ବିଶ୍ୱକପ୍‌ : ଭଲ ଫିଲଡିଂରେ ସବୁଠୁ ଆଗରେ ବିରାଟ ବାହିନୀ, ସବୁଠୁ ପଛରେ ପଡ଼ୋଶୀ ଦଳ, କିଏ ଜାଣନ୍ତୁ

ଚଳିତ ବିଶ୍ୱକପ୍‌ରେ ଆଜି ଖେଳା ଯାଉଛି ୩୧ତମ ମ୍ୟାଚ୍‌ । ତେବେ ଶେଷ ହୋଇଥିବା ୩୦ଟି ମ୍ୟାଚ୍‌ ସମ୍ପର୍କରେ ଯଦି ବିଶ୍ଳେଷଣ କରିବା ଦେଖିବାକୁ ମିଳିବ ଯେ ଫିଲଡିଂରେ ସବୁ ଠାରୁ ଆଗରେ ଭାରତୀୟ ଦଳ ଓ ସବୁଠାରୁ ପଛରେ ପଡ଼ୋଶୀ ପାକିସ୍ତାନ ।
ପାକିସ୍ତାନ ଏପର୍ଯ୍ୟନ୍ତ ଖେଳିଥିବା ୬ଟି ମ୍ୟାଚ୍‌ରେ ୨୬ଟି କ୍ୟାଚ୍‌ ଧରିଥିବା ବେଳେ ୧୪ଟି ହାତଛଡ଼ା କରିଛି । ଇଂଲଣ୍ଡ ୪୨ଟି କ୍ୟାଚ୍‌ ଧରିଥିବା ବେଳେ ମାତ୍ର ୧୦ଟି ଛାଡ଼ିଛି । ସେହିଭଳି ଦକ୍ଷିଣ ଆଫ୍ରିକା ୩୧ଟି କ୍ୟାଚ୍‌ ଧରିଛି ଓ ମାତ୍ର ୭ଟି ଛାଡ଼ିଛି । ନ୍ୟୁଜିଲାଣ୍ଡ ୩୩ କ୍ୟାଚ୍‌ ଧରିଥିବା ବେଳେ ୬ଟି ହାତରୁ ଖସାଇଛି ।

PAKISTAN
ଅଷ୍ଟ୍ରେଲିଆ ଧରିଛି ୩୫ଟି କ୍ୟାଚ୍‌ ଓ ଛାଡ଼ିଛି ୬ଟି । ଶ୍ରୀଲଙ୍କା ମାତ୍ର ୧୫ଟି କ୍ୟାଚ୍‌ ଧରିଥିବା ବେଳେ ୨ଟି ହାତଛଡ଼ା କରିଛି । ବାଂଲାଦେଶ ୨୪ଟି ଧରିଛି ଓ ୩ଟି ଛାଡ଼ିଛି, ଆଫଗାନିସ୍ତାନ ୧୮ଟି ଧରିଛି ଓ ୨ଟି ଛାଡ଼ିଛି, େଓ୍ଵଷ୍ଟଇଣ୍ଡିଜ୍‌ ୨୭ଟି କ୍ୟାଚ୍‌ ଧରିଥିବା ବେଳେ ୩ଟି କ୍ୟାଚ୍‌ ହାତଛଡ଼ା କରିଛି ।
ବିରାଟ କୋହଲିଙ୍କ ଦଳ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ୧୫ଟି କ୍ୟାଚ୍‌ ଧରିଥିବା ବେଳେ ମାତ୍ର ଗୋଟିଏ କ୍ୟାଚ୍‌ ହାତରୁ ଖସାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.