Below header

ପୁଣି ଏକ ବଡ ଦୁର୍ଘଟଣାରୁ ବଞ୍ଚିଲା ଏୟାର ଏସିଆ ବିମାନ, ଧକ୍କା ହେଲା ପକ୍ଷୀ

ରାଞ୍ଚିରୁ ମୁମ୍ବାଇ ଯିବାକୁ ଥିବା ବିମାନ ଆଇ୫-୬୩୨ ଏକ ବଡ ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିମାନ ଟେକ୍‌ ଅଫ୍‌ କରିବା ସମୟରେ ଏକ ପକ୍ଷୀ ଧକ୍କା ହୋଇଥିଲା। ଫଳରେ ଅଧାରୁ ହିଁ ଟେକ୍‌ ଅଫ୍‌ କରିନଥିଲା ବିମାନ। ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ବୋଲି ବିମାନ ବନ୍ଦରର ଜଣେ କର୍ମଚାରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି କେରଳ କୋଝିକୋଡ କାରୀପୁର ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବୋଇଂ-୭୩୭ ବିମାନ ଦୁର୍ଘଟଣାଗସ୍ତ ହୋଇଥିଲା। ଏଥିରେ ଦୁଇ ପାଇଲଟଙ୍କ ସମେତ ୧୮ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଛନ୍ତି। କେରଳରେ ପ୍ରବଳ ବର୍ଷା ଯୋଗୁଁ ରନେଓ୍ଵରେ ପାଣି ପସିଯିବାରୁ ଏହି ଦୁର୍ଘଟଣା ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.