ଭାରତ ଏବଂ ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିଶ୍ୱକପ : ଭାରତକୁ ୨୫୪ ରନ୍‌ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ କଙ୍ଗାରୁ ବାହିନୀ ୫୦ ଓଭରରେ ୨୫୩ ରନ କରିବାକୁ ସକ୍ଷମ ହୋଇଛି । ଆଉ ଭାରତକୁ ୨୫୪ ରନର ଲକ୍ଷ୍ୟ ଦେଇଛି । କଙ୍ଗାରୁ ବାହିନୀ ୫୦ ଓଭରରେ ୭ ଓ୍ଵିକେଟ ହରାଇ ୨୫୩ ରନ୍‌ କରିଛି ।

ଅଣ୍ଡର ୧୯ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ଭାରତକୁ କଙ୍ଗାରୁ ବାହିନୀ ୨୫୪ ରନର ଲକ୍ଷ୍ୟ ଦେଇଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ଫାଇନାଲ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ବାହିନୀ ।

ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ କଙ୍ଗାରୁ ବାହିନୀ ୫୦ ଓଭରରେ ୨୫୩ ରନ କରିବାକୁ ସକ୍ଷମ ହୋଇଛି । ଆଉ ଭାରତକୁ ୨୫୪ ରନର ଲକ୍ଷ୍ୟ ଦେଇଛି । କଙ୍ଗାରୁ ବାହିନୀ ୫୦ ଓଭରରେ ୭ ଓ୍ଵିକେଟ ହରାଇ ୨୫୩ ରନ୍‌ କରିଛି ।

କଙ୍ଗାରୁ ଟିମ ପକ୍ଷରୁ ହରଜାସ ସିଂ ସର୍ବାଧିକ ୫୫ ରନ୍‌ କରିଛନ୍ତି । ସେହିପରି ହ୍ୟୁଜ େଓ୍ଵଜେନ ୪୮ ରନ୍‌ ଏବଂ ହ୍ୟାରି ଡିକ୍ସନ ୪୨ ରନ୍‌ କରି ଆଉଟ୍‌ ହୋଇଛନ୍ତି । ଅଲିଭର ପିକେ ୪୩ ବଲରେ ୪୬ ରନ୍ କରି ଅପରାଜିତ ଥିଲେ ।

ଭାରତ ପକ୍ଷରୁ ରାଜ ଲିମ୍ବାନି ୩ ଓ୍ଵିକେଟ ନେଇଥିବା ବେଳେ ନମନ ତିୱାରୀ ୨ଟି, ସୌମ୍ୟ ପାଣ୍ଡେ ଏବଂ ମୁଶୀର ଖାନ ୧ଟି ଲେଖାଏଁ ଓ୍ଵିକେଟ ନେଇଛନ୍ତି ।

ଭାରତୀୟ ଅଣ୍ଡର ୧୯ ଦଳ ପୂର୍ବରୁ ୮ ଥର ଫାଇନାଲ ଖେଳିଥିବା ବେଳେ ୫ ଥର ଚାମ୍ପିୟନ ହୋଇଥିଲା । ୨୦୦୦, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ଭାରତକୁ ଟାଇଟଲ ମିଳିଥିଲା । ୨୦୨୪ରେ ଷଷ୍ଠ ଥର ପାଇଁ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଉଦୟ ବାହିନୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.