ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ, କାର କିଣିବାକୁ ଆସୁଥିଲେ

କାର କିଣିବାକୁ ବାଲେଶ୍ଵର ଶୋ  ରୁମ୍ କୁ ଆସୁଥିଲେ ହେଲେ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ବାଲେଶ୍ଵର ସଦର ଥାନା ଅଧୀନ ଜାତୀୟ ରାଜପଥ କୁରୁଡା ବ୍ରିଜ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ବାଲେଶ୍ଵର : କାର କିଣିବାକୁ ବାଲେଶ୍ଵର ଶୋ  ରୁମ୍ କୁ ଆସୁଥିଲେ ହେଲେ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ବାଲେଶ୍ଵର ସଦର ଥାନା ଅଧୀନ ଜାତୀୟ ରାଜପଥ କୁରୁଡା ବ୍ରିଜ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  ଦୁର୍ଘଟଣାରେ ଦୁଇ ଜମି ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି ।  ସୋରରୁ ଏକ କାର ଯୋଗେ 4 ଜଣ ଜାତୀୟ ରାଜପଥ କଡ଼ରେ ଥିବା ଏକ କାର ଶୋ ରୁମ୍ କୁ ଯାଉଥିବା ବେଳେ ହଠାତ କାର ଓ ଟ୍ରକ୍ ମଧ୍ୟରେ ଘଟିଥିଲା ଦୁର୍ଘଟଣା ।  ଦୁଇ ମୃତକ ହେଲେ ଶ୍ରୀକାନ୍ତ ପଣ୍ଡା ଓ ମାୟାଧର ରାଜ । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ଦୁଇ ମୃତ ଦେହକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଟ୍ରକ୍ ଓ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.