ଲାଇଫ୍ ଷ୍ଟାଇଲ୍

କେଶର ରୂପି ସମସ୍ୟା ଦୂର କରିବ ବେକିଂ ସୋଡା, ଏମିତି କରନ୍ତୁ ବ୍ୟବହାର

ଗରମ ଦିନରେ ଝାଳ ବୋହିବା ଯୋଗୁଁ କେଶର ଅନେକ ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ଚୁଟିରେ ଅନେକ ରୂପି ସମସ୍ୟା ଦେଖାଦେଇଥାଏ। ଏଥିଯୋଗୁଁ କେଶ ମୂଳରେ ଧଳା ଧଳା ଖୋଳପା ଛାଡିଥାଏ। ଏହା ମଧ୍ୟ କୁଣ୍ଡାଇବାର କାରଣ ହୋଇଥାଏ। କେଶର ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବଜାରର ବିଭିନ୍ନ ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରୁ। କିନ୍ତୁ ତଥାପି ଅନ୍ୟଙ୍କ ସାମ୍ନାରେ ନିଜକୁ ଲଜ୍ଜିତ ମଧ୍ୟ ଅନୁଭବ କରୁ। ଏମିତିରେ ଆପଣଙ୍କୁ ଏହି ଘରୋଇ ଉପାୟ ଏହି ସମସ୍ୟାରୁ ମୁକ୍ତି ହେବ। ଆପଣ ଏହି ସମସ୍ୟାରୁ ଛୁଟକାରା ପାଇବା ପାଇଁ ବେକିଂ ସୋଡାକୁ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା କିପରି କରିବେ ବ୍ୟବହାର…

ବେକିଂ ସୋଡା ଏବଂ ଲେମ୍ବୁ ରସ :

ଲେମ୍ବୁ ରସରେ ଭିଟାମିନ ସି ଏବଂ ଆଣ୍ଟି ଫଙ୍ଗଲ ଗୁଣ ଭରପୂର ରହିଥାଏ। ଏହା ରୂପି ସମସ୍ୟାରୁ ମୁକ୍ତି ଦିଏ। ଏହାର ବ୍ୟବହାର କରିବା ପାଇଁ ଏକ ଜାଗାରେ ୨ ବଡ ଚାମଚ ଲେମ୍ବୁ ରସ ଏବଂ ଦେଢ ଚାମଚ ବେକିଂ ସୋଡା ମିଶାଇ ଦିଅନ୍ତୁ। ଏହାର ଏକ ପତଳା ପେଷ୍ଟ କରି କେଶ ମୂଳରେ ୨ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ। ଏହାକୁ ୧୫ ମିନିଟ ରଖିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।

ବେକିଂ ସୋଡା ଏବଂ ଆପଲ ସାଇଡର ଭିନେଗାର :

ଆପଲ ସାଇଡର ଭିନେଗାର ଏବଂ ବେକିଂ ସୋଡା ଦୁଇଟି ଯାକ ପିଏଚ ଲେବଲକୁ ସନ୍ତୁଳନ ରଖିଥାଏ। ଆପଲ ସାଇଡର ଭିନେଗାରରେ ଆଣ୍ଟି ଫଙ୍ଗଲ ଗୁଣ ରହିଥାଏ, ଯାହା ରୂପିକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହାର ଉପଯୋଗ କରିବା ପାଇଁ ଏକ ଜାଗାରେ ୨ ଚାମଚ ବେକିଂ ସୋଡା ଏବଂ ୩ ଚାମଚ ଆପଲ ସାଇଡର ଭିନେଗାର ମିଶାଇ ଭଲ ଭାବେ ଫେଣ୍ଟିବା ପରେ କେଶ ମୂଳରେ ଲଗାନ୍ତୁ। ଏହାକୁ ମୁଣ୍ଡରେ ୨ ମିନିଟ ଯାଏଁ ହାଲକା ଭାବେ ମେସେଜ କରନ୍ତୁ। ତା’ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ସପ୍ତାହକୁ ଦୁଇଥର ଏପରି କରିବା ଦ୍ୱାରା ରୂପିସମସ୍ୟା ଗାଏବ ହୋଇଯାଏ।

Swagatika

Recent Posts

ମଣିଷ ଶରୀରରେ କେତେ ଉତ୍ତାପ ବହନ କରିବାର କ୍ଷମତା ରହିଛି ?

ବିଶ୍ୱର ଅନେକ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଏହି ଉତ୍ତାପକୁ ସହ୍ୟ କରିବା…

26 mins ago

ହାତୀ ଆତଙ୍କ, ରାସ୍ତାରେ ରାତ୍ରି ଯାପନ କରୁଛନ୍ତି ଲୋକେ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର କଲମପୁର ଅଞ୍ଚଳରେ ଗତ କିଛିଦିନ ହେଲା ବଣୁଆ ହାତୀ ଆତଙ୍କ ଖେଲାଇଛି । କିଛି…

45 mins ago

ମହାରାଷ୍ଟ୍ର: ରାସାୟନିକ କାରଖାନାରେ ବଏଲର ଫାଟି ଭୟଙ୍କର ବିସ୍ଫୋରଣ, ୪ ମୃତ; ୩୦ ଆହତ

ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏକ ରାସାୟନିକ କାରଖାନାରେ ନିଆଁ ଲାଗିଥିବାର ଖବର ଆସିଛି । କାରଖାନା ଭିତରେ ବଏଲର ଫାଟିଯିବା…

56 mins ago

ଓଜନ କମ୍‌ କରିବା ପାଇଁ ଓ୍ଵାକ ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ

ଯେକୌଣସି ସମୟରେ ଓ୍ଵାକିଂ କରିବା ହେଉଛି ସବୁଠାରୁ ସହଜ ଫିଟନେସ୍ ଏକ୍ସରସାଇଜ୍‌ । ତେବେ ପ୍ରତିଦିନ ଓ୍ଵାକ ଆପଣଙ୍କ ପୁରା…

59 mins ago

ସାଲେପୁର ବିଜୟ ସଂକଳ୍ପ ସମାବେଶରେ ଗୁରୁମନ୍ତ୍ର ଦେଲେ ଯୋଗୀ ଆଦିତ୍ୟନାଥ

ସାଲେପୁର : ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଗ୍ରସ୍ତରେ ଆସି ସାଲେପୁର କୁଳିଆ ଆର ଏମସି…

1 hour ago

ପକୁଡି ଅଧିକା ମାଗିଦେଲା ବୋଲି ନିଜ ଝିଅକୁ ମାରିଦେଲା ମାଆ, ହେଲେ ସାନଭାଇ ଖୋଲିଦେଲା ରହସ୍ୟ

ଉମରକୋଟ (କେନ୍ୟୁଜ) : ଏଇ ସେହି ମାଆ । ଯାହାର ଟିକିଏ ବି ନିଜ ଛୁଆ ପାଇଁ ସ୍ନେହ ମମତା…

1 hour ago