Below header

ପଦ୍ମପୁରରେ ଡ୍ରାଇଭିଂ ଲାଇସେନ୍‌ସ ପାଇଁ ଯିବାକୁ ପଡୁଛି ଲମ୍ବା ବାଟ, ଏଆରଟିଏକ କାର୍ଯ୍ୟାଳୟ ସ୍ଥାପନ ପାଇଁ ଲୋକଙ୍କ ଦାବି

ପଦ୍ମପୁର(କେନ୍ୟୁଜ୍): ନୂଆ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେବା ପରେ ଏବେ ସମସ୍ତେ ସଚେତନ । ଡ୍ରାଇଭିଂ ଲାଇସେନ୍ସ ପାଇଁ ସମସ୍ତେ ଯେମିତି ତତ୍ପର ହୋଇ ଉଠିଛନ୍ତି । ହେଲେ ଏମିତି କିଛି ଯାଗା ଅଛି ଯେଉଠିଁ ଆରଟିଓ ଅଫିସ୍‌କୁ ପହଞ୍ଚିବାକୁ ଶହ ଶହ କିମି ଯିବାକୁ ପଡୁଛି । ପଦ୍ମପୁର ଉପଖଣ୍ଡର ଶେଷ ସୀମାରୁ ଜିଲ୍ଲା ଆରଟିଓ ଅଫିସକୁ ପ୍ରାୟ ୧୫୦ କିମି ଯିବାକୁ ପଡୁଛି । ଏଥିପାଇଁ କାହାକୁ ବି ଡ୍ରାଇଭିଂ ଲାଇସେନ୍ସ କରିବାକୁ ହେଲେ ଦୁଇରୁ ତିନି ଦିନ ସମୟ କାଢିବାକୁ ପଡୁଛି । ତେଣୁ ପଦ୍ମପୁରରେ ଏକ ଏଆଟିଓ ଅଫିସ୍‌ ସ୍ଥାପନ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ବେଳେ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଲୋକେ । ସେପଟେ ପଦ୍ମପୁର ବିଧାୟକ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.