ବନ୍ଧୁକ ଦେଖାଇ ଧମକାଇବା ସହିତ ଗୁଳି ଫୁଟାଇ ଯୁବକ ଗିରଫ

ଉଦଳା(କେନ୍ୟୁଜ): ବନ୍ଧୁକ ଦେଖାଇ ଧମକାଇବା ସହିତ ଗୁଳି ଫୁଟାଇ ଗିରଫ ହେଲେ ଯୁବକ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନଛିପୁର ଗ୍ରାମରେ । ନଛିପୁର ଗ୍ରାମର ପୂଜା ସିଂଙ୍କ ଝିଅ ଏବଂ ଭଉଣୀ ଗ୍ରାମ ନିକଟରେ ଏକ ଗଛ ମୂଳରେ ଛିଡା ହୋଇ କୋଳି ଖାଉଥିଲେ । ଏହି ସମୟରେ ଉକ୍ତ ଗ୍ରାମର କାଳିଆ ସେନାପତି ସେଠାରେ ପହଂଚି ଉଭୟଙ୍କୁ ଗାଳି ଗୁଲଜ କରିବା ସହିତ ଏକ ଦେଶୀ ବନ୍ଧୁକ ଦେଖାଇ ଭୟଭୀତ କରିଥିଲା ଏବଂ ଧମକ ମଧ୍ୟ ଦେଇଥିଲା ।

ଏହା ସହିତ ବନ୍ଧୁକରୁ ଗୁଳି ମଧ୍ୟ ଫୁଟାଇଥିଲା । ଏହି ଘଟଣାକୁ ନେଇ ପୂଜା ସିଂ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ଖାଲି ସେତିକି ନୁହେଁ ଅଭିଯୁକ୍ତ ନିକଟରୁ ଏକ ଦେଶୀ ବନ୍ଧୁକ ମଧ୍ଯ ଜବତ କରିଛି ପୋଲିସ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.