନେଗେଟିଭ ବାହାରିଥିଲା। ତା’ ପରେ ସେ ଟ୍ଵିଟ୍‌ କରି ସମସ୍ତଙ୍କୁ ଜଣାଇଥିଲେ। ଅଭିଷେକଙ୍କ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଥିବା ସମସ୍ତଙ୍କୁ ଅଭିଷେକ ଧନ୍ୟବାଦ ଜଣାଇଛନ୍ତି। ଏହାସହିତ ହସପିଟାଲର ଡାକ୍ତର, ନର୍ସ ଏବଂ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.