ଲାଇଫ୍ ଷ୍ଟାଇଲ୍

ଆଲୋଭେରାରେ ଏମିତି ବନାନ୍ତୁ ନାଇଟ୍‌ କ୍ରିମ, ଚମକି ଉଠିବ ତ୍ୱଚା

ପ୍ରତ୍ୟେକ ଯୁବତୀ ନିଜକୁ ସୁନ୍ଦରୀ ଦେଖାଯିବାକୁ ଚାହାନ୍ତି। ଯେଉଁଥିପାଇଁ ସେମାନେ ଅନେକ ପଇସା ମଧ୍ୟ ଖର୍ଚ୍ଚ କରନ୍ତି। ମାର୍କେଟରେ ମିଳୁଥିବା ମହଙ୍ଗା ବିୟୁଟି ପ୍ରଡକ୍ଟ ବ୍ୟବହାର କରିବା ସତ୍ତ୍ୱେ ମଧ୍ୟ ଏଥିରୁ କୌଣସି ସୁଫଳ ମିଳିନଥାଏ। ଆଜିକାଲି ମାର୍କେଟରେ ସ୍କିନ କେୟାର ପାଇଁ ଭିନ୍ନ ଭିନ୍ନ ପ୍ରକାର ମହଙ୍ଗା କ୍ରିମ ମିଳୁଛି। ଆଲୋଭେରାରେ ଏମିତି ଗୁଣ ରହିଛି, ଯାହା ଆପଣଙ୍କ ତ୍ୱଚା ପାଇଁ ଲାଭକାରୀ ହୋଇଥାଏ। ଏହା ତ୍ୱଚାରୁ ଦାଗ ଦୂର କରିବା ସହିତ ସ୍କିନକୁ ଟାଇଟ ରଖିଥାଏ। ଆଲୋଭେରାକୁ ରାତିରେ ଶୋଇବା ପୂର୍ବରୁ ଲଗାଇବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ।

ମାର୍କେଟରେ ମିଳୁଥିବା ପ୍ରଡକ୍ଟ କେମିକାଲଯୁକ୍ତ ହୋଇଥିବା ଯୋଗୁଁ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଏ। କିନ୍ତୁ ଆପଣ ଆଲୋଭେରା ସାହାଯ୍ୟରେ ଘରେ ନାଇଟ କ୍ରିମ ପ୍ରସ୍ତୁତ କରି ରାତିରେ ଶୋଇବା ପୂର୍ବରୁ ବ୍ୟବହାର କରିପାରିବେ। ତେଣୁ ଆପଣ ଘରେ କିଭଳି ନାଇଟ କ୍ରିମ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିନେବା। ଏହାକୁ ପ୍ରସ୍ତୁତ କରିବା ଅତି ସହଜ।

କ୍ରିମ କିଭଳି କରିବେ ପ୍ରସ୍ତୁତ :

ଆଲୋଭେରା ଜେଲ : ୨ ବଡ ଚାମଚ

ଲାଭେଣ୍ଡର ଅଏଲ : ୧ ଚାମଚ

ପ୍ରାଇମରୋଜ ଅଏଲ : ୧ ଚାମଚ

ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଆଲୋଭେରା ଜେଲ କାଢି ନିଅନ୍ତୁ। ଏହାପରେ ଏଥିରେ ଲାଭେଣ୍ଡର ତେଲ ମିଶାଇ ତା’ ପରେ ପ୍ରାଇମରୋଜ ତେଲ ଏକ ଚାମଚ ମିଶାଇ ଦିଅନ୍ତୁ। ଏହାକୁ ଏକ ଛୋଟ ଡବାରେ ଭରି ରଖନ୍ତୁ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହାକୁ ମୁହଁରେ ଲଗାଇ ଶୁଅନ୍ତୁ।

Swagatika

Recent Posts

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

2 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

14 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

18 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

20 mins ago

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

1 hour ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

1 hour ago