କିଶନ ନଗର ବିନୋଦ ମଣ୍ଡଳ ହତ୍ୟାକାଣ୍ଡ, ପତ୍ନୀ ନମିତାଙ୍କୁ ରିମାଣ୍ଡରେ ଆଣିବା ପରେ ପୋଲିସ୍ ପାଇବ ଘଟଣାର ଖିଅ

ସାଲେପୁର (କେ ନ୍ୟୁଜ୍‌) : କଟକ ଜିଲ୍ଲା କିଶନ ନଗର ବିନୋଦ ମଣ୍ଡଳ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଛି । ତାଙ୍କର ମୃତଦେହ ମିଳିବା ପରେ ଏବେ ତାଙ୍କ ପତ୍ନୀକୁ ଗିରଫ କରିଛି ପୋଲିସ୍ । ସ୍ପଷ୍ଟ ହୋଇଛି ଯେ ବିନୋଦଙ୍କୁ ହତ୍ୟା କରାଯାଇଛି । ଆଉ ହତ୍ୟାରେ ଅନ୍ୟମାନଙ୍କ ସହ ପତ୍ନୀର ବି ସଂପୃକ୍ତି ରହିଛି ।

କିଶନ ନଗର କଲେଜର ଜଣେ କର୍ମଚାରୀ ହେଉଛନ୍ତି ବିନୋଦ ମଣ୍ଡଳ । ମେ ମାସ ୨୬ ତାରିଖରେ ବୋର୍ଡ଼ ଅଫିସ୍ ଯିବେ ବୋଲି କହି ଘରୁ ବାହାରିଥିଲେ ସେ । ହେଲେ ଆଉ ଫେରିଲେ ନାହିଁ । ତାଙ୍କ ନିଖୋଜ ନେଇ ପରିବାର ଲୋକେ ଥାନାରେ ଏତଲା ଦେଲେ । ଅନେକ ଖୋଜାଖୋଜି ପ୍ରାୟ ପରେ ମାସେ ବ୍ୟବଧାନରେ ମିଳିଲା ବିନୋଦଙ୍କ ମୃତଦେହ । ଆଉ ତ ଦେହ ନଥିଲା କେବଳ କଙ୍କାଳ ମିଳିଲା କହିଲେ ଠିକ୍ ହେବ । ଜଗତପୁର ଥାନା ଅନ୍ତର୍ଗତ ଅତୋଡ଼ା ମହାନଦୀ ପଠାରେ ପଡ଼ିଥିଲା ପଚାସଢ଼ା ମୃତଦେହ ।

murder-2ଏହା ପରେ ପୋଲିସ୍ ତଦନ୍ତ କରି ବିନୋଦଙ୍କ ପତ୍ନୀ ନମିତା ଦାସଙ୍କୁ ଗିରଫ କରିଛି । ସନ୍ଦେହ କରାଯାଉଛି, ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଛି ସ୍ତ୍ରୀ । ତେଣୁ ପୋଲିସ୍ ପତ୍ନୀ ନମିତା ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କୁ ରିମାଣ୍ଡରେ ଆଣି ପୋଲିସ୍ ପଚରା ଉଚରା କରିବ । ତେଣୁ ଏବେ ଘଟଣା ଉପରେ କିଛି କହିବାକୁ ମନା କରିଛି ।

murder-3ପୂର୍ବରୁ ପୋଲିସ୍ ଏହି ଘଟଣାରେ ଲକ୍ଷ୍ମୀ ନାରାୟଣପୁର ବାସିନ୍ଦା ଶାରଦା କୁଣ୍ଡୁ ଓ ସିଲୁ ଦାସଙ୍କୁ ଗିରଫ କରିଥିଲା । ତେବେ ବିବାହର ବର୍ଷେ ପୂରି ନଥିବା ବେଳେ ବିନୋଦଙ୍କୁ କାହିଁକି ହତ୍ୟ କରାଗଲା, କେଉଁ କାରଣରୁ ପୋଲିସ୍ ନମିତାଙ୍କୁ ଗିରଫ କରିଛି ଏବଂ ଘଟଣା ପଛର କାହାଣୀ କଣ ସେ କଥା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ । ନମିତାଙ୍କୁ ପୋଲିସ୍ ରିମାଣ୍ଡରେ ଆଣି ପଚରା ଉଚରା କଲେ ସବୁ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.