ରାହୁଲ ଗାନ୍ଧିଙ୍କ ଯାତ୍ରାରେ ସାମିଲ ହେଲେ ଅଖିଳେଶ ଯାଦବ, ଗୋଟିଏ ମଞ୍ଚରେ ୟୁପିର ଦୁଇ ପୁଅ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି ଉତ୍ତର ପ୍ରଦେଶର ଆଗ୍ରାରେ ପହଞ୍ଚିଛି । ତାଜନଗରୀରେ ପହଞ୍ଚିଥିବା ‘ନ୍ୟାୟ ଯାତ୍ରା’ରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସାମିଲ ହୋଇଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି ଉତ୍ତର ପ୍ରଦେଶର ଆଗ୍ରାରେ ପହଞ୍ଚିଛି । ତାଜନଗରୀରେ ପହଞ୍ଚିଥିବା ‘ନ୍ୟାୟ ଯାତ୍ରା’ରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସାମିଲ ହୋଇଛନ୍ତି । ଏହି ସମୟରେ ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତ ରହିଥିଲେ ।

ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧି ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ‘ଦେଶରେ ଅନ୍ୟାୟ ବଢ଼ୁଛି । ଯଦି ଆପଣ ଗରିବ, ତା’ ହେଲେ ଆପଣଙ୍କୁ ଏହି ଦେଶରେ ୨୪ ଘଣ୍ଟା ଅନ୍ୟାୟର ସାମ୍ନା କରିବାକୁ ପଡ଼ିବ । ଘୃଣାର କାରଣ ହେଉଛି ଅନ୍ୟାୟ । ଏଥିପାଇଁ ଆମେ ନିଜ ଯାତ୍ରାରେ ନ୍ୟାୟ ଶବ୍ଦ ଯୋଡ଼ିଛୁ’ ।

ନ୍ୟାୟ ଯାତ୍ରାରେ ସାମିଲ ଅଖିଳେଶ ଯାଦବ କହିଛନ୍ତି, ‘ଆଗ୍ରା ସହର ସାରା ବିଶ୍ୱରେ ପ୍ରସିଦ୍ଧ । ମୁଁ ଏହି କଥାକୁ ନେଇ ଖୁସି ଯେ ସେମାନେ ପ୍ରେମର ଦୋକାନ ଧରି ଚାଲିଛନ୍ତି ଏବଂ ଏ ସହର ହେଉଛି ପ୍ରେମର ସହର । ଯେତେ ସମ୍ଭବ ପ୍ରେମ ଭରିପାରନ୍ତି । ପୂରା ଯାତ୍ରାରେ ଆପଣ ପ୍ରେମ ବାଣ୍ଟି ଚାଲନ୍ତୁ ।

ସେ ଆହୁରି କହିଥିଲେ ଯେ ‘ଆଗାମୀ ସମୟରେ ଗଣତନ୍ତ୍ର ବଞ୍ଚାଇବା ହେଉଛି ଆହ୍ଵାନ । ସମ୍ବିଧାନକୁ ବଞ୍ଚାଇବା ହେଉଛି ଆହ୍ଵାନ । ଭୀମରାଓ ଆମ୍ବେଦକର ଯେଉଁ ସ୍ୱପ୍ନ ଦେଖିଥିଲେ, ଗରିବ-ପଛୁଆଙ୍କୁ ସମ୍ମାନ ମିଳିବା ଉଚିତ୍‌’ ।

ରାହୁଲ ଗାନ୍ଧିଙ୍କ ଯାତ୍ରାରେ ଅଖିଳେଶଙ୍କ ଶକ୍ତି ପ୍ରଦର୍ଶନ ମଧ୍ୟ ନଜର ଆସିଥିଲା ଏବଂ ବହୁ ସଂଖ୍ୟାରେ ସପାର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଅଖିଳେଶ ଯାଦବଙ୍କୁ ସ୍ୱାଗତ କରି ରାହୁଲ ଗାନ୍ଧି କହିଥିଲେ, ‘ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଖିଳେଶ ଯାଦବଙ୍କୁ ସ୍ୱାଗତ । ଆଜି ବହୁତ ଖୁସିର ଦିନ, ଆମେ ସମସ୍ତେ ମିଶି ଦେଶର ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ଲଢ଼େଇ ଲଢ଼ୁଛୁ’ ।

ପାଖାପାଖି ୭ ବର୍ଷ ପରେ ୟୁପିର ଦୁଇ ପୁଅ ଅଖିଳେଶ ଯାଦବ ଓ ରାହୁଲ ଗାନ୍ଧି ପୁଣି ଥରେ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.