ଲାଇଫ୍ ଷ୍ଟାଇଲ୍

ପାର୍ଲର ନୁହେଁ ଘରେ କରିପାରିବେ ଫେସିଆଲ, ଆଜି ହିଁ ଘରେ ଅମୃତଭଣ୍ଡାରେ ପ୍ରସ୍ତୁତ କରନ୍ତୁ ଫେସ୍‌ ପ୍ୟାକ୍‌

ଲୋକମାନେ ଫେସିଆଲ କରିବା ପାଇଁ ପ୍ରାୟତଃ ପାର୍ଲରକୁ ଯାଇଥାନ୍ତି କିନ୍ତୁ ଯଦି ଆପଣ ପାର୍ଲରରେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନାହାଁନ୍ତି, ତାହେଲେ ଆପଣ ଘରେ ଅମୃତଭଣ୍ଡାରେ ଫେସିଆଲ ହୋଇପାରିବେ । ତେବେ ଅମୃତଭଣ୍ଡାରେ ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ମିନେରାଲ୍ସ ଥାଏ ଯାହା ସ୍କିନ୍‌କୁ ଭଲ ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଯେଉଁ ଲୋକମାନେ ମୁହଁରେ ହେଉଥିବା ସମସ୍ୟାକୁ ନେଇ ଚିନ୍ତିତ ସେମାନେ ମଧ୍ୟ ଅମୃତଭଣ୍ଡାରେ ଫେସିଆଲ କରିପାରିବେ । ଏପରି ଭାବେ ଆପଣ ଅମୃତଭଣ୍ଡାରେ ଅନେକ ଜିନିଷ କରିପାରିବେ, ଯେପରି ଫେସ୍‌ ପ୍ୟାକ୍‌, କ୍ଲିଜିଂ, ସ୍କ୍ରବ୍ ଏବଂ ଫେସ୍‌ ମାସ୍କ କରି ମୁହଁରେ ଲଗାଇପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ କିପରି ଭାବେ ଆମେ ଘରେ ଅମୃତଭଣ୍ଡାରେ ଏହି ସବୁ ଜିନିଷ ତିଆରି କରିବା ।

ସ୍କିନ୍‌କୁ କ୍ଲିଜିଂ କରନ୍ତୁ :
ଅମୃତଭଣ୍ଡାରେ ମୁହଁ କ୍ଲିଜିଂ କରିବା ପାଇଁ ପ୍ରଥମେ ଏକ ଚାମଚ ଗ୍ରାଉଣ୍ଡ ଅମୃତଭଣ୍ଡା ନେଇ ସେଥିରେ ୨ ଚାମଚ କ୍ଷୀର ମିଶାନ୍ତୁ । ମୁହଁକୁ ପାଣିରେ ଧୋଇବା ପରେ, ଏହି ପ୍ରସ୍ତୁତ କ୍ଲିଜିଂକୁ ମୁହଁରେ ଲଗାନ୍ତୁ ଏବଂ ଚେହେରାକୁ ସଫା କରନ୍ତୁ । ଏହି ମିଶ୍ରଣକୁ ୩ ରୁ ୪ ମିନିଟ୍ ପର୍ଯ୍ୟନ୍ତ ଘଷିବା ପରେ ମୁହଁକୁ ପାଣିରେ ଧୋଇ ଭଲ ଭାବରେ ସଫା କରନ୍ତୁ ।

ଅମୃତଭଣ୍ଡାରେ ଫେସ୍‌କୁ ସ୍କ୍ରବ୍ କରନ୍ତୁ :
ଆପଣମାନେ ତ ଜାଣିଥିବେ ଯେ ଯେତେବେଳେ ଆମେ ସ୍କ୍ରବ୍‌ କରିଥାଉ, ସେତେବେଳେ ଆମ ସ୍କିନ୍‌ରେ ଏକ ପ୍ରକାରର ନୂତନ ଚମକ ଆସିଥାଏ । ଏହା ଦ୍ୱାରା ମଧ୍ୟ ଆମ ସ୍କିନ୍‌ରୁ ଡେଡ ସ୍ଲେସ୍‌ ମଧ୍ୟ ବହାରିଯାଇଥାଏ । ତେବେ ସ୍କିନ୍‌ରେ ଜମା ହୋଇଥିବା ବ୍ଲାକ୍‌ହେଡ୍‌ ଏବଂ ମଇଳାକୁ ବାହାର କରିବା ପାଇଁ ମଧ୍ୟ ଫେସ୍‌ ସ୍କ୍ରବ୍‌ କରାଯାଏ । ଅମୃତଭଣ୍ଡାରେ ସ୍କ୍ରବ୍ ତିଆରି କରିବା ପାଇଁ ଏକ ପାତ୍ରରେ ଚାଉଳ ଗୁଣ୍ଡ ଏବଂ ଗ୍ରାଉଣ୍ଡ ହୋଇଥିବା ଅମୃତଭଣ୍ଡା ମିଶାଇ ଏକ ମୋଟା ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ ଏବଂ ହାତରେ ସ୍କ୍ରବ୍‌ କରିବା ଆରମ୍ଭ କରନ୍ତୁ । ଏହା ସହ ସ୍କିନ୍‌ର ସମସ୍ତ କୋଣରେ ଏହି ସ୍କ୍ରବ୍‌କୁ ଲଗାନ୍ତୁ ଏବଂ ତାପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ ଦେଖିବେ ଯେ ଆପଣଙ୍କ ମୁହଁ ପୂର୍ବ ଅପେକ୍ଷା ବହୁତ ସୁନ୍ଦର ଦେଖାଯିବ ଏବଂ ଆପଣ ମଧ୍ୟ ସତେଜ ଅନୁଭବ କରିବେ ।

ଅମୃତଭଣ୍ଡା ଫେସ୍‌ ମାସ୍କ :
ଫେସିଆଲର ପରବର୍ତ୍ତୀ ଷ୍ଟେପ୍‌ ହେଉଛି ମୁହଁରେ ଫେସ୍ ମାସ୍କ ଲଗାଇବା । ତେବେ ଅମୃତଭଣ୍ଡା ସହିତ ଫେସ୍ ମାସ୍କ ତିଆରି କରିବାକୁ ୨ ଚାମଚ ଅମୃତଭଣ୍ଡା ପେଷ୍ଟ, ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ଗୋଟିଏ ଚାମଚ ମହୁ ମିଶାନ୍ତୁ । ଦେଖିବେ ଯେ ଅମୃତଭଣ୍ଡା ଫେସ୍ ମାସ୍କ ପ୍ରସ୍ତୁତ ହୋଇଯିବ । ଏହି ଫେସ୍ ମାସ୍କକୁ ମୁହଁରେ ଲଗାନ୍ତୁ ଏବଂ ଏହାକୁ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖିବା ପରେ ମୁହଁ ଧୋଇ ଭଲ ଭାବେ ସଫା କରନ୍ତୁ । ଏହା ଦ୍ୱାରା ସ୍କିନ୍‌ ଚମକିଯାଏ ଏବଂ ସ୍କିନ୍‌ ମଧ୍ୟ ନରମ ହୋଇଯାଏ । ଏହି ପରି ଭାବେ ଆପଣ ସହଜରେ ଘରେ ଅମୃତଭଣ୍ଡା ଫେସ୍‌ ପ୍ୟାକ୍‌ ତିଆରି କରିପାରିବେ । ମାସରେ ଥରେ ଏହି ଫେସ୍‌ ପ୍ୟାକ୍‌ ଲଗାଇବା ଦ୍ୱାରା ସ୍କିନ୍‌ ବହୁତ ଭଲ ରହିଥାଏ ଏବଂ ମୁହଁରେ କିଛି ଦାଗ ମଧ୍ୟ ରହିନଥାଏ । ଏହା ସହ ଆପଣଙ୍କୁ ବାରମ୍ବାର ପାର୍ଲରକୁ ମଧ୍ୟ ଯିବାକୁ ପଡିନଥାଏ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ

ମେଷ : ବାକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ…

5 hours ago

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ :ସସ୍ମିତ

ଭୁବନେଶ୍ୱର  : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ…

6 hours ago

ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‍ବୀ ୭-ଏସ୍‍ ଚାମ୍ପିୟନ୍‍ସିପରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ଜଣ ଖେଳାଳି

ଫ୍ରାନ୍‍ସର ଏକ୍‍ସ ଏନ୍‍ ରାଜ୍ୟରେ ଜୁନ୍‍ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ…

8 hours ago

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର କେତେଜଣ ନେଇ ଚର୍ଚ୍ଚା

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ…

9 hours ago

ନବୀନ ଆମ ପୁଅ ଠୁ ଅଧିକ ଥିଲେ, ଏକଥା କହି କାନ୍ଦୁଛନ୍ତି ମାଆ ମାନେ

ଆଖିରେ ଲୁହର ଧାର । ନବୀନଙ୍କ ଫଟୋ ଆଗରେ କାନ୍ଦୁଛନ୍ତି ଜଣେ ମା । କହୁଥିଲେ…ପୁଅ ଥିଲା ଆମର ।…

9 hours ago

ସାବିତ୍ରୀ ବ୍ରତରେ ପୂଜା ପାଇଥାଆନ୍ତେ ତା ପୂର୍ବରୁ ଉଠିଲା କୋକେଇ

ସାବିତ୍ରୀ ବ୍ରତରେ ସତ୍ୟବାନ୍‌ ହୋଇ ପୂଜା ପାଇ ଥାଆନ୍ତେ । ତା ପୂର୍ବରୁ ଘଟିଗଲା ଏପରି କିଛି । ମୃତକଙ୍କ…

10 hours ago