ଆଜିର ଏହି ଖାସ୍‌ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ମିଠା ଖେଚୁଡି

ଆଜି ସରସ୍ୱତୀ ପୂଜା ପର୍ବ ପ୍ରତ୍ୟେକ ସ୍ଥାନରେ ଖବୁ ଧୂମଧାମର ସହ ପାଳନ କରାଯାଉଛି। ଏହି ଅବସରରେ ଆଜି ଆପଣ ଘରେ ମିଠା ହଳଦିଆ ରଙ୍ଗର ଚାଉଳ ପ୍ରସ୍ତୁତ କରନ୍ତୁ। ଯେପରି ନିଜ ଘର ପରିବାର ସଦସ୍ୟଙ୍କ ସହ ମିଶି ଏହି ସ୍ୱାଦିଟେ ଖାଦ୍ୟର ମଜା ଉଠାଇପାରିବେ।

ଆବଶ୍ୟକୀୟ ସାମଗ୍ରୀ:

ବାସୁମତି ଚାଉଳ- ୨କପ୍‌

କେସର-୧/୨ କପ୍‌

ଚିନି- ୩କପ୍‌

କାଜୁ- ୧୪ ରୁ ୧୫ଟି

ନଡିଆ- ୧/୨ଟି

ବାଦାମ- ୧୦ଟି

କିସମିସ୍‌- ୮ରୁ ୧୦ଟି

ଅଳେଇଚ- ୫ ରୁ ୬ଟି

ଲବଙ୍ଗ- ୪ ରୁ ୫ଟି

ଘିଅ- ୨ ଟେବୁଲସ୍ପୁନ୍‌

ପାଣି- ୩କପ୍‌

ଗୁରୁରାତି- ୩ଟି

ପ୍ରସ୍ତୁତି ପ୍ରଣାଳୀ:

ସର୍ବପ୍ରଥମେ କ୍ଷୀରରେ କେସର ମିଶାଇ ଅଲଗା ରଖିଦିଅନ୍ତୁ। ଏବେ ଚାଉଳକୁ ଭଲଭାବେ ଧୋଇ ୧ ଘଣ୍ଟା ପାଇଁ ପାଣିରେ ଭିଜାଇ ରଖିଦିଅନ୍ତୁ। ୧ଘଣ୍ଟା ପରେ ଚାଉଳକୁ ପାଣିରୁ କାଢି ଏକ ପ୍ଲେଟରେ ଖେଳାଇ ରଖିଦିଅନ୍ତୁ। ଏବେ ପ୍ରେସରକୁକରରେ ଚାଉଳ, ପାଣି, କେସର କ୍ଷୀର, ଘିଅ ଏବଂ ଚିନି ପକାଇ ୨ଟି ସିଟି ଆସିବା ପର୍ଯ୍ୟନ୍ତ ବସାନ୍ତୁ। ଏହାପରେ ଗ୍ୟାସକୁ ମିଡିୟମ୍‌ ଆଞ୍ଚରେ ରଖି କଡେଇ ଗରମ ହେବା ପରେ ସେଥିରେ ଘିଅ ପକାନ୍ତୁ। ଘିଅ ଗରମ ହେବା ପରେ ସେଥିରେ ଲବଙ୍ଗ, କାଜୁ, ବାଦାମ, ଅଳେଇଚ ପାଉଡରଏବଂ ନଡିଆ ପକାଇ ମଧ୍ୟରେ ଆଞ୍ଚରେ ରଖନ୍ତୁ। ଏବେ ସେଥିରେ ହୋଇଯାଇଥିବା ଚାଉଳ, କିସମିସ୍‌ ଏବଂ ଗୁଜୁରାତି ପକାଇ ସମସ୍ତ ସାମଗ୍ରୀକୁ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ଏହାକୁ ଅଳ୍ପ ସମୟ କମ ଆଞ୍ଚରେ ରଖିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ୧ ରୁ ୨ ମିନିଟ୍‌ ପର୍ଯ୍ୟନ୍ତ କଡେଇ ଉପରୁ ଥାଳି କାଢନ୍ତୁ ନାହିଁ।

KNews Bureau

Recent Posts

ରାଜ୍ୟରେ ଦିନ ୩ଟା ସୁଦ୍ଧା ରାଜ୍ୟରେ ହାରାହାରି ୪୯.୭୭% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୩ଟା…

6 mins ago

ଇଂଲଣ୍ଡ ଟିମକୁ ଝଟକା, ୩୦୩ ମ୍ୟାଚରେ ବେଟିଂ ଅଭିଯୋଗରେ ବ୍ୟାନ୍‌ ହେଲେ ଷ୍ଟାର କ୍ରିକେଟର

ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ବେଟିଂ କରିବା ଅଭିଯୋଗର ଟିମର ଷ୍ଟାର…

25 mins ago

କନ୍ୟାକୁମାରୀରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି, ସକାଳେ ପ୍ରଦାନ କରିଥିଲେ ସୂର୍ଯ୍ୟ ଅର୍ଘ୍ୟ

ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀର ବିବେକାନନ୍ଦ ପଥର ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧନାର ଆଜି ଥିଲା…

27 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

55 mins ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

1 hour ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

1 hour ago