Below header

ନ୍ୟାୟ ଦାବିରେ ଦିଲ୍ଲୀ ଅଭିମୁଖେ ଚାଷୀ, ୧୬ରେ ଭାରତ ବନ୍ଦ ଡାକରା

ଦିଲ୍ଲୀ ଅଭିମୁଖେ କୃଷକଙ୍କ ବିଶାଳ ରାଲି। ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି, ସ୍ବାମୀନାଥନ କମିସନ ଲାଗୁ, କୃଷି ଋଣ ଛାଡ଼ ଓ ଲକ୍ଷ୍ମୀପୁର ଖେରୀ ହିଂସାରେ ପୀଡିତଙ୍କୁ ନ୍ୟାୟ ଦାବିରେ ଦିଲ୍ଲୀ ମୁହାଁଇଛନ୍ତି ଦେଶର ବିଭିନ୍ନ ପ୍ରାନ୍ତରୁ କୃଷକ ସଂଗଠନ।

ଭୁବନେଶ୍ୱର (କେନ୍ୟୁଜ) : ଦିଲ୍ଲୀ ଅଭିମୁଖେ କୃଷକଙ୍କ ବିଶାଳ ରାଲି। ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି, ସ୍ବାମୀନାଥନ କମିସନ ଲାଗୁ, କୃଷି ଋଣ ଛାଡ଼ ଓ ଲକ୍ଷ୍ମୀପୁର ଖେରୀ ହିଂସାରେ ପୀଡିତଙ୍କୁ ନ୍ୟାୟ ଦାବିରେ ଦିଲ୍ଲୀ ମୁହାଁଇଛନ୍ତି ଦେଶର ବିଭିନ୍ନ ପ୍ରାନ୍ତରୁ କୃଷକ ସଂଗଠନ। ୧୩ ଫେବୃଆରୀରେ ଦିଲ୍ଲୀ ଚଲୋ ଡାକରା ଦେଇଛି କୃଷକ ସଂଗଠନ। ଏହା ସହ ୧୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ସଂଗଠନ ପକ୍ଷରୁ ଦିଆଯାଇଥିବା ଡାକରାକୁ ଅନ୍ୟ କୃଷକ ସଂଗଠନ ଗୁଡ଼ିକ ସମର୍ଥନ ଜଣାଇଛନ୍ତି। ପ୍ରାୟ ୧୫ରୁ ୨୦ହଜାର  କୃଷକ ଓ ୨ରୁ ଅଢେଇ ହଜାର ଟ୍ରାକଟର ଏହି ରାଲିରେ ସାମିଲ ହେବେ। କୃଷକଙ୍କ ଦିଲ୍ଲୀ ଡାକରାକୁ ଦୃଷ୍ଟିରେ ରଖି ହରିଆଣାର ସାତଟି ଜିଲ୍ଲାରେ ମୋବାଇଲ, ଇଣ୍ଟରନେଚଟ ସେବାକୁ ବନ୍ଦ କରିଦିଆଯାଇଛି। ଅମ୍ବାଲା, କୁରୁକ୍ଷେତ୍ର, କୈଥଲ, ଜିନ୍ଦ, ହିସାର, ଫତେହବାଦ ଏବଂ ସିରସା ଜିଲ୍ଲାରେ ମଙ୍ଗଳବାର ରାତି ପର୍ଯ୍ୟନ୍ତ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଦିଲ୍ଲୀ ସୀମାନ୍ତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବଡ଼ ବଡ଼ ଲୁହା ବାରିକେଡ ସହ କଂକ୍ରିଟର ଖମ୍ବ ପକାଯାଇଛି। ବ୍ୟାପକ ପୋଲିସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.