Below header

ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ହତ୍ୟା, ବାଟରୁ ଟେକିନେଇ ଭୂଜାଲି ଓ ଲୁହା ରଡରେ କଲେ ମରଣାନ୍ତକ ଆକ୍ରମଣ

ଚାନ୍ଦବାଲି: ପୂର୍ବ ଶତ୍ରୁତା ଓ ଟଙ୍କା ନେଣଦେଣକୁ ନେଇ ଭଦ୍ରକ ଜିଲ୍ଲା ବାଂଶଡା ଥାନା ଷଣ୍ଢଗଡା ଗାଁରେ ଜଣେ ଯୁବକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଷଣ୍ଢଗଡା ଗାଁର ଧୁସାସନ ସାହୁଙ୍କ ପୁଅ ଅଲେଖ ସାହୁଙ୍କୁ ସେହି ଗାଁର ଗୋଟିଏ ପରିବାରର ୪ ରୁ ୫ଜଣ ମିଶି ପ୍ରଥମେ ଚିଙ୍ଗୁଡି ପ୍ଲାଣ୍ଟ ପାଖରେ ମାଡ ମାରି ନିଜ ଘରକୁ ଟେକିନେଇଥିଲେ । ସେଠାରେ ଅଲେଖକୁ ଭୂଜାଲି ଓ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରି ଗାଁ ରାସ୍ତାରେ ଫୋପାଡି ଦେଇଥିଲେ ।

ପରିବାର ଲୋକେ ଜାଣିବାପରେ ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ କଟକ ମେଡିକାଲ ନେଇଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ଅଲେଖର ମୃତ ଘଟିଥିଲା । ତେବେ ମୃତ ଅଲେଖ ସ୍ତ୍ରୀ ଓ ବାପା ବାଂଶଡା ଥାନାରେ ଏନେଇ ଅଭିଯୋଗ କଲାପରେ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.