ଲାଇଫ୍ ଷ୍ଟାଇଲ୍

ସବୁବେଳେ ଖୁସି ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ, ସବୁଦିନ ପାଇଁ ହେବ ଦୂର ଷ୍ଟ୍ରେସ୍‌ ଏବଂ ଏନ୍‌ଜାଇଟି

ଲୋକମାନେ ବର୍ତ୍ତମାନ ଚାପଗ୍ରସ୍ତ ପରିବେଶରେ ଖୁସିରେ ହସିବାକୁ ଭୁଲିଗଲେଣି । ତେବେ ଲୋକମାନେ କାର୍ଯ୍ୟ ଭାରକୁ ନେଇ ଚିନ୍ତିତ, ଅର୍ଥ ସମସ୍ୟା ଏବଂ ପରିବାର ବିଷୟରେ ଅନେକ କଥା ଚିନ୍ତା କରୁଛନ୍ତି । ଏପରି ଭାବେ ଷ୍ଟ୍ରେସ୍‌ ଧୀରେ ଧୀରେ ଏନ୍‌ଜାଇଟି ରୂପ ନେବା ଆରମ୍ଭ କରୁଛି । କିନ୍ତୁ ଆପଣ ଜାଣନ୍ତି କି ଷ୍ଟେସ୍‌ ହେଉଛି ପ୍ରତ୍ୟେକ ରୋଗର ମୂଳ କାରଣ ଏବଂ ଖୁସି ହେଉଛି ପ୍ରତ୍ୟେକ ରୋଗର ଉପଚାର । ଅତ୍ୟଧିକ ଚାପ ଯୋଗୁଁ ଲୋକମାନେ ଡିପ୍ରେସନ୍‌,ବ୍ଲଡ୍‌ ପ୍ରେସ୍‌ର ଏବଂ ଡାଇବେଟିସ୍‌ ଭଳି ରୋଗର ଶିକାର ହେଉଛନ୍ତି । କିନ୍ତୁ ଯଦି ଆପଣ ଖୁସି ରହୁଛନ୍ତି, ତେବେ କୌଣସି ବି ରୋଗ ହେଉ ଆପଣଙ୍କ ନିକଟକୁ ଆସିବ ନାହିଁ । ତେବେ ଖୁସି ହେବା ଏତେ ବି କଷ୍ଟସାଧ୍ୟ କାମ ନୁହେଁ । ସେଥିପାଇଁ ଲାଇଫ୍‌ରେ ଏହି ଅଳ୍ପ କିଛି ଅଭ୍ୟାସ କରି ଆପଣ ନିଜ ଜୀବନରେ ଖୁସି ରହିପାରିବେ । ତାହେଲେ ଆସନ୍ତୁ ଏହି ସମସ୍ତ ଅଭ୍ୟାସ ବିଷୟରେ ଜାଣିବା ।

ସକରାତ୍ମକ ଚିନ୍ତା କରନ୍ତୁ : ଖୁସି ଏବଂ ଷ୍ଟ୍ରେସ୍‌ ଫ୍ରି ରହିବାକୁ ହେଲେ ସବୁଠାରୁ ଜରୁରୀ କଥା ହେଉଛି ନିଜ ଚିନ୍ତାଧାରାକୁ ପରିବର୍ତ୍ତନ କରିବା । ସକରାତ୍ମକ ଚିନ୍ତାଧାରା ଆପଣଙ୍କୁ ସବୁଠାରୁ ଖରାପ ପରିସ୍ଥିତିକୁ ମଧ୍ୟ ମୁକାବିଲା କରିବାକୁ ସାହସ ଦେଇଥାଏ । ଏହି କାରଣରୁ ଆପଣ ଭଲ ଅନୁଭବ କରନ୍ତି ଏବଂ ଆପଣ ଭିତରୁ ଖୁସି ମଧ୍ୟ ହୋଇଥାନ୍ତି । ସେଥିପାଇଁ ଖୁସି ହେବାକୁ ହେଲେ ନକାରାତ୍ମକ ଜିନିଷ ବିଷୟରେ ଚିନ୍ତା କରିବା ବନ୍ଦ କରନ୍ତୁ । ଏହା ସହ ନିଜକୁ ବୁଝାନ୍ତୁ ଯେ ଯାହା ଘଟିଛି ଗତକାଲି ଏବଂ ବର୍ତ୍ତମାନ ଆପଣଙ୍କୁ ଆସନ୍ତାକାଲି ବିଷୟରେ ଚିନ୍ତା କରିବାକୁ ପଡିବ ।

ନିଜର ଖାଲି ସମୟକୁ ଭଲ କାର୍ଯ୍ୟରେ ବ୍ୟବହାର କରନ୍ତୁ : କୁହାଯାଏ ଲୋକଙ୍କ ଖାଲି ମନ ହେଉଛି ଶୟତାନର ଘର । ଖାଲି ସମୟରେ କିଛି ନକରିବା ଦ୍ୱାରା ଆମ ମନରେ ଅନେକ ଖରାପ କଥା ଆସିଥାଏ । ତେଣୁ ଖାଲି ସମୟରେ କିଛି ନକରିବା ପରିବର୍ତ୍ତେ, ନିଜ ମନକୁ ଏପରି କିଛି କାମ କରିବା ଉପରେ ଧ୍ୟାନ ଦେବା ଉଚିତ, ଯାହା ନିଜକୁ କରିବାକୁ ପସନ୍ଦ ହୋଇଥାଏ । ଯେପରି ପେଣ୍ଟିଙ୍ଗ୍‌, ଗୀତ, ରୋଷେଇ, ଫଟୋଗ୍ରାଫି ଭଳି ଅନେକ କାମ କରିପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ସମୟ ମଧ୍ୟ କଟିଯିବ ଏବଂ ଆପଣ ଅନେକ ନୂଆ କଥା ମଧ୍ୟ ଶିଖି ପାରିବେ ।

ନିୟମିତ ଭାବେ ଯୋଗ କରନ୍ତୁ : ନିଜକୁ ଚିନ୍ତା ଏବଂ ଏନ୍‌ଜାଇଟିରୁ ରକ୍ଷା କରିବା ପାଇଁ ନିୟମିତ ଭାବେ ଯୋଗ କରନ୍ତୁ । ଯୋଗ କରିବା କେବଳ ଶାରୀରିକ ଭାବରେ ଲାଭଦାୟକ ନୁହେଁ ବରଂ ଆପଣଙ୍କୁ ମାନସିକ ଶାନ୍ତି ମଧ୍ୟ ଦେଇଥାଏ । ସେଥିପାଇଁ ଆପଣ ପ୍ରତିଦିନ ଯୋଗ କରିବା ଉଚିତ ।

ନକାରାତ୍ମକ ଲୋକଙ୍କଠାରୁ ଦୂରେଇ ରୁହନ୍ତୁ : ନକାରାତ୍ମକ ଲୋକ ଏବଂ ନକାରାତ୍ମକ କଥା ହେଉଥିବା ଲୋକଙ୍କଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ଯେଉଁମାନେ ଅନ୍ୟମାନଙ୍କ ବିଷୟରେ ଖରାପ କଥା କୁହନ୍ତି କିମ୍ବା ଆପଣଙ୍କ ବିଷୟରେ ଖରାପ କଥା ଚିନ୍ତା କରିନ୍ତି ସେମାନଙ୍କଠାରୁ ଦୂରେଇ ରହିବା ବହୁତ ଜରୁରୀ । ଏହିପରି ଲୋକମାନେ ଆପଣଙ୍କୁ କେବେ ଖୁସି ହେବାକୁ ଦେବେ ନାହିଁ । ସେଥିପାଇଁ ଆପଣ ଏଭଳି ଲୋକଙ୍କ ସହ ମିଶିବା ବନ୍ଦ କରନ୍ତୁ ।

ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ : ଭୁଲରେ ମଧ୍ୟ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ । ବାସ୍ତବରେ ଯେତେବେଳେ ବନ୍ଧୁ କିମ୍ବା ସହକର୍ମୀ କ୍ୟାରିୟରରେ ନିଜଠାରୁ ଆଗକୁ ବଢିବା ଆରମ୍ଭ କରନ୍ତି, ଅନେକ ଥର ଲୋକମାନେ ନିଜକୁ ସେମାନଙ୍କ ଠାରୁ କମ୍‌ ବୋଲି ଭାବିବା ଆରମ୍ଭ କରନ୍ତି । କିନ୍ତୁ ଏହା ଭୁଲ କାରଣ ଏପରି ଭାବେ ଆପଣ ନିଜକୁ ସନ୍ଦେହ କରନ୍ତି ଏବଂ ଫ୍ରି ରେ ଷ୍ଟ୍ରେସ୍‌ ଏବଂ ଏନ୍‌ଜାଇଟି ମନକୁ ଆସିଥାଏ । ସେଥିପାଇଁ ଆପଣ ଏପରି ସବୁ କଥାରୁ ଦୂରେଇ ରୁହନ୍ତୁ ।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

3 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

6 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

6 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

6 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

9 hours ago