ଆଖି ଖାଇଯିବ ଧୋକା, ନିଜ ମା’ଙ୍କ କାର୍ବନ କପି ଅଟନ୍ତି ବଲିଉଡର ଏହି ୮ ଅଭିନେତ୍ରୀ

କୁହାଯାଏ ଯେ ଝିଅମାନେ ନିଜ ମା‘ଙ୍କର ସବୁଠୁ ଅଧିକ ନିକଟତର ହୋଇଥାନ୍ତି। ଝିଅ ପାଇଁ ମା’ ବେଷ୍ଟଫ୍ରେଣ୍ଡ ହୋଇଥାନ୍ତି। ଝିଅମାନେ ବାପାଙ୍କର ଅତି ଗେହ୍ଲା ହୋଇଥାନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ଅଧିକାଂଶ ଗୁଣ ମା’ଙ୍କର ରହିଥାଏ। ଦେଖିବାରେ ମଧ୍ୟ ବହୁତ ସିମିଲାର ହୋଇଥାନ୍ତି। ଏହାର ସିଧା ଉଦାହରଣ ଆପଣ ବଲିଉଡରେ ଦେଖିପାରିବେ। ବହୁତ ଅଭିନେତ୍ରୀ ନିଜ ମା’ଙ୍କର କାର୍ବନ କପି ଅଟନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏହି ମା’-ଝିଅଙ୍କ ବିଷୟରେ ଜଣାଇବୁ।

ହେମାମାଳିନୀ ଏବଂ ଇସା ଦେଓଲ

ishaବଲିଉଡର ଡ୍ରୀମ ଗାର୍ଲ ହେମାମାଳିନୀଙ୍କ ଚେହେରା ତାଙ୍କ ଝିଅ ଇସା ଦେଓଲଙ୍କ ସହିତ ଅଧିକ ମେଳ ଖାଇଥାଏ। ଇସା ଅବିକଳ ତାଙ୍କ ମା’ଙ୍କ ପରି ଦେଖାଯାନ୍ତି।

ଆଲିୟା ଭଟ୍ଟ ଏବଂ ସୋନି ରାଜଦାନ

aliaବଲିଉଡର କ୍ୟୁଟ୍ ଅଭିନେତ୍ରୀ ଆଲିୟା ଭଟ୍ଟ ଆଜି ବଲିଉଡର ଜଣେ ଚର୍ଚ୍ଚିତ ନାମ ଅଟେ। ଆଲିୟାଙ୍କ ମା’ ସୋନି ରାଜଦାନ ବ୍ରିଟିସରେ ଜନ୍ମ ହୋଇଥିବା ଭାରତୀୟ ଅଭିନେତ୍ରୀ ଅଟନ୍ତି।

ଟ୍ବିଙ୍କଲ ଖନ୍ନା ଏବଂ ଡିମ୍ପଲ କାପାଡିୟା

twinkleବଲିଉଡର ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ଲୋକପ୍ରୀୟ ଡିମ୍ପଲ କାପାଡିୟା ବଲିଉଡର ନିଜର ଏକ ଅଲଗା ପରିଚୟ ସ୍ରୁଷ୍ଟି କରିପାରିଛନ୍ତି। ୧୯୭୩ ମସିହାରେ ସେ ଟ୍ବିଙ୍କଲ ଖନ୍ନାଙ୍କୁ ଜନ୍ମ ଦେଇଥିଲେ। ଡିମ୍ପଲ ଏବଂ ଟ୍ବିଙ୍କଲଙ୍କ ଫେସରେ ବହୁତ ସାମଞ୍ଜସ୍ୟ ରହିଛି।

ଶ୍ରୁତି ହାସନ ଏବଂ ସାରିକା

shritiସାଉଥ୍ ସୁପର ଷ୍ଟାର କମଲ ହାସନ ସୁନ୍ଦର ଅଭିନେତ୍ରୀ ସାରିକାଙ୍କୁ ବିବାହ କରିଥିଲେ। ଶ୍ରୁତିଙ୍କ ସୁନ୍ଦରତା ଦେଖିଲେ ତାଙ୍କ ମା’ଙ୍କର ଝଲକ ଆସେ।

ସୋହା ଅଲ୍ଲୀ ଖାନ୍ ଏବଂ ଶର୍ମିଲା ଟାଗୋର

sohaନିଜ ଜମାନାରେ ବହୁତ ଭଲ କଳାକାର ଶର୍ମିଲା ଟାଗୋର ବହୁତ ହିଁ ସୁନ୍ଦର। ଶର୍ମିଲା ଟାଗୋର କ୍ରିକେଟର ମନସୁର ଅଲ୍ଲି ଖାନ ପଟୌଦିଙ୍କୁ ବିବାହ କରିଥିଲେ। ଶର୍ମିଲା ୧୯୭୮ ମସିହାରେ ସୋହାଙ୍କୁ ଜନ୍ମ ଦେଲେ। ଯିଏବ କି ପୂରାପୂରି ଭାବେ ନିଜ ମା’ଙ୍କ ଭଳି ଦେଖାଯାଉଥିଲେ।

କରିଶ୍ମା କପୁର ଏବଂ ବବିତା କପୁର

karishmaକରିଶ୍ମା ଦେଖିବାକୁ ନିଜ ମା’ ବବିତା କପୁରଙ୍କ ଭଳି ଦେଖିବାକୁ। କରିଶ୍ମା ୧୯୭୪ ମସିହାରେ ଜନ୍ମ ହୋଇଥିଲେ। ସେ ବିଲକୁଲ ଭାବେ ତାଙ୍କ ମା’ଙ୍କ ଭଳି ଦେଖିବାକୁ।

ସାରା ଅଲ୍ଲି ଖାନ୍ ଏବଂ ଅମ୍ରୁତା ସିଂହ

sara aliଯେତେବେଳେ ସାରା ଅଲ୍ଲି ଖାନ୍ ଫିଲ୍ମ ‘କେଦାରନାଥ’ରେ ବଲିଉଡରେ ଏଣ୍ଟ୍ରି କରିଥିଲେ, ତାଙ୍କୁ ଦେଖି ଲାଗୁଥିଲା ଯେପରି ଅମ୍ରୁତା ସିଂହ ପରଦା ଉପରେ ଆସିଯାଇଛନ୍ତି। ସାରା ଦେଖିବାକୁ ମା’ ଅମ୍ରୁତାଙ୍କ ଭଳି ଦେଖିବାକୁ।

ମାଲା ସିହ୍ନା ଓ ପ୍ରତିଭା ସିହ୍ନା

MALA SINHA

ସେହିପରି ବିଗତ ଦିନର ଅନ୍ୟ ଜଣେ ହଇଟ୍‌ ନାୟିକା ମାଲା ସିହ୍ନାଙ୍କର ଝିଅ ପ୍ରତିଭା ସିହ୍ନା ମଧ୍ୟ ଠିକ୍‌ ତାଙ୍କରି ଭଳି ଦେଖିବାକୁ । ହେଳେ ବଲିଉଡ୍‌କୁ ଆସିଥିଲେ ମଧ୍ୟ ଅଳ୍ପ କିଛି ସିନେମାରେ ଅଭିନୟ କରିଥିବା ପ୍ରତିଭା ସଫଳ ହୋଇ ପାରିଲେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.