ଲାଇଫ୍ ଷ୍ଟାଇଲ୍

ଫଟାଫଟ୍‌ ବନାନ୍ତୁ ଟେଷ୍ଟୀ ମ୍ୟାଙ୍ଗୋ କଷ୍ଟାର୍ଡ, ଅତିଥି ହୋଇଯିବେ ଏକଦମ୍‌ ଖୁସ୍‌

ଫଳ ମାନଙ୍କର ରାଜା ଆମ୍ବକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି। ଖଟା ମିଠା ରସିଆଳି ଆମ୍ବ ପାଇଁ ସମସ୍ତେ ଦିଓ୍ଵାନା। ଆମ୍ବର ବିଭିନ୍ନ ପ୍ରକାର ବ୍ୟଞ୍ଜନ ବି ତିଆରି ହୋଇପାରିବ। ଏଥିପାଇଁ ଆଜି ଆମେ ଆଣିଛୁ ଥଣ୍ଡା ଥଣ୍ଡା ମ୍ୟାଙ୍ଗୋ କଷ୍ଟାର୍ଡ। ଚାଲନ୍ତୁ ଜାଣିବା ଏହାକୁ କେମିତି କରିବା ପ୍ରସ୍ତୁତ।

ପ୍ରସ୍ତୁତି ପ୍ରଣାଳୀ

  • ଆମ୍ବ
  • କ୍ଷୀର
  • କଷ୍ଟାଡ ପାଉଡର
  • ଚିନି
  • କାଜୁ, ବାଦାମ
  • ଅଳେଇଚ ପାଉଡର

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ କ୍ଷୀରକୁ ଫୁଟାଇ ଦିଅନ୍ତୁ ଏବଂ କିଛି ସମୟ ଧୀମା ଆଞ୍ଚରେ ରହିବାକୁ ଦିଅନ୍ତୁ।
  2. ଏବେ କ୍ଷୀରରେ ଚିନି ଏବଂ ଅଳେଇଚ ପାଉଡର ପକାନ୍ତୁ। ଧୀମା ଆଞ୍ଚରେ ଫୁଟିବାକୁ ଦିଅନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଆପଣ କ୍ଷୀରକୁ ବାରମ୍ବାର ଚଲାଉଥିବେ, ଯେମିତି କ୍ଷୀର ତଳେ ନଲାଗିବ।
  3. ଏବେ ଏକ ଗିନାରେ ଥଣ୍ଡା କ୍ଷୀର ନିଅନ୍ତୁ ଏବଂ ଏଥିରେ କଷ୍ଟାର୍ଡ ପାଉଡର ପକାନ୍ତୁ। ଏହାକୁ ଭଲଭାବେ ଚଲାଉଥାନ୍ତୁ ଯେପରି ଏହାଭଲଭାବେ ମିକ୍ସ ହୋଇଯିବ।
  4. ଏବେ ଫୁଟୁଥିବା କ୍ଷୀରରେ ଧୀରେ ଧୀରେ କଷ୍ଟାର୍ଡ ଘୋଳକୁ ପକାନ୍ତୁ ଏବଂ ଅଳ୍ପ ସମୟ ପାଇଁ ଭଲଭାବେ ଫୁଟିବା ପାଇଁ ଛାଡନ୍ତୁ। ଯେତେବେଳେ ଏହା ଗାଢ଼ା ହେବାକୁ ଲାଗିବ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ କିଛି ସମୟ ଘୋଡାଇ ରଖିଦିଅନ୍ତୁ।
  5. ଏବେ ଏକ ଆମ୍ବ ନିଅନ୍ତୁ ଏବଂ ଛୋଟ ଛୋଟ କାଟି ଏହାର ପ୍ୟୁରୀ ବନାଇ ଦିଅନ୍ତୁ। ଯେତେବେଳେ କ୍ଷୀର ଥଣ୍ଡା ହୋଇଯିବ ସେତେବେଳେ ପ୍ୟୁରୀକୁ ସେଥିରେ ମିଶାଇ ଦିଅନ୍ତୁ ଏବଂ ଭଲଭାବେ ଚଲାନ୍ତୁ।
  6. ଏବେ ଏହାକୁ ଫ୍ରିଜରେ ଥଣ୍ଡା ହେବା ପାଇଁ ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ମ୍ୟାଙ୍ଗୋ କଷ୍ଟାର୍ଡ। ଏଥିରେ ଆପଣ କାଜୁ, ବାଦାମ ଏବଂ କିଛି କଟା ଆମ୍ବ ପକାଇ ସର୍ଭ କରନ୍ତୁ।

 

Pritiparna

Recent Posts

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

57 mins ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

3 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

3 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

3 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

4 hours ago

ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ, ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…

5 hours ago