ସଉକ ପାଇଁ କ୍ରାଇମ ପେଟ୍ରୋଲ ସିରିଅଲ ଦେଖି କରୁଥିଲା ହତ୍ୟା, ଧରାପଡିଲା ସିରିଅଲ କିଲର ମନୀଷ

ଅହମଦାବାଦ : ଗୁଜରାଟରେ ଆତଙ୍କବାଦୀ ନିରୋଧୀ ଟିମ ଜଣେ ସିରିଅଲ କିଲରକୁ ଗିରଫ କରିଛି। ଗିରଫ ହୋଇଥିବା ଆରୋପୀ ଗତ ବର୍ଷକ ମଧ୍ୟରେ ତିନୋଟି ହତ୍ୟା କରିସାରିଲାଣି। କିପରି ହତ୍ୟା କରାଯାଏ, ତାହା ପାଇଁ ଦେଖିଥିଲା ୟୁଟ୍ୟୁବ । ୟୁଟ୍ୟୁବରେ କ୍ରାମ ପେଟ୍ରୋଲ ସିରିଅଲ ଦେଖି ହତ୍ୟା କରିବା ପାଇଁ ଯୋଜନା କରୁଥିଲା। ପୁଣି ନିଜର ଶତ୍ରୁତା ପାଇଁ ସଉକ ପାଇଁ।

ସୂଚନାଯୋଗ୍ୟ, ରାଜସ୍ଥାନ ନିବାସୀ ମନୀଷ ମାଲି ଅକ୍ଟୋବର, ଡିସେମ୍ବର ଏବଂ ଜାନୁଆରୀରେ ତିନି ଜଣ ଲୋକଙ୍କୁ ଗୁଳି ମାରିଥିଲା। କେବଳ ହତ୍ୟା ନୁହେଁ ବରଂ ହତ୍ୟା କରିବା ପରେ ଲୋକଙ୍କୁ ଲୁଟ୍‌ ମଧ୍ୟ କରୁଥିଲା। ହତ୍ୟାକାରୀ ୟୁଟ୍ୟୁବରେ କ୍ରାଇମ ପେଟ୍ରୋଲ ସିରିଅଲ ଦେଖି ଲୋକଙ୍କୁ ହତ୍ୟା କରିବା ଶିଖୁଥିଲା ବୋଲି ଜାଣିବାକୁ ପାଇଛି ପୋଲିସ । କେବଳ ଏଥିକି ନୁହେଁ କିଭଳି ବନ୍ଧୁକ ଚଳାଇବାକୁ ହୁଏ, ତାହା ମଧ୍ୟ ୟୁଟ୍ୟୁବରୁ ଦେଖି ଶିଖିଥିଲେ।ହତ୍ୟାକାରୀ ମନୀଷ ଯେଉଁ ସବୁ ଲୋକଙ୍କୁ ହତ୍ୟା କରିଥିଲା, ସେମାନଙ୍କ ମୁଣ୍ଡକୁ ଗୁଳି ମାରିଥିଲା। ଲୋକଙ୍କୁ ହତ୍ୟା କରିବା ପରେ ସେ ନିଜର ଲଗାତାର ପରିଚୟ ବଦଳାଇ ପୋଲିସ ଠାରୁ ଫେରାର ରହୁଥିଲା। ଆରୋପୀକୁ ପୂର୍ବରୁ ଚାରିଟି ମାମଲାରେ ପୂର୍ବରୁ ଗିରଫ କରାଯାଇଥିଲା। ଆରୋପୀକୁ ପଚରାଉଚରାରୁ ସେ ନିଜର ସଉକ ପାଇଁ ଏପରି ହତ୍ୟା କରୁଥିଲା ବୋଲି କହିଛି।