ଲାଇଫ୍ ଷ୍ଟାଇଲ୍

ଉତ୍ତମ ପ୍ରଜନନ କ୍ଷମତା ପାଇଁ ଏମିତି ରଖନ୍ତୁ ନିଜ ଆହାରର ଧ୍ୟାନ, ଜାଣନ୍ତୁ କିପରି ?

ବର୍ତ୍ତମାନ ସମୟରେ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟକୁ ନେଇ ବହୁତ ଟେନସନରେ ରହୁଛନ୍ତି। ଏହାର କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ। ଜୀବନର ବଡ ପୁଞ୍ଜି ହେଉଛି ସ୍ୱାସ୍ଥ୍ୟ ଆଉ ମା’ ହେବା ପ୍ରତ୍ୟେକ ମହିଳାଙ୍କ ଜୀବନର ପରମ ସୁଖ। କିନ୍ତୁ ଗର୍ଭଧାରଣ ସମୟରେ ହେଉଥିବା ସମସ୍ୟା ଆପଣଙ୍କ ଖୁସି ଏବଂ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ପ୍ରସୂତି ଡାକ୍ତର ଏହି ସମୟରେ ସୁସ୍ଥ ଆହାରକୁ ନେଇ ପରାମର୍ଶ ଦେଇଥାନ୍ତି। ପ୍ରଜନନ କ୍ଷମତା ବଢାଇବା ପାଇଁ କ’ଣ ଖାଇବେ ତାହାକୁ ନେଇ ପରାମର୍ଶ ଦିଅନ୍ତି। ତେବେ ଆସନ୍ତୁ ଜାଣିବା ଏହି ସମୟରେ ଆପଣ କ’ଣ କରିବେ।

– ଫଲିକ ଏସିଡ ଯୁକ୍ତ ଖାଦ୍ୟପଦାର୍ଥକୁ ଆପଣ ଆହାରରେ ସାମିଲ କରନ୍ତୁ। ପାଳକ ଶାଗ, ମେଥି ଶାଗ ଇତ୍ୟାଦି ଡାଏଟରେ ସାମିଲ କରନ୍ତୁ। ଏଥିରେ ଭିଟାମିନ ବି ସହିତ ଫଲିକ ଏସିଡ ବି ରହିଥାଏ। ଯାହା ଫର୍ଟିଲିଟିକୁ ଦୃଢ କରିଥାଏ।

– ହରମୋନାଲ ଆକ୍ଟିଭିଟିକୁ ସୁଧାର ଆଣିବା ପାଇଁ ମ୍ୟାଗ୍ନେସିୟମ ଏବଂ ଭିଟାମିନି ବି ଦରକାର। ତେଣୁ ଏହାକୁ ନିଶ୍ଚିତ ଖାଆନ୍ତୁ।

– ଗର୍ଭଧାରଣ ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ଜିଙ୍କଥିବା ଖାଦ୍ୟ ଖଶଆନ୍ତୁ। ଯାହା ପ୍ରଜନନ କ୍ଷମତା ବଢାଇବା ସହିତ ଭିଟାମିନ ଡି ଦେଇଥାଏ।

– ସବୁଜ ପନିପରିବା ଖାଇବା ଦ୍ୱାରା ପ୍ରଜନନ କ୍ଷମତା ବଢିଥାଏ। ଏଥିରେ ଥିବା ଆଇରନ, ଫଲିକ ଏସିଡ ଏବଂ ଆଣ୍ଟି ଅକ୍ସିଡାଣ୍ଟ ମହିଳାଙ୍କ ଗର୍ଭଧାରଣ ପାଇଁ ମଧ୍ୟ ସହାୟକ ହୋଇଥାଏ।

– ଜଲଦି ଗର୍ଭଧାରଣ କରିବା ପାଇଁ ମହିଳାମାନେ ନିଜର ଖାଦ୍ୟରେ ଡ୍ରଏ ଫ୍ରୁଟ ବ୍ୟବହାର କରନ୍ତୁ। ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ ଶରୀରକୁ ଫାଇଦା ଦେଇଥାଏ।

– ଆପଣ ଜଲଦି କନସିଭ କରିବାକୁ ଚାହୁଁଛନ୍ତି, ତେବେ କମଳା, ଷ୍ଟ୍ରବେରୀ, ବ୍ଲୁବେରୀ ଏବଂ କିଓ୍ଵି ଭଳି ଫଳ ପ୍ରତିଦିନ ଖାଆନ୍ତୁ। ଏଥିରେ ଥିବା ଭିଟାମିନ ସି ପ୍ରଜନନ କ୍ଷମତା ବଢାଇଥାଏ।

– ନିଜ ଖାଦ୍ୟରେ ଗହମ ରୁଟି, ବ୍ରାଉନ ରାଇସ ଏବଂ ବିନ୍ସ ଜରୁରୀ ସାମିଲ କରନ୍ତୁ। ଏହା ପାଚନ ତନ୍ତ୍ରକୁ ମଜବୁତ କରିବା ସହିତ ଫର୍ଟିଲିଟିକୁ ବଢାଇଥାଏ।

Swagatika

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

1 hour ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

1 hour ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

2 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

4 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

4 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

5 hours ago