ମନୋରଂଜନ

‘ଫ୍ରୀରେ ଡାଉନଲୋଡ କରନ୍ତୁ The Kashmir Files’, ଆପଣଙ୍କ ହ୍ଵାଟ୍ସଆପକୁ ଆସୁଛି କି ଏପରି ମେସେଜ୍‌ ଲିଙ୍କ କ୍ଲିକ କରିବା ପୂର୍ବରୁ ପଢ଼ିନିଅନ୍ତୁ ନଚେତ

ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ ରହିଛି । କାଶ୍ମୀର ପଣ୍ଡିତଙ୍କ ସଂଘର୍ଷମୟକୁ ଦର୍ଶାଉଥିବା ଏହି ଫିଲ୍ମକୁ ନେଇ ଦେଶରେ ଅନେକ ପ୍ରକାର ବିଚାର ସାମ୍ନାକୁ ଆସୁଛି। ଫଳରେ ଲୋକଙ୍କ ମନରେ ଫିଲ୍ମକୁ ନେଇ ବହୁତ ରୋମାଞ୍ଚ ବଢ଼ିଯାଇଛି । ଫିଲ୍ମକୁ ଦେଖିବା ପାଇଁ ଲୋକେ ଯେମିତି ପାଗଳ ହେଉଛନ୍ତି। ଏମିତି ତ ଫିଲ୍ମ ଦେଖିବାକୁ ହେଲେ ସିନେମା ହଲ ଯିବାକୁ ପଡ଼େ କିନ୍ତୁ କିଛି ସମୟ ପୂର୍ବରୁ ହେବ ହ୍ୱାଟ୍ସଆପରେ ଏହି ଫିଲ୍ମକୁ ଫ୍ରି ରେ ଡାଉନଲୋଡ କରି ଦେଖିବା ପାଇଁ ଏକ ଲିଙ୍କ ଶେୟାର କରାଯାଉଛି । ସେହି ଲିଙ୍କ ବିରୋଧରେ ପୋଲିସ ମଧ୍ୟ ଚେତାବନୀ ଦେଇଛି, କିନ୍ତୁ କାହିଁକି ଆସନ୍ତୁ ଜାଣିବା।

କିଛି ସମୟରୁ ହ୍ଵାଟ୍ସଆପରେ ଏକ ମେସେଜ ସେୟାର କରାଯାଉଛି, ଯେଉଁଥିରେ କିଛି ଲିଙ୍କ ଦିଆଯାଇଛି, ଏହି ଫିଲ୍ମକୁ ଡାଉନଲୋଡ ଫିଲ୍ମ ପାଇଁ ହ୍ୱାଟ୍ସଆପ୍ ରେ ଏକ ଲିଙ୍କ୍ ଘୂରିବୁଲୁଛି। ଯାହାକୁ କ୍ଲିକ କରି ଆପଣ ଏହି ଫିଲ୍ମକୁ ଘରେ ବସି ଡାଉନଲୋଡ କରି ଦେଖିପାରିବେ। କିଛି ଏମିତି ମେସେଜ୍‌ ହ୍ଵାଟ୍ସଆପକୁ ଏବେ ଆସୁଛି। କିନ୍ତୁ ଏହା କୌଣସି ଲିଙ୍କ ନୁହେଁ ଏଥିରେ କୌଣସି ଫିଲ୍ମ ଆପଣ ଦେଖିପାରିବେନାହିଁ ବରଂ ହ୍ୟାକରଙ୍କ ଏକ ଚାଲ୍।

ଯାହାଦ୍ୱାରା ଫୋନରେ ଭାଇରସ ଆସିପାରେ ଏବଂ ଆପଣଙ୍କ ସମସ୍ତ ତଥ୍ୟ ନେଇ ଆକାଉଣ୍ଟରୁ ଟଙ୍କା ଚୋରି ହୋଇପାରେ ବୋଲି ପୋଲିସ୍ ତରଫରୁ ସୂଚନା ଦିଆଯାଇଛି । ତେଣୁ ଏଭଳି ଲିଙ୍କ ଉପରେ ଧ୍ୟାନ ନଦେବାକୁ କୁହାଯାଇଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଲିଙ୍କ କାରଣରୁ ହ୍ୟାକିଙ୍ଗ୍‌ ମାମଲାର କୌଣସି ଖବର ଆସିନାହିଁ କିନ୍ତୁ ଏହା ସତ ଯେ ଏହି ତରିକାକୁ ବ୍ୟବହାର କରି ହ୍ୟାକର୍ସ ଲୋକଙ୍କୁ ଠକୁଛନ୍ତି,ତେଣୁ ଆପଣ ସାବଧାନ ରୁହନ୍ତୁ।

ଏହାସହ ପଢ଼ନ୍ତୁ : ଖାକି ପୋଷାକ ପିନ୍ଧି ହତିଆର ବଦଳରେ ଉଠାଇଲେ ବାଜା, ଚଢିଲା ‘ପୁଷ୍ପା’ର କ୍ରେଜ୍

Pritiparna

Recent Posts

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

35 seconds ago

ପୃଥିବୀ କେତେ ବର୍ଷ ପୁରୁଣା, ଉତ୍ତର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ବୈଜ୍ଞାନିକମାନେ ପୃଥିବୀରେ ନୂତନ ଅନୁସନ୍ଧାନ ଜାରି ରଖିଛନ୍ତି, ଯାହା ମାଧ୍ୟମରେ ଆମେ ଏହାର ଅନନ୍ୟ ରହସ୍ୟ ବିଷୟରେ ନୂଆ…

6 mins ago

ଜାପାନରେ କାୟା ବିସ୍ତାର କରୁଛି ମାରାତ୍ମକ ରୋଗ, STSS ବ୍ୟାକ୍ଟେରିଆ ଯୋଗୁ ୪୮ ଘଣ୍ଟା ମଧ୍ୟରେ ହୁଏ ରୋଗୀର ମୃତ୍ୟୁ

ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ ।…

22 mins ago

ଇଣ୍ଡିଆନ୍‌ କୋର୍ଷ୍ଟ ଗାର୍ଡରେ ୩୨୦ ପଦବୀ ଖାଲି, ୧୨ଶ ପାସ୍‌ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ବମ୍ପର ପଦବୀରେ ଭର୍ତ୍ତି ହେଉଛି…

29 mins ago

କେଶ ଝଡିବା ଏବଂ ରୁପି ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଖରା ଓ ଗରମ ଯୋଗୁ ଘରୁ ବାହାରକୁ ଯିବା ବହୁତ କଷ୍ଟକର ହୋଇଯାଇଛି । ଏହା ସହ ଖରାରେ…

35 mins ago

ଅସ୍ତରଙ୍ଗ ଜାହାନିଆରେ ଜମିଥିଲା ହଜାର ହଜାର ପର୍ଯ୍ୟଟକଙ୍କ ଭିଡ, ଝାଉଁ ଜଙ୍ଗଲରେ ମଜା କହିଲେ ନସରେ

କାକଟପୁର(କେନ୍ୟୁଜ): ଓଡ଼ିଶାର ପାରମ୍ପରିକ ପର୍ବ ରଜ । ଏଥିପାଇଁ ଗାଁ ଠାରୁ ସହର ସବୁଠାରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା…

44 mins ago