ଲାଇଫ୍ ଷ୍ଟାଇଲ୍

ଋତୁସ୍ରାବ ସମୟରେ ପେଟ ଯନ୍ତ୍ରଣା ହେଉ କି କେଶ ଝଡ଼ିବା ସମସ୍ୟା, ଏ ସବୁ ପାଇଁ ରାମବାଣ ମେଥି ଦାନା; ନିୟମିତ କରନ୍ତୁ ସେବନ

ଆମ ସମସ୍ତଙ୍କ ଘରର ରୋଷେଇ ଘରେ ଅନେକ ପ୍ରକାରର ମସଲା ରହିଥାଏ। ଏହି ମସଲାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ମେଥି, ଯାହା ଉଭୟ ସ୍ୱାସ୍ଥ୍ୟ ଏବଂ ସ୍ୱାଦ ପାଇଁ ବହୁତ ଭଲ ବୋଲି କୁହାଯାଏ। ଆମେ ମେଥିକୁ ବିଭିନ୍ନ ଖାଦ୍ୟ ଜିନିଷରେ ବ୍ୟବହାର କରିଥାଉ, ଯେଉଁ କାରଣରୁ ଖାଦ୍ୟଗୁଡ଼ିକର ସ୍ୱାଦ ଦ୍ୱିଗୁଣା ବଢ଼ି ଯାଇଥାଏ। ଅନ୍ୟ ପଟେ ମେଥି ଦାନାରେ ଏମିତି କିଛି ଗୁଣ ଭରି ରହିଛି, ଯାହା ଆମକୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ। ଏଥିରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଜିଙ୍କ, ଆଇରନ୍ ଭଳି ଖଣିଜ ପଦାର୍ଥ ରହିଛି। ସେପଟେ ମେଥି ଦାନାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ ମେଥି ଦାନାର ସେବନରୁ ହେଉଥିବା ଫାଇଦା ବିଷୟରେ କହିବୁ। ଆସନ୍ତୁ ଜାଣିବା କ’ଣ ସେ ସବୁ ଫାଇଦା।

ପେଟକୁ ଠିକ୍ ରଖିଥାଏ: ଆଜିକାଲିର ବଦଳୁଥିବା ଜୀବନଶୈଳୀ ଯୋଗୁ ଲୋକଙ୍କ ଖାଦ୍ୟ ଖାଇବାର ତରିକା ମଧ୍ୟ ବଦଳି ଯାଉଛି, ଯେଉଁ କାରଣରୁ ସେମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ଆଜିକାଲି ଅନେକ ଲୋକ କୋଷ୍ଠକାଠିନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେପଟେ ପେଟ ସଫା ନ ରହିବା କାରଣରୁ ଅନେକ ବାର ଲୋକଙ୍କୁ ଭୋକ ମଧ୍ୟ ଲାଗି ନ ଥାଏ। ଏମିତିରେ ଆପଣ ମେଥି ଦାନାକୁ ନିୟମିତ ଭାବେ ସେବନ କରନ୍ତୁ। ଏଥିପାଇଁ ମେଥିର ଅଙ୍କୁରିତ ଦାନାକୁ ଆପଣ ବ୍ୟବହାର କରି ପାରିବେ।

ମେଦବହୁଳତା ସମସ୍ୟା ଦୂର କରନ୍ତୁ: ଆଜିକା ସମୟରେ ବହୁତ ଲୋକ ଓଜନ ବୃଦ୍ଧି ସମସ୍ୟାକୁ ସାମ୍ନା କରୁଛନ୍ତି। ଯେତେବେଳେ ଆମର ଓଜନ ବଢ଼ିବାକୁ ଲାଗୁଛି, ତ ଆମେ ବିଭିନ୍ନ ପ୍ରକାର ଉପାୟ ଆପଣାଉଛୁ। କିନ୍ତୁ ବେଳେବେଳେ ଏହା କିଛି କାମରେ ଆସି ନ ଥାଏ। ଆପଣ ଏଠି ମେଥି ଦାନା ନଚେତ୍‌ ମେଥି ଚା’ ସେବନ କରି ପାରିବେ।

କେଶ ଝଡ଼ିବା ସମସ୍ୟା ଦୂର କରନ୍ତୁ: ଆଜିକାଲି ଅଧିକାଂଶ ଲୋକ କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତିତ ରହୁଛନ୍ତି। ଏପରି ପରିସ୍ଥିତିରେ ଆପଣ ପ୍ରତିଦିନ ମେଥି ଦାନା ସେବନ କରିବା ଉଚିତ୍‌। ଏମିତି କରିବା ଦ୍ୱାରା ଆପଣ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇ ପାରିବେ।

ଋତୁସ୍ରାବ ଯନ୍ତ୍ରଣା ଦୂର କରିଥାଏ: ଋତୁସ୍ରାବ ସମୟରେ ପେଟ ଯନ୍ତ୍ରଣା ହୋଇଥାଏ। ଏହି ସମୟରେ ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣ ମେଥି ଦାନା ବ୍ୟବହାର କରି ପାରିବେ। ୩ ଗ୍ରାମ ମେଥି ଗୁଣ୍ଡକୁ ସକାଳ ଏବଂ ସନ୍ଧ୍ୟା ସମୟରେ ପାଣିରେ ପକାଇ ସେବନ କରିବା ଦ୍ୱାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ

ମେଷ : ବାକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ…

4 hours ago

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ :ସସ୍ମିତ

ଭୁବନେଶ୍ୱର  : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ…

6 hours ago

ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‍ବୀ ୭-ଏସ୍‍ ଚାମ୍ପିୟନ୍‍ସିପରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ଜଣ ଖେଳାଳି

ଫ୍ରାନ୍‍ସର ଏକ୍‍ସ ଏନ୍‍ ରାଜ୍ୟରେ ଜୁନ୍‍ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ…

8 hours ago

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର କେତେଜଣ ନେଇ ଚର୍ଚ୍ଚା

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ…

8 hours ago

ନବୀନ ଆମ ପୁଅ ଠୁ ଅଧିକ ଥିଲେ, ଏକଥା କହି କାନ୍ଦୁଛନ୍ତି ମାଆ ମାନେ

ଆଖିରେ ଲୁହର ଧାର । ନବୀନଙ୍କ ଫଟୋ ଆଗରେ କାନ୍ଦୁଛନ୍ତି ଜଣେ ମା । କହୁଥିଲେ…ପୁଅ ଥିଲା ଆମର ।…

9 hours ago

ସାବିତ୍ରୀ ବ୍ରତରେ ପୂଜା ପାଇଥାଆନ୍ତେ ତା ପୂର୍ବରୁ ଉଠିଲା କୋକେଇ

ସାବିତ୍ରୀ ବ୍ରତରେ ସତ୍ୟବାନ୍‌ ହୋଇ ପୂଜା ପାଇ ଥାଆନ୍ତେ । ତା ପୂର୍ବରୁ ଘଟିଗଲା ଏପରି କିଛି । ମୃତକଙ୍କ…

9 hours ago