Below header

ଅଭିନନ୍ଦନଙ୍କ ନିଶକୁ ରାଷ୍ଟ୍ରୀୟ ନିଶ ଘୋଷଣା କରନ୍ତୁ ମୋଦି ସରକାର, ଲୋକସଭାରେ କଂଗ୍ରେସର ଦାବି

ଅଭିନନ୍ଦନଙ୍କ ନିଶକୁ ରାଷ୍ଟ୍ରୀୟ ନିଶ ଘୋଷଣା କରାଯାଉ । ଲୋକସଭାରେ ଏଭଳି ଏକ ନିଆରା ଦାବି କରିଛି କଂଗ୍ରେସ୍ । ଏହା ସହ ପାକିସ୍ତାନ ମାଟିରେ ପଶି ତାଙ୍କର ବିମାନକୁ ଉଡାଇଥିବା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପୁରସ୍କୃତ କରିବା ପାଇଁ ମଧ୍ୟ କହିଛନ୍ତି କଂଗ୍ରେସ୍ ନେତା ଅଧୀର ରଞ୍ଜନ ଚୌଧୁରୀ ।

ଲୋକସଭାରେ ନିଜ ଭାଷଣ ସମୟରେ ମୋଦି ସରକାରଙ୍କୁ ଜବରଦସ୍ତ ଟାର୍ଗେଟ୍ କରିଛନ୍ତି ଅଧୀର ରଞ୍ଜନ । ଏହା ସହ କହିଥିଲେ, ବାଲାକୋଟରେ ବାୟୁସେନା ଯେଉଁ ଏୟାରଷ୍ଟ୍ରାଇକ୍ କରିଥିଲା ତାକୁ ସମର୍ଥନ କରୁଛି କଂଗ୍ରେସ୍ । ତେଣୁ ତାଙ୍କର ଦାବି ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ପୁରସ୍କୃତ କରାଯିବା ସହ ତାଙ୍କର ନିଶକୁ ରାଷ୍ଟ୍ରୀୟ ନିଶ ଘୋଷଣା କରାଯିବା ଉଚିତ୍ । ଏହା ଦ୍ବାରା ଦେଶର ଯୁବପିଢି ପ୍ରେରଣା ପାଇବେ । ତେବେ ଅଧୀର ରଞ୍ଜନଙ୍କ ଏହି ଦାବିରେ ଲୋକସଭାରେ ବାଜିଥିଲା ଜୋରଦାର ତାଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.