ବିବାହକୁ ନେଇ ଏବେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରୁଣ ଧୱନ

କିଛି ମାସ ତଳେ ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ଏବଂ ତାଙ୍କ ପ୍ରେମିକା ନତାଶା ଦଲାଲ ଚଳିତ ବର୍ଷ ଡିସେମ୍ବର ରେ ବିବାହ କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ଦୁହେଁ ଗୋଆରେ ଡେଷ୍ଟିନେସନ ୱେଡିଂ କରିବା ନେଇ ଦୁହିଁଙ୍କ ପରିବାର ଲୋକେ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ଖବର ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ବରୁଣଙ୍କ ବୟାନ ସେ ସବୁ ଚର୍ଚ୍ଚା ଉପରେ ପାଣି ପକାଇ ଦେଇଛି । ଡିସେମ୍ବରରେ ବିବାହ କରିବା ଖବର ଉପରେ ତାଙ୍କର ପ୍ରତିକ୍ରିୟା ମଗାଯିବା ପରେ, ଏହି ଖବର କେବଳ ଏକ ଗୁଜବ ବୋଲି କହିଛନ୍ତି ବରୁଣ। ଏଥିରେ କୌଣସି ସତ୍ୟତା ନାହିଁ । ମୁଁ ମନା କରି କରି ଥକି ଗଲିଣି । ଯେତେବେଳେ ବିବାହ କରିବି, ନିଶ୍ଚୟ ସମସ୍ତଙ୍କୁ ଜଣାଇବି ବୋଲି କହିଛନ୍ତି ବରୁଣ ଧଓ୍ୱନ ।

Varunଅନ୍ୟ ପକ୍ଷରେ ବରୁଣଙ୍କ ବାପା ଡେଭିଡ୍‌ ଧଓ୍ଵନ କହିଛନ୍ତି, ମୁଁ ଜାଣିଛି ସମସ୍ତେ ବରୁଣଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି । ମୁଁ ବି ମଧ୍ୟ ଉତ୍ସାହିତ ଅଛି । ବରୁଣ ବିବାହ କଲେ ଆମ ପରିବାର ସବୁଠାରୁ ଅଧିକ ଖୁସି ହେବ । ବିବାହ ବହୁତ ଧୁମ୍‌ ଧାମ୍‌ରେ ହେବ । ଆମେ ଅଧିକାରୀକ ଭାବେ ବିବାହର ତାରିଖ ଘୋଷଣା କରିବୁ । ଏ ନେଇ ପୂର୍ବରୁ କୌଣସି ପ୍ରକାରର ଆଲୋଚନା କରିବା ଠିକ୍‌ ନୁହେଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଡେଭିଡ୍‌ ଧଓ୍ଵନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.