ଗଣ୍ଠି ଦରଜକୁ ମିଳିବ ମୁକ୍ତି, ପ୍ରତିଦିନ ଏହି ତେଲରେ କରନ୍ତୁ ମାଲିସ
ଶରୀରକୁ ସୁସ୍ଥ ରଖିବାକୁ ହେଲେ ଖାଦ୍ୟପେୟ ଧ୍ୟାନରେ ରଖିବାକୁ ପଡିଥାଏ। ଏହାକୁ ଧ୍ୟାନରେ ନ ରଖିବା ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ଏଥିପାଇଁ ଗଣ୍ଠି ଦରଜ ଭଳି ଯନ୍ତ୍ରଣା ଭୋଗିବାକୁ ପଡୁଛି। ଏହି ସମସ୍ୟାକୁ ସୁଧାରିବା ପାଇଁ ଲେମନ ଗ୍ରାସ ( ଘାସ୍ ଜାତୀୟ ଗୁଳ୍ମ) ବହୁତ ଉପଯୋଗୀ ହୋଇଥାଏ। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ହିଲିଂ ତତ୍ତ୍ୱ ଦରଜ କମ୍ କରିଥାଏ। ଏହାଛଡା ଅନେକ ରୋଗ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ। ଆପଣ ଭାବୁଥିବେ ଲେମନ ଗ୍ରାସ୍ କ’ଣ ? ଏହା ଏକ ପ୍ରକାର ଘାସ ଜାତୀୟ ଗୁଳ୍ମ। ଏହା ଦେଖିବାକୁ ଧାନ ଗଛ ଭଳି। ବୁଦା ବୁଦା ହୋଇଥିବା ଏହି ଗଛର ମୂଳ ବହୁତ ମୋଟା ଏବଂ ଟାଣ।
– ଲେମନ ଗ୍ରାସରେ ଆଣ୍ଟି- ଇମ୍ଫାମେଣ୍ଟାରୀ ଗୁଣ ରହିଥାଏ, ଯାହା ଦରଜ କମ୍ କରିଥାଏ। ଏହାର ତେଲ ଗଣ୍ଠିରେ ମାଲିସ କରିବା ଦ୍ୱାରା ଗଣ୍ଠିଦରଜରୁ ମୁକ୍ତି ମିଳିଥାଏ।
– ଲେମନ ଗ୍ରାସର ପତ୍ରକୁ ସିଝାଇ ଚା’ ଭଳି ପିଇଲେ ଶରୀର ସୁସ୍ଥ ରହିଥାଏ। ଏହାଦ୍ୱାରା ଅଣ୍ଟା ଦରଜ ଏବଂ ଶରୀରର ଅନ୍ୟ ଯନ୍ତ୍ରଣା ଦୂର ହୋଇଥାଏ।
– ଲେମନ ଗ୍ରାସରେ ସିଟ୍ରଲ ନାମକ ତତ୍ତ୍ୱ ରହିଛି, ଯାହା ଚିନ୍ତା ଦୂର କରିଥାଏ। ଯାହା ମନକୁ ସତେଜ ରଖିଥାଏ।।
– ଏଥିରେ ଥିବା ଫାଇଟୋ- ନ୍ୟୁଟ୍ରିଏଣ୍ଟ ରକ୍ତ ସଂଚାଳନକୁ ବୃଦ୍ଧି କରିଥାଏ। ଯାହା ମୁଣ୍ଡ ବିନ୍ଧାରୁ ଆରାମ ଦେଇଥାଏ । ଏହାର ପତ୍ର ଶୁଙ୍ଘିବା ଦ୍ୱାରା ମୁଣ୍ଡ ଶାନ୍ତ ରହିଥାଏ।
ଏହାସହ ପଢନ୍ତୁ ; ପିତୃପକ୍ଷରେ ଲଗାନ୍ତୁ ଏହି ପବିତ୍ର ଗଛ, ଆପଣଙ୍କ ଜୀବନ ହୋଇଯିବ ଧନ୍ୟ
-ଯଦି ଆପଣଙ୍କୁ ଥଣ୍ଡା କାଶ ହେବା ଯୋଗୁଁ ନିଶ୍ୱାସ ନେବାରେ ଅସୁବିଧା ହେଛି, ତେବେ ଏହି ଘାସର ଚା ପିଇବା ଦ୍ୱାରା ଲାଭ ମିଳିଥାଏ। ଏଥିରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ।
– ଏହାକୁ ବ୍ୟବହାର କରିବା ଦ୍ୱାରା ଶରୀରରେ ଇମ୍ୟୁନିଟ୍ ବଢିଥାଏ। ଏହା ଶରୀର ଟକସିନ୍ସକୁ ବାହାର କରି ଶରୀରରୁ ଡିଟକ୍ସିଫାଏଡ କରିବାରେ ସାହାଯ୍ୟ କରିଥାଏ।
– ଲେମନ ଗ୍ରାସ ଶରୀରରୁ ୟୁରିକ ଏସିଡ ସ୍ତରକୁ କମ୍ କରିବାରେ ସହାୟକ ହୋଇଥାଏ। କିଡନୀ ଏବଂ ଲିଭରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।