ସାଧାରଣତଃ ଅଧିକାଂଶ ଲୋକମାନେ ଗରମ ଦିନେ କାକୁଡି ଖାଇବା ପାଇଁ ଖୁବ୍ ପସନ୍ଦ କରିଥାନ୍ତି। କାରଣ ଏଥିରେ ପ୍ରଚୁର ମାତ୍ରାରେ ପାଣି ରହିଥାଏ, ଯାହାଦ୍ବାରା ଶରୀରରେ ପାଣିର ଅଭାବ ଦେଖାଯାଇନଥାଏ। କେବଳ ଏତିକି ନୁହେଁ କାକୁଡି ଅନେକ ସ୍ବାସ୍ଥ୍ଯ ସମସ୍ଯାରୁ ମଧ୍ଯ ରକ୍ଷା କରିଥାଏ। ଆଜି ଆମେ ଆପଣଙ୍କୁ କାକୁଡି ଖାଇବା ଦ୍ବାରା କଣ ଲାଭ ମିଳିଥାଏ ସେ ସମ୍ପର୍କରେ ଜଣାଇବୁ, ଯାହା ପରେ ଆପଣ ମଧ୍ଯ ଆଜିଠାରୁ କାକୁଡି ଖାଇବା ଆରମ୍ଭ କରିଦେବେ।
-ଭିଟାମିନ ଯୁକ୍ତ କାକୁଡି ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। ଏଥିସହ କାକୁଡି ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା କମ ହୋଇଥାଏ। ଏହାଦ୍ବାରା ହ୍୍ଦୟ ସମ୍ବନ୍ଧୀୟ ରୋଗ ମଧ୍ଯ ଦୂର ହୋଇଥାଏ।
-ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ଯାହା କବଜ ସମସ୍ଯାରୁ ମୁକ୍ତି ଦେବା ସହ ପେଟ ସମ୍ବନ୍ଧୀୟ ସମସ୍ଯାରୁ ମୁକ୍ତି ଦେବାରେ ସାହାଯ୍ଯ କରିଥାଏ।
-ପ୍ରତ୍ଯେକ ଦିନ ଖାଦ୍ଯରେ କାକୁଡି ସାମିଲ କରିବା ଦ୍ବାରା ପଥରୀ ସମସ୍ଯା ମଧ୍ଯ ଦୂର କରାଯାଇପାରିବ। ଏହା ପିତ୍ତ ଏବଂ କିଡିନୀରେ ହେଉଥିବା ପଥୁରୀ ସମସ୍ଯାରୁ ରକ୍ଷା କରିଥାଏ। ଦିନରେ ୨ ରୁ ୩ ଥର କାକୁଡି ରସ ପିଇବା ଦ୍ବାରା ଲାଭ ମିଳିଥାଏ।
-ଯେଉଁ ମହିଳାମାନଙ୍କର ମାସିକ ଧର୍ମ ସମୟରେ କଷ୍ଟ ହୋଇଥାଏ ସେହି ମହିଳାମାନେ ଦହିରେ କାକୁଡି ମିଶାଇ ସେଥିରେ ପୋଦିନା, କଳା ଲୁଣ, ଗୋଲମରିଚ, ଜୀରା ଏବଂ ହେଙ୍ଗୁ ପକାଇ ସେବନ କରନ୍ତୁ। ଦେଖିବେ ନିଶ୍ଚୟ ଆରାମ ମିଳିବ।
-କାକୁଡି ଖାଇବା ବ୍ଯତୀତ ଏହାର ରସକୁ ମୁହଁରେ ଲଗାଇବା ଦ୍ବାରା ଟ୍ଯାନିଂ, ସନବର୍ଣ୍ଣ, ରାସେଜ୍ ଭଳି ତ୍ବଚା ଜନିତ ସମସ୍ଯା ମଧ୍ଯ ଦୂର କରିଥାଏ।
ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…
ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…
କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…
ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ…
କେନ୍ୟୁଜ୍: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୧୧ଟା…
ଆଇସିସି ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଭାରତୀୟ ଟିମର ପ୍ରଥମ ମ୍ୟାଚ…