Below header

ଅଲିମ୍ପିକ୍ସ ଖେଳରେ ସାମିଲ୍ ହେଲା ବ୍ରେକ୍ ଡ୍ୟାନ୍ସ, ୨୦୨୪ ରେ ହେବ ଏହାର ଡେବ୍ୟୁ

ନୂଆଦିଲ୍ଲୀ : ଇଣ୍ଟରନ୍ୟାସନାଲ୍ ଅଲିମ୍ପିକ୍ସ କମିଟି ବ୍ରେକ୍ ଡ୍ୟାନ୍ସ,ସ୍କେଟ୍ ବୋର୍ଡିଙ୍ଗ୍, ସ୍ପର୍ଟ କ୍ଳାଇବଙ୍ଗ୍ ଏବଂ ସର୍ଫିଙ୍ଗ କୁ ଅଲିମ୍ପିକ୍ସ ଖେଳରେ ସାମିଲ୍ କରିବାକୁ ନିଷ୍ପତି ନେଇଛନ୍ତି । ଏହି ଖେଳକୁ ଅସ୍ଥାୟୀ ରୂପେ ସାମିଲ କରାଯାଇଛି । ୨୦୨୪ରେ ପ୍ୟାରିସ୍ ରେ ହେବାକୁ ଥିବା ଅଲିମ୍ପିକ୍ସ ଖେଳରେ ଏହି ଚାରୋଟି ଖେଳକୁ ୧୨ଟି ଇଭେଣ୍ଟରେ ଆୟୋଜିତ କରାଯିବ । ସେଠାରେ ସ୍କେଟ୍ ବୋର୍ଡିଙ୍ଗ୍, ସ୍ପର୍ଟ କ୍ଳାଇବିଙ୍ଗ୍ ଏବଂ ସର୍ଫିଙ୍ଗ ଖେଳକୁ ଆୟୋଜନ ୨୦୨୦ରେ ଟୋକୟୋରେ ହେବାକୁ ଥିବା ଅଲିମ୍ପିକ୍ସରେ ମଧ୍ୟ ଖେଳାଯିବ ।

BREAKDANCEଏହି ଚାରୋଟି ଖେଳର ପ୍ରସ୍ତାବ ଟୋକିୟୋ ୨୦୧୦ କାର୍ଯ୍ୟକ୍ରମର ବିକାସ ଉପରେ ଆଧାରିତ ରହିଛି ଏବଂ ଏଥିରେ ୨୪୮ ଆଥଲେଟ୍ ସାମିଲ୍ ହୋଇଛନ୍ତି । ଯିଏ ୧୦,୫୦୦ ଆଥଲେଟ୍ କୋଟା ଭିତରେ ଫିଟ୍ ଥିବେ ଏବଂ ଯେଉଁଥିରେ ମହିଳା ଏବଂ ପୁରୁଷଙ୍କ ସଂଖ୍ଯା ସମାନ ସମାନ ଥିବ । ଖେଳକୁ ଖେଳାଯିବା ପାଇଁ ଦିଆଯାଇଥିବା ପ୍ରତିଶୃତିକୁ ଧ୍ୟାନରେ ରଖି ପ୍ୟାରିସ୍ ୨୦୨୪ରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସରେ ୯୫ ପ୍ରତିଶତ ଅସ୍ଥାୟୀ ସ୍ଥାନକୁ ଉପଯୋଗ କରାଯିବ ।


ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଆୟୋଜନ ସମିତିର ଅଧ୍ୟକ୍ଷ କହିଛନ୍ତି କି, ମୁଁ ଖୁସି କି ଇଣ୍ଟରନ୍ୟାସନାଲ ଅଲମ୍ପିକ୍ କମିଟି ଆମର ପ୍ରସ୍ତାବ ପକ୍ଷରେ ଭୋଟ କରି ବ୍ରେକ୍ ଡ୍ୟାନ୍ସ ,ସ୍କେଟ୍ ବୋର୍ଡିଙ୍ଗ୍, ସ୍ପର୍ଟ କ୍ଳାଇବଙ୍ଗ୍ ଏବଂ ସର୍ଫିଙ୍ଗ କୁ ଅଲିମ୍ପିକ୍ସ ଖେଳରେ ସାମିଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.