ଅହମଦାବାଦ : ଗୁଜରାଟରେ ଆତଙ୍କବାଦୀ ନିରୋଧୀ ଟିମ ଜଣେ ସିରିଅଲ କିଲରକୁ ଗିରଫ କରିଛି। ଗିରଫ ହୋଇଥିବା ଆରୋପୀ ଗତ ବର୍ଷକ ମଧ୍ୟରେ ତିନୋଟି ହତ୍ୟା କରିସାରିଲାଣି। କିପରି ହତ୍ୟା କରାଯାଏ, ତାହା ପାଇଁ ଦେଖିଥିଲା ୟୁଟ୍ୟୁବ । ୟୁଟ୍ୟୁବରେ କ୍ରାମ ପେଟ୍ରୋଲ ସିରିଅଲ ଦେଖି ହତ୍ୟା କରିବା ପାଇଁ ଯୋଜନା କରୁଥିଲା। ପୁଣି ନିଜର ଶତ୍ରୁତା ପାଇଁ ସଉକ ପାଇଁ।
ସୂଚନାଯୋଗ୍ୟ, ରାଜସ୍ଥାନ ନିବାସୀ ମନୀଷ ମାଲି ଅକ୍ଟୋବର, ଡିସେମ୍ବର ଏବଂ ଜାନୁଆରୀରେ ତିନି ଜଣ ଲୋକଙ୍କୁ ଗୁଳି ମାରିଥିଲା। କେବଳ ହତ୍ୟା ନୁହେଁ ବରଂ ହତ୍ୟା କରିବା ପରେ ଲୋକଙ୍କୁ ଲୁଟ୍ ମଧ୍ୟ କରୁଥିଲା। ହତ୍ୟାକାରୀ ୟୁଟ୍ୟୁବରେ କ୍ରାଇମ ପେଟ୍ରୋଲ ସିରିଅଲ ଦେଖି ଲୋକଙ୍କୁ ହତ୍ୟା କରିବା ଶିଖୁଥିଲା ବୋଲି ଜାଣିବାକୁ ପାଇଛି ପୋଲିସ । କେବଳ ଏଥିକି ନୁହେଁ କିଭଳି ବନ୍ଧୁକ ଚଳାଇବାକୁ ହୁଏ, ତାହା ମଧ୍ୟ ୟୁଟ୍ୟୁବରୁ ଦେଖି ଶିଖିଥିଲେ।ହତ୍ୟାକାରୀ ମନୀଷ ଯେଉଁ ସବୁ ଲୋକଙ୍କୁ ହତ୍ୟା କରିଥିଲା, ସେମାନଙ୍କ ମୁଣ୍ଡକୁ ଗୁଳି ମାରିଥିଲା। ଲୋକଙ୍କୁ ହତ୍ୟା କରିବା ପରେ ସେ ନିଜର ଲଗାତାର ପରିଚୟ ବଦଳାଇ ପୋଲିସ ଠାରୁ ଫେରାର ରହୁଥିଲା। ଆରୋପୀକୁ ପୂର୍ବରୁ ଚାରିଟି ମାମଲାରେ ପୂର୍ବରୁ ଗିରଫ କରାଯାଇଥିଲା। ଆରୋପୀକୁ ପଚରାଉଚରାରୁ ସେ ନିଜର ସଉକ ପାଇଁ ଏପରି ହତ୍ୟା କରୁଥିଲା ବୋଲି କହିଛି।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…