ଲାଇଫ୍ ଷ୍ଟାଇଲ୍

ଘରେ ଏସବୁ ଭୁଲ କରୁଥିଲେ ଶତଚେଷ୍ଟା ପରେ ବି ଦୂର ହୁଏନି ଆର୍ଥିକ ସଙ୍କଟ, ଆପଣ ଏଥିରୁ କିଛି କରୁନାହାନ୍ତି ତ!

ଜୀବନରେ ପ୍ରାୟତଃ ଏଭଳି ସମୟ ଆସେ ଯେତେବେଳେ ଆମେ ଆର୍ଥିକ ସଙ୍କଟ ଦେଇ ଗତି କରିଥାଉ। ଅର୍ଥ ଅଭାବ ଦୂର କରିବାକୁ ଆମେ ଯେତେ ଚେଷ୍ଟା କଲେ ବି ସମସ୍ୟା କମିନଥାଏ। ବାସ୍ତୁବିତ୍‌ଙ୍କ ମତରେ ଆର୍ଥିକ ସଙ୍କଟ ଦେଖାଯିବାର କାରଣ ଆମେ କରୁଥିବା ଭୁଲ। ଦୈନନ୍ଦିନ ଜୀବନରେ ଆମେ ଏମିତି ଅନେକ ଭୁଲ କରିଥାଉ ଯାହାର ପରିଣାମ ସ୍ୱରୂପ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଓ ଜୀବନରେ ଆର୍ଥିକ ସଙ୍କଟ ଲାଗିରହେ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଭୁଲ ଯୋଗୁ ଆର୍ଥିକ ସମସ୍ୟା ଲାଗି ରହେ।

  • ଲୋକମାନେ ଘର ତ ପରିଷ୍କାର ରଖିଥାନ୍ତି କିନ୍ତୁ ଛାତକୁ ସଫା ରଖିବା ଉପରେ ଏତେଟା ଗୁରୁତ୍ୱ ଦେଇନଥାନ୍ତି। ଏହି କାରଣରୁ ଛାତ ଉପରେ ଅଳିଆ ଆବର୍ଜନା ପଡ଼ିରହେ। ବାସ୍ତୁ ଅନୁସାରେ ଛାତ ଉପରେ ମଇଳା ଜମି ରହିଲେ ଅର୍ଥ ସଙ୍କଟ ଦେଖାଯାଏ। ଏଥିସହ ମାନସିକ ଅଶାନ୍ତି ବି ହୋଇପାରେ।
  • ଆଲମିରା କିମ୍ବା ଟଙ୍କା ରଖୁଥିବା ଦିଗ ଠିକ୍‌ ନଥିଲେ ବି ବାସ୍ତୁ ସମସ୍ୟା ଦେଖାଦିଏ। ଫଳରେ ଲକ୍ଷ୍ମୀ ଘରକୁ ଆସିନଥାନ୍ତି। ଏଣୁ ଟଙ୍କା ରଖୁଥିବା ବାକ୍ସ ବା ଆଲମିରାକୁ ସବୁବେଳେ ପଶ୍ଚିମ ଦିଗରେ ରଖନ୍ତୁ ଓ ଏହାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଧ୍ୟାନ ଦିଅନ୍ତୁ।
  • ଘରେ ସଜାସଜି ପାଇଁ ଯଦି କୌଣସି ଜଳ ପୂର୍ଣ୍ଣ ଜିନିଷ ରଖୁଛନ୍ତି, ତେବେ ତାହାକୁ ଉତ୍ତର ଦିଗରେ ରଖନ୍ତୁ। ଉତ୍ତର ଦିଗକୁ କୁବେରଙ୍କ ଦିଗ ବୋଲି କୁହାଯାଏ, ଏଣୁ ଏହି ଦିଗରେ ଜଳ ରଖିବା ଶୁଭ ହୋଇଥାଏ।
  • ଟ୍ୟାପ୍‌ରୁ କେବେ ବି ପାଣି ବୋହିବାକୁ ଦିଅନ୍ତୁ ନାହିଁ। ଏହି ପାଣି ସହ ଘରର ସୁଖ ଶାନ୍ତି ଓ ଧନ ବି ବାହାରକୁ ଚାଲିଯାଏ ବୋଲି ବାସ୍ତୁରେ କୁହାଯାଇଛି। ନଳ ଖରାପ ହେଲେ ତୁରନ୍ତୁ ସଜାଡ଼ନ୍ତୁ।
WCW 11

Recent Posts

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

7 mins ago

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

15 mins ago

ଦିଲ୍ଲୀ: ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜଳିଗଲା ବିଲ୍ଡିଂ

ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ…

31 mins ago

ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ: ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ

କେନ୍ୟୁଜ୍‌: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୧୧ଟା…

32 mins ago

ଟି୨୦ ବିଶ୍ୱକପ ପାଇଁ ବିରାଟଙ୍କ ସହିତ ଆମେରିକାରେ ପହଞ୍ଚିଲେ ଅନୁଷ୍କା, ସାଙ୍ଗରେ ଅଛନ୍ତି ଭାମିକା ଓ ଅକାୟ

ଆଇସିସି ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଭାରତୀୟ ଟିମର ପ୍ରଥମ ମ୍ୟାଚ…

35 mins ago

ଅତି ଆଡ଼ମ୍ବର ସହକାରେ ପାଳିତ ହେଉଛି ପାରମ୍ପାରିକ ଠାକୁରାଣୀ ଯାତ୍ରା, ଜମୁଛି ଶ୍ରଦ୍ଧାଳୁଙ୍କ ଗହଳି

ଢୋଲ-ମହୁରୀ ସାଙ୍ଗକୁ ବାଜା-ବାଜଣାରେ ଅତି ଧୁମଧାମରେ ଚାଲିଛି ଠାକୁରାଣୀଙ୍କ ସାହି ପରିକ୍ରମା । ବିଶ୍ବାସ ରହିଛି, ମା’ଙ୍କ ଏହି ଅଲୌକିକ…

40 mins ago