ବସ୍ତା : ଟମାଟୋ ଟ୍ରକରେ ଲାଗିଲା ନିଆଁ, ଲୋକେ ବୋହି ନେଲେ ପୋଡ଼ା ଟମାଟୋ

ବସ୍ତା : ବାଲେଶ୍ୱର ବସ୍ତା ଥାନା ୬୦ ନଂ ଜାତୀୟ ରାଜପଥ ଭେଲୋରାଠାରେ ଟମାଟୋ ଟ୍ରକରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ଟ୍ରକ୍ର ଅଧାଧିକ ଅଂଶ ପୋଡ଼ି ଯାଇଥିବା ବେଳେ ୨୦ ପ୍ରତିଶତ ଟମାଟୋ ନଷ୍ଟ ହୋଇଛି । ବସ୍ତା ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି । ଉଭୟ ଡ୍ରାଇଭର ଓ ହେଲ୍ପର ସୁରକ୍ଷିତ ଥିବା ଜଣାପଡ଼ିଛି । ତେବେ କେଉଁ କାରଣରୁ ଟ୍ରକରେ ନିଆଁ ଲାଗିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ । ଟ୍ରକଟି ଆନ୍ଧ୍ର ପ୍ରଦେଶରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.