ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ୧୦ମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ଦେବାକୁ ପଡ଼ିବନି ଲିଖିତ ପରୀକ୍ଷା

ବ୍ୟାଙ୍କରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଖାଲି ପଡ଼ିଛି ଏକାଧିକ ପଦବୀ। ଏହି ପଦବୀ ପୂରଣ ପାଇଁ ବ୍ୟାଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର ଓ କ୍ଲର୍କ ପଦ ପାଇଁ ପ୍ରାର୍ଥୀ ଆବଶ୍ୟକ କରୁଛି। ଏହି ପଦ ପାଇଁ ଦଶମ ପାସ୍‌ କରିଥିବା ପ୍ରାର୍ଥୀ ବି ଆବେଦନ କରିପାରିବେ। ତେବେ ଏହି ପଦ ପାଇଁ ପ୍ରାର୍ଥୀଙ୍କୁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବନାହିଁ ବୋଲି ନୋଟିଫିକେସନ୍‌ରେ ଦର୍ଶାଯାଇଛି। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ…

ପଦ ବିବରଣୀ:

ଅଫିସର- ୧୪ ପଦ
କ୍ଳର୍କ – ୧୪ ପଦ

ଦରମା:

ଅଫିସର- ମାସିକ ୨୩,୭୦୦ରୁ ୪୨,୦୨୦
କ୍ଲର୍କ- ମାସିକ ୧୧,୭୬୫ରୁ ୩୧,୫୪୦

ଶିକ୍ଷାଗତ ଯୋଗ୍ୟତା:

ଅଫିସର ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପାସ୍‌ ହୋଇଥିବା ଆବଶ୍ୟକ।
କ୍ଲର୍କ ପାଇଁ ୧୦ ମ ପାସ୍‌ କରିଥିବା ଆବଶ୍ୟକ।

ବୟସ ସୀମା:

୧୮ରୁ ୨୫ ବର୍ଷ

ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌ ଚେକ୍‌ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.