ଲାଇଫ୍ ଷ୍ଟାଇଲ୍

କ୍ଷୀର ସହ ଜିଲାପିର ମିଶ୍ରଣ, କେବଳ ସ୍ୱାଦ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ

ଯଦିଓ କୌଣସି ବିଶେଷ ଉତ୍ସବ କିମ୍ବା ପର୍ବପର୍ବାଣୀରେ ଘରେ ମିଠା ପ୍ରସ୍ତୁତ ହୋଇଥାଏ କିନ୍ତୁ ଜିଲାପି ଏତେ ମିଠା ଯେ ଏହାର ସ୍ୱାଦ ପାଇବା ପାଇଁ କୌଣସି ଉତ୍ସବକୁ ଅପେକ୍ଷା କରିବାକୁ ପଡିବ ନାହିଁ। କିଛି ଲୋକ କ୍ଷୀର ସହିତ ଜିଲାପିର ମିଶ୍ରଣକୁ ପସନ୍ଦ କରନ୍ତି । ଜିଲାପି ଆମ ଦେଶର ଏକ ପାରମ୍ପାରିକ ମିଠା, ଯାହା ବିଶେଷ ଭାବରେ ଉତ୍ତର ଭାରତରେ ଖିଆଯାଏ। ପ୍ରାୟତଃ ଲୋକମାନେ ସକାଳ ଜଳଖିଆରେ ଜିଲାପି ଖାଇବାକୁ ପସନ୍ଦ କରନ୍ତି। ସକାଳେ ଜଳଖିଆରେ ଜିଲାପି ଖାଇଲେ ତାର ସ୍ୱାଦ ଦିନ ସାରା ରହିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ।

ଅନେକ ଲୋକ ଏବେ ମଧ୍ୟ ପାରମ୍ପରିକ ଭାବେ ପିଲାଙ୍କୁ ପରୀକ୍ଷା ପୂର୍ବରୁ କିମ୍ବା କୌଣସି ଶୁଭ କାମରେ ଯିବା ପୂର୍ବରୁ କ୍ଷୀର ଜିଲାପି ଖୁଆଇଥାନ୍ତି। କିନ୍ତୁ କ୍ଷୀର ସହ ଜିଲାପି ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବୋଲି ଆପଣ ଜାଣିଛନ୍ତି କି ? କ୍ଷୀର ସହ ଜିଲାପି ଖାଇବାର କଣ କଣ ଲାଭ ରହିଛି ଜାଣନ୍ତୁ।

କ୍ଷୀର ସହ ଜିଲାପିକୁ ଏକ ସୁପରଫୁଡ ବୋଲି କୁହାଯାଏ । ଏହା ଷ୍ଟ୍ରେସ ହର୍ମୋନ କମ କରିବାରେ ସାହାଯ୍ୟ କରିଥାଏ। ଯାହାଫଳରେ ଅବସାଦରୁ ମୁକ୍ତି ମିଳିଥାଏ। ଏହା ଖାଇବା ଦ୍ୱାରା ଏକାଗ୍ରତା ବଢିଥାଏ ଓ ମୁଡ଼ ମଧ୍ୟ ଫ୍ରେଶ ହୋଇଯାଏ।

ମାଇଗ୍ରେନ ଓ ଅଧା କପାଳୀ ଭଳି ମୁଣ୍ଡବିନ୍ଧା ସମସ୍ୟା ଦୂର କରିବାରେ ମଧ୍ୟ କ୍ଷୀର-ଜିଲାପିର କମ୍ବିନେସନ ବହୁତ ଲାଭକାରୀ।

ବିଶେଷଜ୍ଞଙ୍କ ଅନୁଯାୟୀ ସକାଳେ ଜଳଖିଆରେ କ୍ଷୀର ସହ ଜିଲାପି ଖାଇଲେ ମୁଣ୍ଡବିନ୍ଧା ସମସ୍ୟା ଦୂର ହୋଇଥାଏ।

କ୍ଷୀର ଓ ଜିଲାପିର କମ୍ବିନେସନ ଓଜନ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ।

ଜିଲାପିରେ ବହୁ ମାତ୍ରାରେ କ୍ୟାଲୋରୀ ରହିଛି। ଯାହାଫଳରେ ଜିଲାପି ଖାଇବା ଦ୍ୱାରା ଓଜନ ବଢିଥାଏ ।

ଯେଉଁମାନେ ବହୁତ ପତଳା ଓ ଓଜନ ବଢାଇବାକୁ ଚାହୁଁଛନ୍ତି ସେମାନେ ସକାଳେ ଜଳଖିଆ ସମୟରେ ଗୋଟିଏ ଗ୍ଲାସ କ୍ଷୀର ସହ ଜିଲାପି ଖାଇପାରିବେ।

ଥଣ୍ଡା ଯୋଗୁଁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ। କ୍ଷୀର ଜିଲାପି ଏହି ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଏଥିପାଇଁ ପ୍ରତିଦିନ ଗୋଟିଏ ଜିଲାପି ଗରମ କ୍ଷୀରରେ ବୁଡାଇ ଖାଇପାରିବେ।

Barsha

Recent Posts

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

2 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

23 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

34 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

8 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

11 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

11 hours ago