ରାଶିଫଳ

ଜାଣନ୍ତୁ ଆପଣଙ୍କର ଆଜି ଦିନର ରାଶିଫଳ

ମେଷ: କୌଣସି ବି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ଏହାଦ୍ୱାରା ଆପଣଙ୍କ କାମ ସହଜରେ ପୂରା ହେବ। ପରିଶ୍ରମର ଭଲ ଫଳ ମିଳିବ।

ବୃଷ: ଆପଣଙ୍କ ଦିନ ଉତ୍ତମ ରହିବ। ଆର୍ଥିକ ପକ୍ଷରେ ସ୍ଥିରତା ବଜାୟ ରହିବ। ସାଙ୍ଗମାନଙ୍କ ସହିତ କିଛି ଖୁସିର ମୁହୂର୍ତ୍ତ ବିତାଇବେ। ଆୟ ବଢ଼ିବ।

ମିଥୁନ: ବେପାରରେ ଆପଣଙ୍କୁ ଆଶାଠାରୁ ଅଧିକ ଫାଇଦା ହେବ। ଚାକିରି ଖୋଜୁଥିବା ଲୋକମାନଙ୍କୁ କୌଣସି ବଡ଼ କମ୍ପାନୀରୁ କଲ୍‌ ଆସିବ।

କର୍କଟ: ଦିନ ଠିକ୍‌ଠାକ୍‌ ରହିବ। ଆପଣଙ୍କର କିଛି କାମରେ ଅଧିକ ସମୟ ଲାଗିବ। ଜୀବନସାଥୀ ଆପଣଙ୍କ ଖୁସିର କାରଣ ହେବେ। ସ୍ୱାସ୍ଥ୍ୟ ଭଲ ରହିବ।

ସିଂହ: ଆପଣଙ୍କ ପାରିବାରିକ ସମ୍ପର୍କରେ ମଧୁରତା ବଢ଼ିବ। ଅଫିସ୍‌ରେ ବରିଷ୍ଠ ଆପଣଙ୍କ କାମକୁ ପ୍ରଶଂସା କରିବେ। ଭାଗ୍ୟର ପୂରା ସମର୍ଥନ ରହିବ।

କନ୍ୟା: ପରିବାର ଲୋକେ ଆପଣଙ୍କୁ ଭଲ ପରାମର୍ଶ ଦେବେ। ବ୍ୟବସାୟରେ ଆଶାଠାରୁ ଅଧିକ ଧନ ଲାଭ ହେବ। ଅଟକିଥିବା ଧନ ଫେରିପାଇବେ।

ତୁଳା: ଆପଣଙ୍କ ଦିନ ଭଲ ରହିବ। ଆଜି ଆପଣ ନିଜର ଦାୟିତ୍ୱକୁ ଭଲ ଭାବରେ ତୁଲାଇବେ। ପରିଶ୍ରମ କରି କରିଥିବା କାମରେ ସଫଳତା ମିଳିବ।

ବିଛା: ପିଲାମାନେ ଆପଣଙ୍କୁ କିଛି ଶୁଭ ସମାଚାର ଦେବେ, ଯଦ୍ଦ୍ଵାରା ପରିବାରର ସମସ୍ତ ସଦସ୍ୟ ଖୁସି ହେବେ। ଆର୍ଥିକ ମାମଲାରେ ଲାଭ ମିଳିବ।

ଧନୁ: ଆପଣ ନିଜ ଖର୍ଚ୍ଚ ଉପରେ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ସମସ୍ତେ ଆପଣଙ୍କ କଥାରେ ପ୍ରଭାବିତ ହେବେ।

ମକର: ଅଧିକ ସମୟ ପରିବାର ଲୋକଙ୍କ ସହିତ ବିତାଇବେ। ପଇସା ଲେଣଦେଣ ମାମଲାରେ ସାବଧାନ ରୁହନ୍ତୁ। ଆପଣଙ୍କ ମନସ୍କାମନା ପୂରଣ ହେବ।

କୁମ୍ଭ: କୌଣସି ସମ୍ପର୍କୀୟଙ୍କ ଘରକୁ ଯାଆନ୍ତୁ। ରାଜନୀତି ସହ ଜଡ଼ିତ ଲୋକଙ୍କୁ ବଡ଼ ସଫଳତା ମିଳିବ। ସାମାଜିକ ସମାରୋହରେ ଭାଗ ନେଇପାରନ୍ତି।

ମୀନ: ଆପଣଙ୍କ ଦିନଟି ଭଲରେ କଟିବ। କମ୍‌ ପରିଶ୍ରମରେ ଅଧିକ ଫଳ ମିଳିବ। କୌଣସି ପାରିବାରିକ ଦାୟିତ୍ୱ ସମ୍ଭାଳିବାକୁ ପଡ଼ିପାରେ।

Roshni

Recent Posts

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

7 mins ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

10 mins ago

ଦିନ ୧୦ଟାରୁ ୩ଟା ଯାଏ ପ୍ରଚଣ୍ଡ ଖରାରେ ଘରୁ ନ ବାହାରିବାକୁ ଅପିଲ୍

ଭୁବନେଶ୍ୱର(କେନ୍ୟୁଜ୍‌) : ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । ଗତ…

20 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

47 mins ago

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

1 hour ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

1 hour ago