ଫଟାଫଟ୍ ବନାନ୍ତୁ ଟେଷ୍ଟୀ ମ୍ୟାଙ୍ଗୋ କଷ୍ଟାର୍ଡ, ଅତିଥି ହୋଇଯିବେ ଏକଦମ୍ ଖୁସ୍
ଫଳ ମାନଙ୍କର ରାଜା ଆମ୍ବକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି। ଖଟା ମିଠା ରସିଆଳି ଆମ୍ବ ପାଇଁ ସମସ୍ତେ ଦିଓ୍ଵାନା। ଆମ୍ବର ବିଭିନ୍ନ ପ୍ରକାର ବ୍ୟଞ୍ଜନ ବି ତିଆରି ହୋଇପାରିବ। ଏଥିପାଇଁ ଆଜି ଆମେ ଆଣିଛୁ ଥଣ୍ଡା ଥଣ୍ଡା ମ୍ୟାଙ୍ଗୋ କଷ୍ଟାର୍ଡ। ଚାଲନ୍ତୁ ଜାଣିବା ଏହାକୁ କେମିତି କରିବା ପ୍ରସ୍ତୁତ।
ପ୍ରସ୍ତୁତି ପ୍ରଣାଳୀ
- ଆମ୍ବ
- କ୍ଷୀର
- କଷ୍ଟାଡ ପାଉଡର
- ଚିନି
- କାଜୁ, ବାଦାମ
- ଅଳେଇଚ ପାଉଡର
ପ୍ରସ୍ତୁତି ପ୍ରଣାଳୀ
- ସର୍ବପ୍ରଥମେ କ୍ଷୀରକୁ ଫୁଟାଇ ଦିଅନ୍ତୁ ଏବଂ କିଛି ସମୟ ଧୀମା ଆଞ୍ଚରେ ରହିବାକୁ ଦିଅନ୍ତୁ।
- ଏବେ କ୍ଷୀରରେ ଚିନି ଏବଂ ଅଳେଇଚ ପାଉଡର ପକାନ୍ତୁ। ଧୀମା ଆଞ୍ଚରେ ଫୁଟିବାକୁ ଦିଅନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଆପଣ କ୍ଷୀରକୁ ବାରମ୍ବାର ଚଲାଉଥିବେ, ଯେମିତି କ୍ଷୀର ତଳେ ନଲାଗିବ।
- ଏବେ ଏକ ଗିନାରେ ଥଣ୍ଡା କ୍ଷୀର ନିଅନ୍ତୁ ଏବଂ ଏଥିରେ କଷ୍ଟାର୍ଡ ପାଉଡର ପକାନ୍ତୁ। ଏହାକୁ ଭଲଭାବେ ଚଲାଉଥାନ୍ତୁ ଯେପରି ଏହାଭଲଭାବେ ମିକ୍ସ ହୋଇଯିବ।
- ଏବେ ଫୁଟୁଥିବା କ୍ଷୀରରେ ଧୀରେ ଧୀରେ କଷ୍ଟାର୍ଡ ଘୋଳକୁ ପକାନ୍ତୁ ଏବଂ ଅଳ୍ପ ସମୟ ପାଇଁ ଭଲଭାବେ ଫୁଟିବା ପାଇଁ ଛାଡନ୍ତୁ। ଯେତେବେଳେ ଏହା ଗାଢ଼ା ହେବାକୁ ଲାଗିବ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ କିଛି ସମୟ ଘୋଡାଇ ରଖିଦିଅନ୍ତୁ।
- ଏବେ ଏକ ଆମ୍ବ ନିଅନ୍ତୁ ଏବଂ ଛୋଟ ଛୋଟ କାଟି ଏହାର ପ୍ୟୁରୀ ବନାଇ ଦିଅନ୍ତୁ। ଯେତେବେଳେ କ୍ଷୀର ଥଣ୍ଡା ହୋଇଯିବ ସେତେବେଳେ ପ୍ୟୁରୀକୁ ସେଥିରେ ମିଶାଇ ଦିଅନ୍ତୁ ଏବଂ ଭଲଭାବେ ଚଲାନ୍ତୁ।
- ଏବେ ଏହାକୁ ଫ୍ରିଜରେ ଥଣ୍ଡା ହେବା ପାଇଁ ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ମ୍ୟାଙ୍ଗୋ କଷ୍ଟାର୍ଡ। ଏଥିରେ ଆପଣ କାଜୁ, ବାଦାମ ଏବଂ କିଛି କଟା ଆମ୍ବ ପକାଇ ସର୍ଭ କରନ୍ତୁ।