ଦେଶ ବିଦେଶ

ରାହୁଲ ଗାନ୍ଧିଙ୍କ ଯାତ୍ରାରେ ସାମିଲ ହେଲେ ଅଖିଳେଶ ଯାଦବ, ଗୋଟିଏ ମଞ୍ଚରେ ୟୁପିର ଦୁଇ ପୁଅ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି ଉତ୍ତର ପ୍ରଦେଶର ଆଗ୍ରାରେ ପହଞ୍ଚିଛି । ତାଜନଗରୀରେ ପହଞ୍ଚିଥିବା ‘ନ୍ୟାୟ ଯାତ୍ରା’ରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସାମିଲ ହୋଇଛନ୍ତି । ଏହି ସମୟରେ ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତ ରହିଥିଲେ ।

ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧି ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ‘ଦେଶରେ ଅନ୍ୟାୟ ବଢ଼ୁଛି । ଯଦି ଆପଣ ଗରିବ, ତା’ ହେଲେ ଆପଣଙ୍କୁ ଏହି ଦେଶରେ ୨୪ ଘଣ୍ଟା ଅନ୍ୟାୟର ସାମ୍ନା କରିବାକୁ ପଡ଼ିବ । ଘୃଣାର କାରଣ ହେଉଛି ଅନ୍ୟାୟ । ଏଥିପାଇଁ ଆମେ ନିଜ ଯାତ୍ରାରେ ନ୍ୟାୟ ଶବ୍ଦ ଯୋଡ଼ିଛୁ’ ।

ନ୍ୟାୟ ଯାତ୍ରାରେ ସାମିଲ ଅଖିଳେଶ ଯାଦବ କହିଛନ୍ତି, ‘ଆଗ୍ରା ସହର ସାରା ବିଶ୍ୱରେ ପ୍ରସିଦ୍ଧ । ମୁଁ ଏହି କଥାକୁ ନେଇ ଖୁସି ଯେ ସେମାନେ ପ୍ରେମର ଦୋକାନ ଧରି ଚାଲିଛନ୍ତି ଏବଂ ଏ ସହର ହେଉଛି ପ୍ରେମର ସହର । ଯେତେ ସମ୍ଭବ ପ୍ରେମ ଭରିପାରନ୍ତି । ପୂରା ଯାତ୍ରାରେ ଆପଣ ପ୍ରେମ ବାଣ୍ଟି ଚାଲନ୍ତୁ ।

ସେ ଆହୁରି କହିଥିଲେ ଯେ ‘ଆଗାମୀ ସମୟରେ ଗଣତନ୍ତ୍ର ବଞ୍ଚାଇବା ହେଉଛି ଆହ୍ଵାନ । ସମ୍ବିଧାନକୁ ବଞ୍ଚାଇବା ହେଉଛି ଆହ୍ଵାନ । ଭୀମରାଓ ଆମ୍ବେଦକର ଯେଉଁ ସ୍ୱପ୍ନ ଦେଖିଥିଲେ, ଗରିବ-ପଛୁଆଙ୍କୁ ସମ୍ମାନ ମିଳିବା ଉଚିତ୍‌’ ।

ରାହୁଲ ଗାନ୍ଧିଙ୍କ ଯାତ୍ରାରେ ଅଖିଳେଶଙ୍କ ଶକ୍ତି ପ୍ରଦର୍ଶନ ମଧ୍ୟ ନଜର ଆସିଥିଲା ଏବଂ ବହୁ ସଂଖ୍ୟାରେ ସପାର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଅଖିଳେଶ ଯାଦବଙ୍କୁ ସ୍ୱାଗତ କରି ରାହୁଲ ଗାନ୍ଧି କହିଥିଲେ, ‘ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଖିଳେଶ ଯାଦବଙ୍କୁ ସ୍ୱାଗତ । ଆଜି ବହୁତ ଖୁସିର ଦିନ, ଆମେ ସମସ୍ତେ ମିଶି ଦେଶର ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ଲଢ଼େଇ ଲଢ଼ୁଛୁ’ ।

ପାଖାପାଖି ୭ ବର୍ଷ ପରେ ୟୁପିର ଦୁଇ ପୁଅ ଅଖିଳେଶ ଯାଦବ ଓ ରାହୁଲ ଗାନ୍ଧି ପୁଣି ଥରେ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି ।

Roshni

Recent Posts

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

1 min ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

10 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

33 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

55 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

1 hour ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

9 hours ago