ଗଣ୍ଠି ଦରଜକୁ ମିଳିବ ମୁକ୍ତି, ପ୍ରତିଦିନ ଏହି ତେଲରେ କରନ୍ତୁ ମାଲିସ

ଶରୀରକୁ ସୁସ୍ଥ ରଖିବାକୁ ହେଲେ ଖାଦ୍ୟପେୟ ଧ୍ୟାନରେ ରଖିବାକୁ ପଡିଥାଏ। ଏହାକୁ ଧ୍ୟାନରେ ନ ରଖିବା ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ଏଥିପାଇଁ ଗଣ୍ଠି ଦରଜ ଭଳି ଯନ୍ତ୍ରଣା ଭୋଗିବାକୁ ପଡୁଛି। ଏହି ସମସ୍ୟାକୁ ସୁଧାରିବା ପାଇଁ ଲେମନ ଗ୍ରାସ ( ଘାସ୍‌ ଜାତୀୟ ଗୁଳ୍ମ) ବହୁତ ଉପଯୋଗୀ ହୋଇଥାଏ। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ହିଲିଂ ତତ୍ତ୍ୱ ଦରଜ କମ୍‌ କରିଥାଏ। ଏହାଛଡା ଅନେକ ରୋଗ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ। ଆପଣ ଭାବୁଥିବେ ଲେମନ ଗ୍ରାସ୍‌ କ’ଣ ? ଏହା ଏକ ପ୍ରକାର ଘାସ ଜାତୀୟ ଗୁଳ୍ମ। ଏହା ଦେଖିବାକୁ ଧାନ ଗଛ ଭଳି। ବୁଦା ବୁଦା ହୋଇଥିବା ଏହି ଗଛର ମୂଳ ବହୁତ ମୋଟା ଏବଂ ଟାଣ।

– ଲେମନ ଗ୍ରାସରେ ଆଣ୍ଟି- ଇମ୍ଫାମେଣ୍ଟାରୀ ଗୁଣ ରହିଥାଏ, ଯାହା ଦରଜ କମ୍‌ କରିଥାଏ। ଏହାର ତେଲ ଗଣ୍ଠିରେ ମାଲିସ କରିବା ଦ୍ୱାରା ଗଣ୍ଠିଦରଜରୁ ମୁକ୍ତି ମିଳିଥାଏ।

– ଲେମନ ଗ୍ରାସର ପତ୍ରକୁ ସିଝାଇ ଚା’ ଭଳି ପିଇଲେ ଶରୀର ସୁସ୍ଥ ରହିଥାଏ। ଏହାଦ୍ୱାରା ଅଣ୍ଟା ଦରଜ ଏବଂ ଶରୀରର ଅନ୍ୟ ଯନ୍ତ୍ରଣା ଦୂର ହୋଇଥାଏ।

– ଲେମନ ଗ୍ରାସରେ ସିଟ୍ରଲ ନାମକ ତତ୍ତ୍ୱ ରହିଛି, ଯାହା ଚିନ୍ତା ଦୂର କରିଥାଏ। ଯାହା ମନକୁ ସତେଜ ରଖିଥାଏ।।

– ଏଥିରେ ଥିବା ଫାଇଟୋ- ନ୍ୟୁଟ୍ରିଏଣ୍ଟ ରକ୍ତ ସଂଚାଳନକୁ ବୃଦ୍ଧି କରିଥାଏ। ଯାହା ମୁଣ୍ଡ ବିନ୍ଧାରୁ ଆରାମ ଦେଇଥାଏ । ଏହାର ପତ୍ର ଶୁଙ୍ଘିବା ଦ୍ୱାରା ମୁଣ୍ଡ ଶାନ୍ତ ରହିଥାଏ।

ଏହାସହ ପଢନ୍ତୁ ; ପିତୃପକ୍ଷରେ ଲଗାନ୍ତୁ ଏହି ପବିତ୍ର ଗଛ, ଆପଣଙ୍କ ଜୀବନ ହୋଇଯିବ ଧନ୍ୟ

-ଯଦି ଆପଣଙ୍କୁ ଥଣ୍ଡା କାଶ ହେବା ଯୋଗୁଁ ନିଶ୍ୱାସ ନେବାରେ ଅସୁବିଧା ହେଛି, ତେବେ ଏହି ଘାସର ଚା ପିଇବା ଦ୍ୱାରା ଲାଭ ମିଳିଥାଏ। ଏଥିରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ।

– ଏହାକୁ ବ୍ୟବହାର କରିବା ଦ୍ୱାରା ଶରୀରରେ ଇମ୍ୟୁନିଟ୍‌ ବଢିଥାଏ। ଏହା ଶରୀର ଟକସିନ୍ସକୁ ବାହାର କରି ଶରୀରରୁ ଡିଟକ୍ସିଫାଏଡ କରିବାରେ ସାହାଯ୍ୟ କରିଥାଏ।

– ଲେମନ ଗ୍ରାସ ଶରୀରରୁ ୟୁରିକ ଏସିଡ ସ୍ତରକୁ କମ୍‌ କରିବାରେ ସହାୟକ ହୋଇଥାଏ। କିଡନୀ ଏବଂ ଲିଭରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

Swagatika

Recent Posts

ଆଜି ପହିଲି ରଜ: ଦୋଳି ଖେଳ ସାଙ୍ଗକୁ ମିଠା ପାନରେ ଜମୁଛି ଆସର

ଭୁବନେଶ୍ୱର (କେନ୍ୟୁଜ): ଆଜି ପହିଲି ରଜ ।  ଓଡ଼ିଶାର ଗଣ ପର୍ବ ରଜ ପାଇଁ ଉତ୍ସବ ମୁଖର ଗାଆଁଠୁ ସହର…

6 mins ago

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି କୌଣସି ପ୍ରକାରର ନୂଆ ଯୋଜନା କରିବେ ଏବଂ ସେଥିରେ ସଫଳ ହେବେ

ମେଷ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ ।…

7 hours ago

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

9 hours ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

9 hours ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

11 hours ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

11 hours ago