Categories: ମନୋରଂଜନ

ଆଖି ଖାଇଯିବ ଧୋକା, ନିଜ ମା’ଙ୍କ କାର୍ବନ କପି ଅଟନ୍ତି ବଲିଉଡର ଏହି ୮ ଅଭିନେତ୍ରୀ

କୁହାଯାଏ ଯେ ଝିଅମାନେ ନିଜ ମା‘ଙ୍କର ସବୁଠୁ ଅଧିକ ନିକଟତର ହୋଇଥାନ୍ତି। ଝିଅ ପାଇଁ ମା’ ବେଷ୍ଟଫ୍ରେଣ୍ଡ ହୋଇଥାନ୍ତି। ଝିଅମାନେ ବାପାଙ୍କର ଅତି ଗେହ୍ଲା ହୋଇଥାନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ଅଧିକାଂଶ ଗୁଣ ମା’ଙ୍କର ରହିଥାଏ। ଦେଖିବାରେ ମଧ୍ୟ ବହୁତ ସିମିଲାର ହୋଇଥାନ୍ତି। ଏହାର ସିଧା ଉଦାହରଣ ଆପଣ ବଲିଉଡରେ ଦେଖିପାରିବେ। ବହୁତ ଅଭିନେତ୍ରୀ ନିଜ ମା’ଙ୍କର କାର୍ବନ କପି ଅଟନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏହି ମା’-ଝିଅଙ୍କ ବିଷୟରେ ଜଣାଇବୁ।

ହେମାମାଳିନୀ ଏବଂ ଇସା ଦେଓଲ

ବଲିଉଡର ଡ୍ରୀମ ଗାର୍ଲ ହେମାମାଳିନୀଙ୍କ ଚେହେରା ତାଙ୍କ ଝିଅ ଇସା ଦେଓଲଙ୍କ ସହିତ ଅଧିକ ମେଳ ଖାଇଥାଏ। ଇସା ଅବିକଳ ତାଙ୍କ ମା’ଙ୍କ ପରି ଦେଖାଯାନ୍ତି।

ଆଲିୟା ଭଟ୍ଟ ଏବଂ ସୋନି ରାଜଦାନ

ବଲିଉଡର କ୍ୟୁଟ୍ ଅଭିନେତ୍ରୀ ଆଲିୟା ଭଟ୍ଟ ଆଜି ବଲିଉଡର ଜଣେ ଚର୍ଚ୍ଚିତ ନାମ ଅଟେ। ଆଲିୟାଙ୍କ ମା’ ସୋନି ରାଜଦାନ ବ୍ରିଟିସରେ ଜନ୍ମ ହୋଇଥିବା ଭାରତୀୟ ଅଭିନେତ୍ରୀ ଅଟନ୍ତି।

ଟ୍ବିଙ୍କଲ ଖନ୍ନା ଏବଂ ଡିମ୍ପଲ କାପାଡିୟା

ବଲିଉଡର ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ଲୋକପ୍ରୀୟ ଡିମ୍ପଲ କାପାଡିୟା ବଲିଉଡର ନିଜର ଏକ ଅଲଗା ପରିଚୟ ସ୍ରୁଷ୍ଟି କରିପାରିଛନ୍ତି। ୧୯୭୩ ମସିହାରେ ସେ ଟ୍ବିଙ୍କଲ ଖନ୍ନାଙ୍କୁ ଜନ୍ମ ଦେଇଥିଲେ। ଡିମ୍ପଲ ଏବଂ ଟ୍ବିଙ୍କଲଙ୍କ ଫେସରେ ବହୁତ ସାମଞ୍ଜସ୍ୟ ରହିଛି।

ଶ୍ରୁତି ହାସନ ଏବଂ ସାରିକା

ସାଉଥ୍ ସୁପର ଷ୍ଟାର କମଲ ହାସନ ସୁନ୍ଦର ଅଭିନେତ୍ରୀ ସାରିକାଙ୍କୁ ବିବାହ କରିଥିଲେ। ଶ୍ରୁତିଙ୍କ ସୁନ୍ଦରତା ଦେଖିଲେ ତାଙ୍କ ମା’ଙ୍କର ଝଲକ ଆସେ।

ସୋହା ଅଲ୍ଲୀ ଖାନ୍ ଏବଂ ଶର୍ମିଲା ଟାଗୋର

ନିଜ ଜମାନାରେ ବହୁତ ଭଲ କଳାକାର ଶର୍ମିଲା ଟାଗୋର ବହୁତ ହିଁ ସୁନ୍ଦର। ଶର୍ମିଲା ଟାଗୋର କ୍ରିକେଟର ମନସୁର ଅଲ୍ଲି ଖାନ ପଟୌଦିଙ୍କୁ ବିବାହ କରିଥିଲେ। ଶର୍ମିଲା ୧୯୭୮ ମସିହାରେ ସୋହାଙ୍କୁ ଜନ୍ମ ଦେଲେ। ଯିଏବ କି ପୂରାପୂରି ଭାବେ ନିଜ ମା’ଙ୍କ ଭଳି ଦେଖାଯାଉଥିଲେ।

କରିଶ୍ମା କପୁର ଏବଂ ବବିତା କପୁର

କରିଶ୍ମା ଦେଖିବାକୁ ନିଜ ମା’ ବବିତା କପୁରଙ୍କ ଭଳି ଦେଖିବାକୁ। କରିଶ୍ମା ୧୯୭୪ ମସିହାରେ ଜନ୍ମ ହୋଇଥିଲେ। ସେ ବିଲକୁଲ ଭାବେ ତାଙ୍କ ମା’ଙ୍କ ଭଳି ଦେଖିବାକୁ।

ସାରା ଅଲ୍ଲି ଖାନ୍ ଏବଂ ଅମ୍ରୁତା ସିଂହ

ଯେତେବେଳେ ସାରା ଅଲ୍ଲି ଖାନ୍ ଫିଲ୍ମ ‘କେଦାରନାଥ’ରେ ବଲିଉଡରେ ଏଣ୍ଟ୍ରି କରିଥିଲେ, ତାଙ୍କୁ ଦେଖି ଲାଗୁଥିଲା ଯେପରି ଅମ୍ରୁତା ସିଂହ ପରଦା ଉପରେ ଆସିଯାଇଛନ୍ତି। ସାରା ଦେଖିବାକୁ ମା’ ଅମ୍ରୁତାଙ୍କ ଭଳି ଦେଖିବାକୁ।

ମାଲା ସିହ୍ନା ଓ ପ୍ରତିଭା ସିହ୍ନା

ସେହିପରି ବିଗତ ଦିନର ଅନ୍ୟ ଜଣେ ହଇଟ୍‌ ନାୟିକା ମାଲା ସିହ୍ନାଙ୍କର ଝିଅ ପ୍ରତିଭା ସିହ୍ନା ମଧ୍ୟ ଠିକ୍‌ ତାଙ୍କରି ଭଳି ଦେଖିବାକୁ । ହେଳେ ବଲିଉଡ୍‌କୁ ଆସିଥିଲେ ମଧ୍ୟ ଅଳ୍ପ କିଛି ସିନେମାରେ ଅଭିନୟ କରିଥିବା ପ୍ରତିଭା ସଫଳ ହୋଇ ପାରିଲେ ନାହିଁ ।

Pritiparna

Recent Posts

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

32 seconds ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

27 mins ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

41 mins ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

8 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

11 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago