ରିୟାଙ୍କୁ ଇଡିର ଜେରା ଚାଲିଥିବା ବେଳେ କୃତି ଶାନନ ଇଂଷ୍ଟାଗ୍ରାମ ଆକାଉଣ୍ଟରେ କଲେ ଏମିତି ପୋଷ୍ଟ

ଗୋଟେ ପଟେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟର ତଦନ୍ତ ଜୋରଶୋରରେ ଜାରି ରହିଥିବା ବେଳେ ଅନ୍ୟପଟରେ ତାଙ୍କ ଫ୍ୟାନ୍ସ ଓ ସାଙ୍ଗସାଥି ମାନେ ସୋସିଆଲ ମିଡିଆରେ ତାଙ୍କୁ ମନେ ପକାଇ ପୋଷ୍ଟ ପରେ ପୋଷ୍ଟ କରିବାରେ ଲାଗିଛନ୍ତି । ସମସ୍ତଙ୍କୁ ଜଣା ଯେ କୃତି ସୁଶାନ୍ତଙ୍କ ନିକଟତମ ବନ୍ଧୁ ମାନଙ୍କ ମଧ୍ୟରୁ ଜଣେ । ସେ ପୂର୍ବରୁ ଅନେକ ଥର ସୋସିଆଲ ମିଡିଆରେ ତାଙ୍କୁ ମନେ ପକାଇ ଅନେକ ପୋଷ୍ଟ ବି କରିଛନ୍ତି । କିନ୍ତୁ ନିକଟରେ କୃତି ସେୟାର କରିଥିବା ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହାକୁ ଫ୍ୟାନ୍ସ ମାନେ ସୁଶାନ୍ତଙ୍କ ମର୍ଡର କେଶର ଯାଞ୍ଚ ଓ ରିୟାଙ୍କ ସମ୍ପର୍କ ସହ ଯୋଡ଼ିଛନ୍ତି ।ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଦିବଂଗତ ଅଭିନେତା ସୁଶାନ୍ତଙ୍କର ବାନ୍ଧବୀ ଥିଲେ । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ପିତା କେକେ ସିଂହ ରିୟାଙ୍କ ବିରୋଧରେ ଏକ ମାମଲା ଦାୟର କରିଛନ୍ତି । ଏହି ମାମଲାର ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ରିୟାଙ୍କ ସମେତ ତାଙ୍କ ସମ୍ପର୍କୀୟ ମାନଙ୍କୁ ପଚରା ଉଚୁରା ଜାରି ରଖିଛନ୍ତି ।

 

View this post on Instagram

 

🌪🌦🌤☀️ #Patience

A post shared by Kriti (@kritisanon) on

ରିୟାଙ୍କ ପ୍ରଶ୍ନ ଉତ୍ତର କରାଯାଉଥିବା ବେଳେ କୃତି ନିଜ ଅଫିସିଆଲ ସାଇଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଅବଶ୍ୟ ଏହି ପୋଷ୍ଟରେ କୃତି କାହାର ବି ନାଁ ଉଲ୍ଲେଖ କରିନାହାନ୍ତି । କୃତି ଲେଖିଛନ୍ତିକି, “ଲାଗୁଛି ଯେମିତି ଆକାଶରେ କଳା ବାଦଲ ଛାଇ ରହିଛି । କିଛି ବି ପରିସ୍କାର ଦେଖାଯାଉନାହିଁ । କିନ୍ତୁ ସତ ସର୍ବଦା ସୂର୍ଯ୍ୟ କିରଣ ଭଳି ସଫା ହିଁ ହୋଇଥାଏ । ତେଣୁ ନିଜେ କୌଣସି ଆଶଙ୍କା ନକରି ଧର୍ଯ୍ୟ ରଖନ୍ତୁ । ଦିନେ ନା ଦିନେ ସତ ପଦାକୁ ଆସିବ ।” ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ କୃତିଙ୍କ ଏହି ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଦେବା ଯୋଗ୍ୟକି, ଜୁନ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ ଦେହ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରୁ ଠାବ କରା ଯାଇଥିଲା । ଏହି ଘଟଣା ଯେମିତି ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କୁ ଏକ ପ୍ରକାର ହତବାକ କରିଦେଇଛି । ନିକଟରେ ହିଁ ଅଭିନେତାଙ୍କ ପିତା କେକେ ସିଂହ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ବିରୋଧରେ ପାଟଣା ଠାରେ ଏକ କେଶ ଦାୟର କରିଛନ୍ତି । ମୃତ୍ୟୁ କେଶର ଯାଞ୍ଚ ସିବିଆଇକୁ ହସ୍ତାନ୍ତରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.