ପାର୍ଲର ନୁହେଁ ଘରେ କରିପାରିବେ ଫେସିଆଲ, ଆଜି ହିଁ ଘରେ ଅମୃତଭଣ୍ଡାରେ ପ୍ରସ୍ତୁତ କରନ୍ତୁ ଫେସ୍ ପ୍ୟାକ୍
ଅମୃତଭଣ୍ଡାରେ ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ମିନେରାଲ୍ସ ଥାଏ ଯାହା ସ୍କିନ୍କୁ ଭଲ ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଯେଉଁ ଲୋକମାନେ ମୁହଁରେ ହେଉଥିବା ସମସ୍ୟାକୁ ନେଇ ଚିନ୍ତିତ ସେମାନେ ମଧ୍ୟ ଅମୃତଭଣ୍ଡାରେ ଫେସିଆଲ କରିପାରିବେ । ଏପରି ଭାବେ ଆପଣ ଅମୃତଭଣ୍ଡାରେ ଅନେକ ଜିନିଷ କରିପାରିବେ, ଯେପରି ଫେସ୍ ପ୍ୟାକ୍, କ୍ଲିଜିଂ, ସ୍କ୍ରବ୍ ଏବଂ ଫେସ୍ ମାସ୍କ କରି ମୁହଁରେ ଲଗାଇପାରିବେ ।

ଲୋକମାନେ ଫେସିଆଲ କରିବା ପାଇଁ ପ୍ରାୟତଃ ପାର୍ଲରକୁ ଯାଇଥାନ୍ତି କିନ୍ତୁ ଯଦି ଆପଣ ପାର୍ଲରରେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନାହାଁନ୍ତି, ତାହେଲେ ଆପଣ ଘରେ ଅମୃତଭଣ୍ଡାରେ ଫେସିଆଲ ହୋଇପାରିବେ । ତେବେ ଅମୃତଭଣ୍ଡାରେ ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ମିନେରାଲ୍ସ ଥାଏ ଯାହା ସ୍କିନ୍କୁ ଭଲ ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଯେଉଁ ଲୋକମାନେ ମୁହଁରେ ହେଉଥିବା ସମସ୍ୟାକୁ ନେଇ ଚିନ୍ତିତ ସେମାନେ ମଧ୍ୟ ଅମୃତଭଣ୍ଡାରେ ଫେସିଆଲ କରିପାରିବେ । ଏପରି ଭାବେ ଆପଣ ଅମୃତଭଣ୍ଡାରେ ଅନେକ ଜିନିଷ କରିପାରିବେ, ଯେପରି ଫେସ୍ ପ୍ୟାକ୍, କ୍ଲିଜିଂ, ସ୍କ୍ରବ୍ ଏବଂ ଫେସ୍ ମାସ୍କ କରି ମୁହଁରେ ଲଗାଇପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ କିପରି ଭାବେ ଆମେ ଘରେ ଅମୃତଭଣ୍ଡାରେ ଏହି ସବୁ ଜିନିଷ ତିଆରି କରିବା ।
ସ୍କିନ୍କୁ କ୍ଲିଜିଂ କରନ୍ତୁ :
ଅମୃତଭଣ୍ଡାରେ ମୁହଁ କ୍ଲିଜିଂ କରିବା ପାଇଁ ପ୍ରଥମେ ଏକ ଚାମଚ ଗ୍ରାଉଣ୍ଡ ଅମୃତଭଣ୍ଡା ନେଇ ସେଥିରେ ୨ ଚାମଚ କ୍ଷୀର ମିଶାନ୍ତୁ । ମୁହଁକୁ ପାଣିରେ ଧୋଇବା ପରେ, ଏହି ପ୍ରସ୍ତୁତ କ୍ଲିଜିଂକୁ ମୁହଁରେ ଲଗାନ୍ତୁ ଏବଂ ଚେହେରାକୁ ସଫା କରନ୍ତୁ । ଏହି ମିଶ୍ରଣକୁ ୩ ରୁ ୪ ମିନିଟ୍ ପର୍ଯ୍ୟନ୍ତ ଘଷିବା ପରେ ମୁହଁକୁ ପାଣିରେ ଧୋଇ ଭଲ ଭାବରେ ସଫା କରନ୍ତୁ ।
ଅମୃତଭଣ୍ଡାରେ ଫେସ୍କୁ ସ୍କ୍ରବ୍ କରନ୍ତୁ :
ଆପଣମାନେ ତ ଜାଣିଥିବେ ଯେ ଯେତେବେଳେ ଆମେ ସ୍କ୍ରବ୍ କରିଥାଉ, ସେତେବେଳେ ଆମ ସ୍କିନ୍ରେ ଏକ ପ୍ରକାରର ନୂତନ ଚମକ ଆସିଥାଏ । ଏହା ଦ୍ୱାରା ମଧ୍ୟ ଆମ ସ୍କିନ୍ରୁ ଡେଡ ସ୍ଲେସ୍ ମଧ୍ୟ ବହାରିଯାଇଥାଏ । ତେବେ ସ୍କିନ୍ରେ ଜମା ହୋଇଥିବା ବ୍ଲାକ୍ହେଡ୍ ଏବଂ ମଇଳାକୁ ବାହାର କରିବା ପାଇଁ ମଧ୍ୟ ଫେସ୍ ସ୍କ୍ରବ୍ କରାଯାଏ । ଅମୃତଭଣ୍ଡାରେ ସ୍କ୍ରବ୍ ତିଆରି କରିବା ପାଇଁ ଏକ ପାତ୍ରରେ ଚାଉଳ ଗୁଣ୍ଡ ଏବଂ ଗ୍ରାଉଣ୍ଡ ହୋଇଥିବା ଅମୃତଭଣ୍ଡା ମିଶାଇ ଏକ ମୋଟା ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ ଏବଂ ହାତରେ ସ୍କ୍ରବ୍ କରିବା ଆରମ୍ଭ କରନ୍ତୁ । ଏହା ସହ ସ୍କିନ୍ର ସମସ୍ତ କୋଣରେ ଏହି ସ୍କ୍ରବ୍କୁ ଲଗାନ୍ତୁ ଏବଂ ତାପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ ଦେଖିବେ ଯେ ଆପଣଙ୍କ ମୁହଁ ପୂର୍ବ ଅପେକ୍ଷା ବହୁତ ସୁନ୍ଦର ଦେଖାଯିବ ଏବଂ ଆପଣ ମଧ୍ୟ ସତେଜ ଅନୁଭବ କରିବେ ।
ଅମୃତଭଣ୍ଡା ଫେସ୍ ମାସ୍କ :
ଫେସିଆଲର ପରବର୍ତ୍ତୀ ଷ୍ଟେପ୍ ହେଉଛି ମୁହଁରେ ଫେସ୍ ମାସ୍କ ଲଗାଇବା । ତେବେ ଅମୃତଭଣ୍ଡା ସହିତ ଫେସ୍ ମାସ୍କ ତିଆରି କରିବାକୁ ୨ ଚାମଚ ଅମୃତଭଣ୍ଡା ପେଷ୍ଟ, ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ଗୋଟିଏ ଚାମଚ ମହୁ ମିଶାନ୍ତୁ । ଦେଖିବେ ଯେ ଅମୃତଭଣ୍ଡା ଫେସ୍ ମାସ୍କ ପ୍ରସ୍ତୁତ ହୋଇଯିବ । ଏହି ଫେସ୍ ମାସ୍କକୁ ମୁହଁରେ ଲଗାନ୍ତୁ ଏବଂ ଏହାକୁ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖିବା ପରେ ମୁହଁ ଧୋଇ ଭଲ ଭାବେ ସଫା କରନ୍ତୁ । ଏହା ଦ୍ୱାରା ସ୍କିନ୍ ଚମକିଯାଏ ଏବଂ ସ୍କିନ୍ ମଧ୍ୟ ନରମ ହୋଇଯାଏ । ଏହି ପରି ଭାବେ ଆପଣ ସହଜରେ ଘରେ ଅମୃତଭଣ୍ଡା ଫେସ୍ ପ୍ୟାକ୍ ତିଆରି କରିପାରିବେ । ମାସରେ ଥରେ ଏହି ଫେସ୍ ପ୍ୟାକ୍ ଲଗାଇବା ଦ୍ୱାରା ସ୍କିନ୍ ବହୁତ ଭଲ ରହିଥାଏ ଏବଂ ମୁହଁରେ କିଛି ଦାଗ ମଧ୍ୟ ରହିନଥାଏ । ଏହା ସହ ଆପଣଙ୍କୁ ବାରମ୍ବାର ପାର୍ଲରକୁ ମଧ୍ୟ ଯିବାକୁ ପଡିନଥାଏ ।