କୁଚିଣ୍ଡା ବନ ବିଭାଗ ପକ୍ଷରୁ ବିରାଟ ଅଜଗର ଉଦ୍ଧାର

କୁଚିଣ୍ଡା:  ବାମରା ବନ୍ୟ ପ୍ରାଣୀ ଡିଭିଜନର କୁଚିଣ୍ଡା ରେଞ୍ଜ ଅନ୍ତର୍ଗତ କୁନ୍ତରା (ଉର୍ଲୁମୁଣ୍ଡା)ଗାଁ ନିକଟକରୁ ଅଜଗର ସାପ ଉଦ୍ଧାର । ଜଣେ ଜନୈକ ବ୍ୟକ୍ତିଙ୍କ ବାଡ଼ି ପଛ ପଟରୁ ଏକ ପାହାଡ଼ି ଅଜଗର ସାପ ବାହାରିଥିଲା । ସାପ ଦେଖିବା ପାଇଁ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ କୁଚିଣ୍ଡା ରେଞ୍ଜର ଗଗନ ବିହାରୀ ମଲ୍ଲିକ, କୁସୁମୀ ସେକ୍ସନ ଫରେଷ୍ଟର ଅମୀର ଜୟପୁରିଆ ଓ ୱାଚର ମିଶି ଘଟଣା ସ୍ଥଳରୁ ଉକ୍ତ ଅଜଗରକୁ ଉଦ୍ଧାର କରି ନିକଟରେ ଥିବା ବରଘାଟ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦେଇଥିବା ଜଣାପଡିଛି । ଉଦ୍ଧାର ହୋଇଥିବା ଅଜଗର ସାପର ଓଜନ ୨୫ କେଜି ହୋଇଥିବା ବେଳେ, ବୟସ ପ୍ରାୟ ୨/୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.