ତୁଳସୀ ପତ୍ର କେଶ ପାଇଁ ମଧ୍ୟ ଲାଭଦାୟକ, ଏହି ଉପାୟରେ କରନ୍ତୁ ବ୍ୟବହାର ମିଳିବ ଅନେକ ଫାଇଦା

ପୂଜା କରିବା ଠାରୁ ଆରମ୍ଭ କରି ହେଲଦି ରହିବା ପର୍ଯ୍ୟନ୍ତ ତୁଳସୀ ଅନେକ ଜିନିଷରେ ବ୍ୟବହୃତ ହୋଇଥାଏ । ତେବେ ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବା ପାଇଁ ତୁଳସୀରେ ଚା ପ୍ରସ୍ତୁତ କରି ପିଅନ୍ତି । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ତୁଳସୀ ମଧ୍ୟ ବ୍ୟବହୃତ ହୋଇଥାଏ । ଖାଇବା ଠାରୁ ଆରମ୍ଭ କରି ମୁହଁ ଏବଂ କେଶରେ ଲଗାଇବା ପର୍ଯ୍ୟନ୍ତ ତୁଳସୀ ପତ୍ରର ବ୍ୟବହାର ଉପକାରୀ ହୋଇଥାଏ ବୋଲି ବିବେଚନା କରାଯାଏ ।

ତୁଳସୀ ଗଛକୁ ଏକ ପବିତ୍ର ଗଛ ଭାବରେ ବିବେଚନା କରାଯାଏ । ପୂଜା କରିବା ଠାରୁ ଆରମ୍ଭ କରି ହେଲଦି ରହିବା ପର୍ଯ୍ୟନ୍ତ ତୁଳସୀ ଅନେକ ଜିନିଷରେ ବ୍ୟବହୃତ ହୋଇଥାଏ । ତେବେ ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବା ପାଇଁ ତୁଳସୀରେ ଚା ପ୍ରସ୍ତୁତ କରି ପିଅନ୍ତି । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ତୁଳସୀ ମଧ୍ୟ ବ୍ୟବହୃତ ହୋଇଥାଏ । ଖାଇବା ଠାରୁ ଆରମ୍ଭ କରି ମୁହଁ ଏବଂ କେଶରେ ଲଗାଇବା ପର୍ଯ୍ୟନ୍ତ ତୁଳସୀ ପତ୍ରର ବ୍ୟବହାର ଉପକାରୀ ହୋଇଥାଏ ବୋଲି ବିବେଚନା କରାଯାଏ । ତେବେ କେଶ ବଢିବା, ଡ୍ରାଏ ନେସ୍‌ କମ୍‌ ହେବା ଏବଂ କେଶରୁ ରୁପି ସମସ୍ୟା ଦୂର କରିବା ପାଇଁ ତୁଳସୀ ପତ୍ର ବ୍ୟବହାର କରାଯାଏ । ତାହେଲେ ଆସନ୍ତୁ ଜାଣିବା ଯେ କିପରି ଭାବେ କେଶରେ ତୁଳସୀ ପତ୍ର ବ୍ୟବହାର କରିବେ ।

କେଶ ପାଇଁ ତୁଳସୀ ପତ୍ରର ଉପକାର :
ତୁଳସୀ ପତ୍ରରେ ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି, ଯାହା କେଶକୁ ରୁପି ସମସ୍ୟାରୁ ଆରାମ ଦେଇଥାଏ ।

ଯଦି ତ୍ୱଚାରେ କୌଣସି ପ୍ରକାରର ଇନ୍‌ଫେକ୍ସନ୍‌ ହୋଇଥାଏ, ତେବେ ତୁଳସୀ ପତ୍ରର ପେଷ୍ଟ ଲଗାଇ ଭଲ ହୋଇଥାଏ ।

ତୁଳସୀ ପତ୍ରର ପାଣି କେଶକୁ ଲମ୍ବ କରିବା ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ ।

ଯେଉଁମାନେ କେଶ ଫାଟିବା ଯୋଗୁ ଚିନ୍ତିତ ଅଛନ୍ତି, ସେମାନେ ତୁଳସୀ ପତ୍ରର ବ୍ୟବହାର କରିବା ଉଚିତ୍ ।

ତେବେ କେଶରୁ ଡ୍ରାଏ ନେସ୍‌ ଦୂର କରିବାକୁ, ନଡିଆ ତେଲ ସହିତ ତୁଳସୀ ପତ୍ର ମିଶାଇ ଲଗାଇ ପାରିବେ ।

ତୁଳସୀ ପତ୍ରର ପାଣି : କେଶ ଧୋଇବା ପାଇଁ ତୁଳସୀ ପାଣି ବ୍ୟବହାର କରିବା ଲାଭଦାୟକ ହୋଇଥାଏ । ଏଥିପାଇଁ ତୁଳସୀ ପତ୍ରକୁ ପାଣିରେ ଫୁଟାନ୍ତୁ ଏବଂ ତାପରେ ଏହି ପାଣିରେ କେଶ ଧୋଇ ଦିଅନ୍ତୁ ।

ତୁଳସୀ ପତ୍ର ଓ ନଡ଼ିଆ ତେଲ : ତୁଳସୀ ପତ୍ର କେଶରେ ଡ୍ରାଏ ନେସ୍‌ ହୋଇଥିଲେ ବ୍ୟବହୃତ କରିପାରିବେ । ଏଥିପାଇଁ ନଡିଆ ତେଲରେ ତୁଳସୀ ପତ୍ର ମିଶାଇ ଗରମ କରନ୍ତୁ । ଏହି ତେଲକୁ କେଶରେ ଭଲ ଭାବେ ମାଲିସ୍ କରନ୍ତୁ ଏବଂ ତାପରେ କେଶରେ ଏକ ଗରମ ତଉଲିଆ ଗୁଡାଇ ଦିଅନ୍ତୁ । ଏହା କେଶରୁ ଡ୍ରାଏ ନେସ୍‌ ଦୂର କରିବ ।

ତୁଳସୀ ପତ୍ର ଓ ଲିମ୍ବ ପତ୍ର : ତୁଳସୀ ଏବଂ ଲିମ୍ବ କେଶ ପାଇଁ ଲାଭଦାୟକ । ତେବେ ଲିମ୍ବ ପତ୍ରକୁ ତୁଳସୀ ପତ୍ର ସହିତ ଗ୍ରାଇଣ୍ଡ୍ କରନ୍ତୁ ଏବଂ ଏହି ପେଷ୍ଟକୁ କେଶରେ ଲଗାନ୍ତୁ । ପ୍ରାୟ ଅଧ ଘଣ୍ଟା ପରେ ନରମାଲ ପାଣିରେ ଧୋଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.