ରାଜ୍ୟ

କିଶନ ନଗର ବିନୋଦ ମଣ୍ଡଳ ହତ୍ୟାକାଣ୍ଡ, ପତ୍ନୀ ନମିତାଙ୍କୁ ରିମାଣ୍ଡରେ ଆଣିବା ପରେ ପୋଲିସ୍ ପାଇବ ଘଟଣାର ଖିଅ

ସାଲେପୁର (କେ ନ୍ୟୁଜ୍‌) : କଟକ ଜିଲ୍ଲା କିଶନ ନଗର ବିନୋଦ ମଣ୍ଡଳ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଛି । ତାଙ୍କର ମୃତଦେହ ମିଳିବା ପରେ ଏବେ ତାଙ୍କ ପତ୍ନୀକୁ ଗିରଫ କରିଛି ପୋଲିସ୍ । ସ୍ପଷ୍ଟ ହୋଇଛି ଯେ ବିନୋଦଙ୍କୁ ହତ୍ୟା କରାଯାଇଛି । ଆଉ ହତ୍ୟାରେ ଅନ୍ୟମାନଙ୍କ ସହ ପତ୍ନୀର ବି ସଂପୃକ୍ତି ରହିଛି ।

କିଶନ ନଗର କଲେଜର ଜଣେ କର୍ମଚାରୀ ହେଉଛନ୍ତି ବିନୋଦ ମଣ୍ଡଳ । ମେ ମାସ ୨୬ ତାରିଖରେ ବୋର୍ଡ଼ ଅଫିସ୍ ଯିବେ ବୋଲି କହି ଘରୁ ବାହାରିଥିଲେ ସେ । ହେଲେ ଆଉ ଫେରିଲେ ନାହିଁ । ତାଙ୍କ ନିଖୋଜ ନେଇ ପରିବାର ଲୋକେ ଥାନାରେ ଏତଲା ଦେଲେ । ଅନେକ ଖୋଜାଖୋଜି ପ୍ରାୟ ପରେ ମାସେ ବ୍ୟବଧାନରେ ମିଳିଲା ବିନୋଦଙ୍କ ମୃତଦେହ । ଆଉ ତ ଦେହ ନଥିଲା କେବଳ କଙ୍କାଳ ମିଳିଲା କହିଲେ ଠିକ୍ ହେବ । ଜଗତପୁର ଥାନା ଅନ୍ତର୍ଗତ ଅତୋଡ଼ା ମହାନଦୀ ପଠାରେ ପଡ଼ିଥିଲା ପଚାସଢ଼ା ମୃତଦେହ ।

ଏହା ପରେ ପୋଲିସ୍ ତଦନ୍ତ କରି ବିନୋଦଙ୍କ ପତ୍ନୀ ନମିତା ଦାସଙ୍କୁ ଗିରଫ କରିଛି । ସନ୍ଦେହ କରାଯାଉଛି, ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଛି ସ୍ତ୍ରୀ । ତେଣୁ ପୋଲିସ୍ ପତ୍ନୀ ନମିତା ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କୁ ରିମାଣ୍ଡରେ ଆଣି ପୋଲିସ୍ ପଚରା ଉଚରା କରିବ । ତେଣୁ ଏବେ ଘଟଣା ଉପରେ କିଛି କହିବାକୁ ମନା କରିଛି ।

ପୂର୍ବରୁ ପୋଲିସ୍ ଏହି ଘଟଣାରେ ଲକ୍ଷ୍ମୀ ନାରାୟଣପୁର ବାସିନ୍ଦା ଶାରଦା କୁଣ୍ଡୁ ଓ ସିଲୁ ଦାସଙ୍କୁ ଗିରଫ କରିଥିଲା । ତେବେ ବିବାହର ବର୍ଷେ ପୂରି ନଥିବା ବେଳେ ବିନୋଦଙ୍କୁ କାହିଁକି ହତ୍ୟ କରାଗଲା, କେଉଁ କାରଣରୁ ପୋଲିସ୍ ନମିତାଙ୍କୁ ଗିରଫ କରିଛି ଏବଂ ଘଟଣା ପଛର କାହାଣୀ କଣ ସେ କଥା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ । ନମିତାଙ୍କୁ ପୋଲିସ୍ ରିମାଣ୍ଡରେ ଆଣି ପଚରା ଉଚରା କଲେ ସବୁ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

KNews Bureau

Recent Posts

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

12 mins ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

13 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

20 mins ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

46 mins ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

1 hour ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

2 hours ago