ସୁସ୍ମିତାଙ୍କ ଲଭ୍ ଷ୍ଟୋରୀରେ ଲାଗିଲା ବ୍ରେକ୍, ସୋସିଆଲ୍ ମିଡିଆରେ ରାଗ ଜାହିର୍ କଲେ ପ୍ରେମିକ ରୋହମନ୍

ନିଜ ଠାରୁ ୧୫ ବର୍ଷ ସାନ ପ୍ରେମିକ ରୋହମନ୍ ଶଲଙ୍କ ପାଇଁ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ବିଉଟି କୁଇନ୍ ସୁସ୍ମିତା ସେନ୍ । ଏହି ପ୍ରେମୀ ଯୁଗଳଙ୍କ ଫଟୋ ଅନେକ ସମୟରେ ଭାଇରାଲ୍ ହୋଇଛି । ଉଭୟ ସୁସ୍ମିତା ଏବଂ ରୋହମନ୍ ଅନେକ ସମୟରେ ସୋସିଆଲ୍ ମିଡିଆରେ ନିଜ ପ୍ରେମକୁ ବ୍ୟକ୍ତ ମଧ୍ୟ କରି ସାରିଛନ୍ତି । କେବଳ ସେତିକି ନୁହେଁ ପାର୍ଟି ଇଭେଣ୍ଟରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳେ । ପ୍ରଶଂସକ ମଧ୍ୟ ଉଭୟଙ୍କ ଯୋଡିକୁ ଖୁବ୍ ପସନ୍ଦ କରନ୍ତି । ହେଲେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଆସିଛି ଏକ ଚାଂଚଲ୍ୟକର ଖବର । ଲାଗୁଛି ଏହି ପ୍ରେମ କାହାଣୀରେ ଲାଗି ଯାଇଛି ବ୍ରେକ୍ ।

susmitaଏକଥା ରୋହମାନଙ୍କ ଏକ ଇନଷ୍ଟାଗ୍ରାମ୍ ପୋଷ୍ଟରୁ ଜଣା ପଡୁଛି । ପୋଷ୍ଟ ଦେଖି ଲାଗୁଛି ଉଭୟଙ୍କ ମଧ୍ୟରେ କିଛି ଠିକ୍ ନାହିଁ । ଆଉ ଉଭୟଙ୍କ ଲଭ ଷ୍ଟୋରୀ ପାଲଟିଯାଇଛି ହେଟ୍ ଷ୍ଟୋରୀରେ । ଅନ୍ୟପଟେ ସୁସ୍ମିତା ମଧ୍ୟ ପ୍ରେମିକ ରୋହମନଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରିବା ବନ୍ଦ କରିଦେଇଛନ୍ତି ।

rohmanଇନଷ୍ଟାଗ୍ରାମ ମାଧ୍ୟମରେ ନିଜର ସମସ୍ତ ରାଗ ସୁଝାଇଛନ୍ତି ରୋହମନ୍ । ପୋଷ୍ଟ କରି ଲେଖିଛନ୍ତି, ହେ ତୁମେ, ହଁ ମୁଁ ତୁମ ସହ କଥା ହେଉଛି । କଣ ଅଛି ଯାହା ତୁମକୁ ବିରକ୍ତ କରାଉଛି । ମୁଁ ଏଠି ତୁମ କଥା ଶୁଣୁଛି ୨୪ ଘଂଟା ପାଇଁ । ଏହା ପରେ ନିଜ ସମ୍ପର୍କକୁ ନେଇ ଅନେକ ଗୁଡିଏ କଥା ଲେଖିଛନ୍ତି ରୋହମନ୍ । ଯେଉଁଥିରୁ ସ୍ପଷ୍ଟ ଜଣା ପଡୁଛି ଏହି ପୋଷ୍ଟଟି ସୁସ୍ମିତାଙ୍କ ପାଇଁ । ଆଉ ଏହି ପୋଷ୍ଟ ମାଧ୍ୟମରେ ନିଜ ମନ କଥା ବଖାଣିଛନ୍ତି ରୋହମନ୍ ।

susmita senସୂଚନାଯୋଗ୍ୟ, ସୋସିଆଲ୍ ମିଡିଆ ମାଧ୍ୟମରେ ପରସ୍ପରକୁ ଚିହ୍ନିଥିଲେ ସୁସ୍ମିତା ଏବଂ ରୋହମନ୍ । ଏହା ପରେ ସୁସ୍ମିତାକୁ ଫୁଟବଲ୍ ଦେଖିବାକୁ ନିମନ୍ତ୍ରଣ କରିଥିଲେ ରୋହମନ୍ । ଧୀରେ ଧୀରେ ଏହି ସମ୍ପର୍କ ପ୍ରେମରେ ପରିବର୍ତ୍ତନ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.