ଧନପ୍ରାପ୍ତି ପାଇଁ ଆଜି ନିଶ୍ଚୟ କରନ୍ତୁ ଏହି ୩ଟି କାମ, ଦୂର ହେବ ଆର୍ଥିକ ସଙ୍କଟ

ହିନ୍ଦୁ ଧର୍ମରେ, ପ୍ରତ୍ୟେକ ଦିନ କୌଣସି ନା କୌଣସି ଭଗବାନଙ୍କୁ ସମର୍ପିତ ହୋଇଛି। ଶାସ୍ତ୍ର ମୁତାବକ, ଗୁରୁବାର ଦେବ ଗୁରୁ ବୃହସ୍ପତିଙ୍କ ବାର ଓ ଏହାକୁ ଭଗବାନ ବିଷ୍ଣୁଙ୍କ ଦିନ ମଧ୍ୟ କୁହାଯାଏ। ଗୁରୁବାର ଦିନ ଶ୍ରଦ୍ଧା ଭାବରେ ବ୍ରତ ରଖୁଥିବା ବ୍ୟକ୍ତିଙ୍କର ସବୁ ମନୋକାମନା ପୂରଣ ହୋଇଥାଏ। କୁହାଯାଏ, ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଯଦି ଆପଣଙ୍କ ଜୀବନରେ ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି, ତେବେ ଗୁରୁବାର ଦିନ କେତେକ ସ୍ୱତନ୍ତ୍ର ଉପାୟ କରିବା ଉଚିତ୍‌। ଆସନ୍ତୁ ଜାଣିବା ଗୁରୁବାର କି କି କାମ କଲେ ଧନ ଲାଭ ହୋଇଥାଏ…

ପର୍ସରେ ରଖନ୍ତୁ କୁବେର ଯନ୍ତ୍ର:

କୁବେରଙ୍କୁ ଧନର ଦେବତା ବୋଲି କୁହାଯାଏ। ଯାହା ଉପରେ କୁବେରଙ୍କ କୃପା ରହିଥାଏ, ତାଙ୍କର କେବେ ବି ଧନର ଅଭାବ ହୁଏ ନାହିଁ। ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟା ଭୋଗ କରୁଛନ୍ତି, ତେବେ ପର୍ସରେ ତମ୍ବାର କୁବେର ଯନ୍ତ୍ର କିମ୍ବା ଶ୍ରୀ ଯନ୍ତ୍ର ରଖନ୍ତୁ। ଏହା ବ୍ୟତୀତ କଉଡ଼ି, କେସର କିମ୍ବା ହଳଦୀ ଖଣ୍ଡେ ବି ରଖିପାରନ୍ତି। ଏମିତି କଲେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ।

laxmi mata
Image Credit: Wduwar

କଦଳୀ ଗଛ ପୂଜା କରନ୍ତୁ:

ମାନ୍ୟତା ରହିଛି ଯେ କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି। ଏହି କାରଣରୁ ଗୁରୁବାର ଦିନ କଦଳୀ ଗଛର ପୂଜା କରାଯାଏ। ଏହା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କୁ ସୁଖ ସମୃଦ୍ଧିର ଆଶୀର୍ବାଦ ଦେଇଥାନ୍ତି।

କରନ୍ତୁ ଗୁରୁବାର ବ୍ରତ:

ଯଦି ଆପଣଙ୍କ ଜାତକରେ ଗୁରୁଙ୍କ ସ୍ଥିତି ଖରାପ ଚାଲିଛି କିମ୍ବା ବିବାହରେ ବାଧା ଉପୁଜିଛି, ତେବେ ବୃହସ୍ପତି ଦେବଙ୍କ ବ୍ରତ କରିବା ଉଚିତ୍‌। କିନ୍ତୁ ଏହା ପୂର୍ବରୁ କୌଣସି ପଣ୍ଡିତ କିମ୍ବା ଜ୍ୟୋତିଷଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ। ବୃହସ୍ପତି ଦେବଙ୍କ ବ୍ରତ କରିବା ଦ୍ୱାରା ଜାତକରେ ଗୁରୁ ଗ୍ରହ ମଜଭୁତ ହୋଇଥାନ୍ତି।

Also Read: କୂଅରେ ଗଳି ପଡ଼ିଲା ବରଯାତ୍ରୀଙ୍କୁ ନେଇ ଫେରୁଥିବା ବୋଲେରୋ, ଘଟଣାସ୍ଥଳରେ ୭ ମୃତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.