Below header

ସୁସ୍ଥ ତାଲିକାରେ ଆଜି ଆଉ ୧୩୭ ଯୋଡି ହେଲେ, ସୁସ୍ଥ ସଂଖ୍ୟା ପହଞ୍ଚିଲା ୪୭୪୩ ରେ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଉ ସୁସ୍ଥ ହେଲେ ୧୩୭ କରୋନା ସଂକ୍ରମିତ । ଗଞ୍ଜାମ ଜିଲ୍ଲାରୁ ଆଜି ସର୍ବାଧିକ ୩୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୨୯, କଟକରୁ ୨୨, ବାଲେଶ୍ୱରରୁ ୧୩, ଯାଜପୁରରୁ ୯, କଳାହାଣ୍ଡିରୁ୬, ଭଦ୍ରକରୁ ୪ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ମୟୂରଭଞ୍ଜ, ନୟାଗଡ଼ ଏବଂ ପୁରୀରେ ୩ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି । ସେପଟେ ବୌଦ୍ଧ,ବରଗଡ଼, ଝାରସୁଗୁଡ଼ା, ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହେଲେଣି ୪୭୪୩ ।

ଆଜି ରାଜ୍ୟରେ ଆଉ ୨୬୪ ନୂଆ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ମୋଟ ପଜିଟିଭ ସଂଖ୍ୟା ୬୬୧୪କୁ ବୃଦ୍ଧି ପାଇଛି । ଏମଧ୍ୟରୁ ୨୩୪ ଜଣ କ୍ଵାରେଣ୍ଟିଂନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୩୦ ଟି ରହିଛି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ୨୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖବର ଅନୁଯାୟୀ ଗଂଜାମ ଜିଲ୍ଲାରୁ ସର୍ବାଧିକ ୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.