Categories: ମନୋରଂଜନ

ସୁସ୍ମିତାଙ୍କ ଲଭ୍ ଷ୍ଟୋରୀରେ ଲାଗିଲା ବ୍ରେକ୍, ସୋସିଆଲ୍ ମିଡିଆରେ ରାଗ ଜାହିର୍ କଲେ ପ୍ରେମିକ ରୋହମନ୍

ନିଜ ଠାରୁ ୧୫ ବର୍ଷ ସାନ ପ୍ରେମିକ ରୋହମନ୍ ଶଲଙ୍କ ପାଇଁ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ବିଉଟି କୁଇନ୍ ସୁସ୍ମିତା ସେନ୍ । ଏହି ପ୍ରେମୀ ଯୁଗଳଙ୍କ ଫଟୋ ଅନେକ ସମୟରେ ଭାଇରାଲ୍ ହୋଇଛି । ଉଭୟ ସୁସ୍ମିତା ଏବଂ ରୋହମନ୍ ଅନେକ ସମୟରେ ସୋସିଆଲ୍ ମିଡିଆରେ ନିଜ ପ୍ରେମକୁ ବ୍ୟକ୍ତ ମଧ୍ୟ କରି ସାରିଛନ୍ତି । କେବଳ ସେତିକି ନୁହେଁ ପାର୍ଟି ଇଭେଣ୍ଟରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳେ । ପ୍ରଶଂସକ ମଧ୍ୟ ଉଭୟଙ୍କ ଯୋଡିକୁ ଖୁବ୍ ପସନ୍ଦ କରନ୍ତି । ହେଲେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଆସିଛି ଏକ ଚାଂଚଲ୍ୟକର ଖବର । ଲାଗୁଛି ଏହି ପ୍ରେମ କାହାଣୀରେ ଲାଗି ଯାଇଛି ବ୍ରେକ୍ ।

ଏକଥା ରୋହମାନଙ୍କ ଏକ ଇନଷ୍ଟାଗ୍ରାମ୍ ପୋଷ୍ଟରୁ ଜଣା ପଡୁଛି । ପୋଷ୍ଟ ଦେଖି ଲାଗୁଛି ଉଭୟଙ୍କ ମଧ୍ୟରେ କିଛି ଠିକ୍ ନାହିଁ । ଆଉ ଉଭୟଙ୍କ ଲଭ ଷ୍ଟୋରୀ ପାଲଟିଯାଇଛି ହେଟ୍ ଷ୍ଟୋରୀରେ । ଅନ୍ୟପଟେ ସୁସ୍ମିତା ମଧ୍ୟ ପ୍ରେମିକ ରୋହମନଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରିବା ବନ୍ଦ କରିଦେଇଛନ୍ତି ।

ଇନଷ୍ଟାଗ୍ରାମ ମାଧ୍ୟମରେ ନିଜର ସମସ୍ତ ରାଗ ସୁଝାଇଛନ୍ତି ରୋହମନ୍ । ପୋଷ୍ଟ କରି ଲେଖିଛନ୍ତି, ହେ ତୁମେ, ହଁ ମୁଁ ତୁମ ସହ କଥା ହେଉଛି । କଣ ଅଛି ଯାହା ତୁମକୁ ବିରକ୍ତ କରାଉଛି । ମୁଁ ଏଠି ତୁମ କଥା ଶୁଣୁଛି ୨୪ ଘଂଟା ପାଇଁ । ଏହା ପରେ ନିଜ ସମ୍ପର୍କକୁ ନେଇ ଅନେକ ଗୁଡିଏ କଥା ଲେଖିଛନ୍ତି ରୋହମନ୍ । ଯେଉଁଥିରୁ ସ୍ପଷ୍ଟ ଜଣା ପଡୁଛି ଏହି ପୋଷ୍ଟଟି ସୁସ୍ମିତାଙ୍କ ପାଇଁ । ଆଉ ଏହି ପୋଷ୍ଟ ମାଧ୍ୟମରେ ନିଜ ମନ କଥା ବଖାଣିଛନ୍ତି ରୋହମନ୍ ।

ସୂଚନାଯୋଗ୍ୟ, ସୋସିଆଲ୍ ମିଡିଆ ମାଧ୍ୟମରେ ପରସ୍ପରକୁ ଚିହ୍ନିଥିଲେ ସୁସ୍ମିତା ଏବଂ ରୋହମନ୍ । ଏହା ପରେ ସୁସ୍ମିତାକୁ ଫୁଟବଲ୍ ଦେଖିବାକୁ ନିମନ୍ତ୍ରଣ କରିଥିଲେ ରୋହମନ୍ । ଧୀରେ ଧୀରେ ଏହି ସମ୍ପର୍କ ପ୍ରେମରେ ପରିବର୍ତ୍ତନ ହୋଇଯାଇଥିଲା ।

KNews Bureau

Recent Posts

ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ, ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…

18 mins ago

ମଣିଷ ଶରୀରରେ କେତେ ଉତ୍ତାପ ବହନ କରିବାର କ୍ଷମତା ରହିଛି ?

ବିଶ୍ୱର ଅନେକ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଏହି ଉତ୍ତାପକୁ ସହ୍ୟ କରିବା…

50 mins ago

ହାତୀ ଆତଙ୍କ, ରାସ୍ତାରେ ରାତ୍ରି ଯାପନ କରୁଛନ୍ତି ଲୋକେ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର କଲମପୁର ଅଞ୍ଚଳରେ ଗତ କିଛିଦିନ ହେଲା ବଣୁଆ ହାତୀ ଆତଙ୍କ ଖେଲାଇଛି । କିଛି…

1 hour ago

ମହାରାଷ୍ଟ୍ର: ରାସାୟନିକ କାରଖାନାରେ ବଏଲର ଫାଟି ଭୟଙ୍କର ବିସ୍ଫୋରଣ, ୪ ମୃତ; ୩୦ ଆହତ

ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏକ ରାସାୟନିକ କାରଖାନାରେ ନିଆଁ ଲାଗିଥିବାର ଖବର ଆସିଛି । କାରଖାନା ଭିତରେ ବଏଲର ଫାଟିଯିବା…

1 hour ago

ଓଜନ କମ୍‌ କରିବା ପାଇଁ ଓ୍ଵାକ ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ

ଯେକୌଣସି ସମୟରେ ଓ୍ଵାକିଂ କରିବା ହେଉଛି ସବୁଠାରୁ ସହଜ ଫିଟନେସ୍ ଏକ୍ସରସାଇଜ୍‌ । ତେବେ ପ୍ରତିଦିନ ଓ୍ଵାକ ଆପଣଙ୍କ ପୁରା…

1 hour ago

ସାଲେପୁର ବିଜୟ ସଂକଳ୍ପ ସମାବେଶରେ ଗୁରୁମନ୍ତ୍ର ଦେଲେ ଯୋଗୀ ଆଦିତ୍ୟନାଥ

ସାଲେପୁର : ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଗ୍ରସ୍ତରେ ଆସି ସାଲେପୁର କୁଳିଆ ଆର ଏମସି…

2 hours ago