ଅଧା ନିଦ ହୋଇଥାଏ ଅନେକ ରୋଗର କାରଣ, ଜାଣନ୍ତୁ କଣ

ବ୍ୟସ୍ତବହୁଳ ଜୀବନରେ ଚିନ୍ତା ଏବଂ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ମୋବାଇଲର ବ୍ୟବହାର ଦ୍ବାରା ଲୋକଙ୍କ ଶୋଇବା ସମୟ ଧିରେଧିରେ କମ ହେବାରେ ଲାଗିଛି। ଶରୀର ଏକ ମେସିନ ଭଳି ଏଣୁ ଏହାକୁ ସଠିକ୍ ଭାବେ କାର‌୍ୟ୍ୟରତ କରାଇବା ପାଇଁ ଶରୀରକୁ ସଠିକ୍ ପରିମାଣର ନିଦ ଆବଶ୍ୟକ ହୋଇଥାଏ। ଅଧା-ଖଣ୍ଡିଆ ନିଦ ଦ୍ବାରା ଶରୀର ଥକା ଅନୁଭୁତ କରିବା ସହ ବିଭିନ୍ନ ପ୍ରକାରର ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ। ଆଜି ଆମେ ଏପରି କିଛି ରୋଗ ବିଷୟରେ କହିବାକୁ ଯାଉଛୁ ଯାହାର କାରଣ ଅଧା ନିଦ।

କେତେ ଘଣ୍ଟା ଶୋଇବା ଜରୁରୀ

ବୟସ ହିସାବରେ ସମସ୍ତ ବ୍ୟକ୍ତିଙ୍କ ଶୋଇବା ସମୟ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ। ବିଶେଷଜ୍ଞଙ୍କ ମୁତାବକ, ପ୍ରତ୍ୟୋକ ବ୍ୟକ୍ତିଙ୍କୁ ଦୈନିକ କମ ସେ କମ୍ ୮-୯ ଘଣ୍ଟା ଶୋଇବା ଆବଶ୍ୟକ। ସେହିପରି ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ୧ଘଣ୍ଟା ଅଧିକ ଶୋଇବା ଦରକାର।

କଣ ହୋଇଥାଏ ଅସୁବିଧା

-ପୁରା ନିଦରେ ନଶୋଇଲେ ତାହାର ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ। ଯାହା ଦ୍ବାରା ମସ୍ତିଷ୍କ ସଠିକ୍ ଭାବେ କାମ କରିନଥିବା ବେଳେ, ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖାଦେଇଥାଏ। ସେହିପରି ନିଦ ପୁରା ହେଲେ ମସ୍ତିଷ୍କ ତନ୍ଦରୁସ୍ତ ଲାଗିବା ସହ ସମସ୍ତ କାମ କରିବାରେ ଫୁର୍ତ୍ତି ଲାଗିଥାଏ।

-ନିଦ ପୁରା ହୋଇନଥିଲେ ମଧୁମେହର ସମସ୍ୟା ଦେଖାଦେଇଥାଏ। କାରଣ କମ ନିଦ ଦ୍ବାରା ଜଙ୍କ ଫୁଡ ଖାଇବାକୁ ଇଛା ହୋଇଥାଏ। ଯାହାଫଳରେ ମଧୁମେହ ଏବଂ ରକ୍ତଚାପ ବଢ଼ିବାର ସମ୍ଭାବନା ବଢ଼ି ଯାଇଥାଏ।

-ଶୋଇବା ସମୟରେ ଶରୀରରେ ଜରୁରୀ ହରମୋନ ସ୍ରାବ ହୋଇଥାଏ ଯାହା ଭୋକ, ମେଟାବୋଲିଜିମ୍ ଏବଂ ଉର୍ଜା ଜାତ କରିବାରେ ସହାୟକ ହୋଇଥାଏ। ଏଣୁ ସଂପୂର୍ଣ୍ଣ ନିଦ ନହେବା ଦ୍ବାରା ଶରୀରରେ ହରମୋନ ବିଗିଡିବାର ସମ୍ଭାବନା ରହିଥାଏ।

-କିଛି ରିସର୍ଚ୍ଚରୁ ଜଣାପଡିଛି ନିଦ ପୁରା ନହେବା ଦ୍ବାରା ବ୍ରେଷ୍ଟ କ୍ୟାନ୍ସର ଏବଂ ହାର୍ଟ ଆଟାକର ଅଧିକ ସମ୍ଭାବନା ରହିଥାଏ। କମ୍ ନିଦ ଦ୍ବାରା ଶରୀରରେ ଥିବା କୋଷ ଗୁଡିକୁ କ୍ଷତି ପହଞ୍ଚାଇଥାଏ।

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

28 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

50 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

57 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago